ମୁମ୍ବାଇରୁ ଆସୁଥିବା ୪୦ଜଣ ଯାତ୍ରୀଙ୍କ ବସ୍କୁ ଧରିଲା ପୁଲିସ, ସମସ୍ତଙ୍କ ହାତରେ ଥିଲା ହୋମ୍ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ୍
ମୁମ୍ବାଇ: ତେଲେଙ୍ଗାନା-ମହାରାଷ୍ଟ୍ର ସୀମାରେ କରୋନାଭାଇରସ୍କୁ ନେଇ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି। କାରଣ ରବିବାର କର୍ତ୍ତୃପକ୍ଷ ମୁମ୍ବାଇରୁ ଆସିଥିବା ଏକ ବସ୍କୁ କାବୁ କରିଛନ୍ତି। ଏହି ବସ୍ ଭିତରେ ବହୁ ବିଦେଶୀ ରହିଥିଲେ, ଯାହାଙ୍କ ହାତରେ କ୍ୱାରେଣ୍ଟାଇଟ୍ ଷ୍ଟାମ୍ପ ଥିବା ଦେଖିବାକୁ ମିଳିଥିଲା। ଏହି ଖବର ପ୍ରଘଟ ହେବା ପରେ ଲୋକଙ୍କ ମନରେ କେରୋନାଭାଇରସ୍ ସଂକ୍ରମଣକୁ ନେଇ ଭୟ ହୋଇ ଯାଇଛି।
ରବିବାର ଦିନ ସାନଗାରେଡି ଜିଲ୍ଲାର ପୁଲିସ ମୁମ୍ବାଇ ବିମାନବନ୍ଦରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଏକ ଭଲଭୋ ବସକୁ ଅଟକାଇଥିଲା। ପୁଲିସ ଅଟକାଇବା ଥିବା ବସ୍ ଭିତରେ ସମସ୍ତ ଯାତ୍ରୀ ଗଲ୍ଫ ଅଞ୍ଚଳରୁ ଆସିଥିବା ଚାଳକ କହିଛନ୍ତି।
ତେବେ ଏହି ବସ୍ରେ ସମୁଦାୟ ୪୦ଯାତ୍ରୀ ଥିଲେ। ଏହି ସମସ୍ତ ଯାତ୍ରୀଙ୍କ ହାତରେ ହୋମ୍ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ ବି ରହିଥିବା ଦେଖିବାକୁ ମିଳିଥିଲା। ପ୍ରାରମ୍ଭିକ ପରୀକ୍ଷଣରେ କରୋନାଭାଇରସର କୌଣସି ଲକ୍ଷଣ ଚିହ୍ନଟ ହୋଇ ନ ଥିବାବେଳେ କର୍ତ୍ତୃପକ୍ଷ ୪୦ ଯାତ୍ରୀଙ୍କୁ ଏକାନ୍ତବାସରେ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।
ଏମିତି ଆଉ ଏକ ଘଟଣା ବି ସାମ୍ନାକୁ ଆସିଛି। ଯାଦାଦ୍ରି ଭୁବନଗିରି ପୁଲିସ ଅଷ୍ଟ୍ରେଲିଆରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ଧରିଥିଲା। ଏହି ଯାତ୍ରୀଙ୍କ ହାତରେ ହୋମ୍ କ୍ୱାରେଣ୍ଟାଇନ୍ ଷ୍ଟାମ୍ପ୍ ଥିବା ବେଳେ ସେ ଟ୍ରେନର ଏସି କୋଚରେ ଯାତ୍ରା କରୁଥିବା ଜଣାପଡ଼ିଥିଲା। ଏହି ଯାତ୍ରୀ କାଚିଗୁଡ଼ା ହାଇଦ୍ରାବାଦ ଜଙ୍କସନରୁ ନାଗପୁର ଜଙ୍କସନ ପର୍ଯ୍ୟନ୍ତ ଏପି ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରୁଥିବାବେଳେ ସାଥୀ ଯାତ୍ରୀମାନେ ଉକ୍ତ ବ୍ୟକ୍ତିଙ୍କ ହାତରେ ହୋମ୍ କ୍ୱାରେଣ୍ଟାଇନ୍ର ଷ୍ଟାମ୍ପ ଥିବା ଦେଖିବାକୁ ପାଇଥିଲେ। ଏହାପରେ କର୍ତ୍ତୃପକ୍ଷ ଏବଂ ଆରପିଏଫଙ୍କୁ ଏସମ୍ପର୍କରେ ଜଣାଇଥିଲେ। ଖବର ମିଳିବା ପରେ ଟ୍ରେନ୍କୁ ଭୁବନାଗିରି ରେଳ ଷ୍ଟେସନରେ ଅଟକାଇ ଦିଆଯାଇଥିଲା ।
ଗତକାଲି ରାତିରେ ଏହି ଯାତ୍ରୀ ଜଣକ ହାଇଦ୍ରାବାଦର ସିଡନୀରୁ ପହଞ୍ଚି ଆଇସୋଲେସନ୍ରେ ରହିବା ପରିବର୍ତ୍ତେ ଟ୍ରେନରେ ଚଢ଼ିଥିଲେ। ତାଙ୍କୁ ଟ୍ରେନ୍ରୁ ଓହ୍ଲାଇ ଆଇସୋଲେସନ୍ରେ ରଖିବା ପାଇଁ ବେବିନାଗର ନିମ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।