Odisha news

ପୂର୍ବତନ ‌କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ମୁକୁଲ ରାୟ ପୁଣି ଟିଏମ୍‌ସି ଫେରିବା ନେଇ କଳ୍ପନା ଜଳ୍ପନା ଆରମ୍ଭ

0

ନୂଆଦିଲ୍ଲୀ: ପୂର୍ବତନ ‌କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ମୁକୁଲ ରାୟ ପୁଣି ଟିଏମ୍‌ସି ଫେରିବା ନେଇ କଳ୍ପନା ଜଳ୍ପନା ଲାଗି ରହିଛି। ଦିନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅତି ଖାସ ଲୋକ କୁହାଯାଉଥିବା ମୁକୁଲ ରାୟ ୨୦୧୭ରେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ଯୋଗ ଦେବା ପରେ ମୁକୁଲ ବିଜେପିର ଏକ ଛାମୁଆଁ ନେତା ପାଲଟିଥିଲେ।

ମୁକୁଲ ରାୟ ଟିଏମ୍‌ସିର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଥିଲେ। ମାତ୍ର ଶାରଦା ଚିଟ୍‌ ଫଣ୍ଡ ସ୍କାମ‌ରେ ଜଡ଼ିତ ହେବା ପରେ ସେ ନିନ୍ଦିତ ହୋଇଥିଲେ ଏବଂ ଏହା ପରେ ଟିଏମ୍‌ସି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏବେ ମୁକୁଲ ପୁଣି ଟିଏମ୍‌ସିକୁ ଫେରିବାକୁ ଯୋଜନା କରୁଛନ୍ତି ବୋଲି ବିଶେଷ ସୂ୍ତ୍ରରୁ ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁକୁଲଙ୍କୁ ଫେରି ଆସିବାକୁ ନିମନ୍ତ୍ରଣ କରିଛନ୍ତି ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳିଛି। ଏହାରି ମଧ୍ୟରେ ମୁକୁଲ ନିଜ ନୂଆଦିଲ୍ଲୀ ସ୍ଥିତ ଘରେ ଲଗାଇଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ଓ ପୋଷ୍ଟରକୁ ହଟାଇ ଦେଇଛନ୍ତି।

Nalco
Leave A Reply