କୁଆଖିଆ : ରସୁଲପୁର ବ୍ଲକ ଅନ୍ତର୍ଗତ ମୁଗପାଳପ୍ରାଥମିକ କୃଷି ସେବା ସମବାୟ ସମିତିରେ ବିରି, ମୁଗ, ଚିନାବାଦାମ କ୍ରୟ କେନ୍ଦ୍ର ଆଜି ଠାରୁ ଆରମ୍ଭ ହୋଇଛି । ନାଫେଡ଼ ଭୁବନେଶ୍ୱର ଦ୍ୱାରା ମାର୍କଫେଡ଼ ସହାୟତାରେ ପ୍ର୍ରାଥମିକ କୃଷି ସେବା ସମବାୟ ସମିତି ଦ୍ୱାରା ସହାୟକ ମୂଲ୍ୟ ଯୋଜନା ପାଇଁ ·ଷୀମାନଙ୍କ ଠାରୁ ଚଳିତବର୍ଷର ବଳକା ବିରି, ମୁଗ, ଚିନାବାଦାମ କ୍ରୟ କରାଯିବାକୁ ନିଷ୍ପତି ନିଆଯାଇ ଆଜିଠାରୁ ଆରମ୍ଭ ହୋଇଛି । ସମିତିରେ ସିଇଓ କୃଷ୍ଣଚନ୍ଦ୍ର ନାୟକ ଏହାକୁ ଉଦଘାଟନ କରିଥିଲେ ।
ସମ୍ପାଦକ ପ୍ରଭାତ କୁମାର ଦାସ ଚଳିତ ବର୍ଷ ଚାଷୀ ମାନଙ୍କ ଠାରୁ ନିର୍ଦ୍ଧାରିତ ଦର କୁ୍ୟଟାଲ ପିଛା ବିରି ୫,୭୦୦/-, ମୁଗ–୭୦୫୦/- ଚିନାବାଦାମ–୫୦୯୦/- ଟଙ୍କାରେ କ୍ରୟ କରିବାକୁ ଲକ୍ଷ ଧାର୍ଯ୍ୟ ରଖି ଆଜି ·ଷୀମାନଙ୍କ ଠାରୁ ସଂଗ୍ରହ କରାଯାଇଛି । ଏହି କେନ୍ଦ୍ର ଉଦଘାଟନ ଉତ୍ସବରେ ମାର୍କଫେଡ଼ ଭୁବନେଶ୍ୱରର କର୍ମକର୍ତା ଯୋଗ ଦେଇ ସମବାୟ ସମିତିର ·ଷୀମାନଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଦିଲିପ ଦାସ, ଶଶାଙ୍କ ରାଉତ, ଘନଶ୍ୟାମ ମଳିକ, କର୍ମ·ରୀ ନିର୍ମଳ ପଣ୍ଡା, ଭୀଷ୍ମ ନାୟକ ପ୍ରମୁଖ ଯୋଗ ଦେଇ ସହଯୋଗ କରିଥିଲେ । ପ୍ରଥମ ଦିନରେ ୩୭ ଜଣ ଚାଷୀ ତାଙ୍କର ନାମ ପଂଜୀକରଣ କରିଛନ୍ତି ।