ମୁଗୋଲ୍ ଗାର୍ଡେନ ୧୦୬ ବର୍ଷ ପୁରୁଣା ଇତିହାସ ର ହେଲା ପରିବର୍ତ୍ତନ, ବର୍ତ୍ତମାନ ” ଅମୃତ ଉଦ୍ୟାନ ” ନାମରେ ହେଲା ପରିଚିତ
ପାଖାପାଖି ୧୦୬ ବର୍ଷ ପୁରୁଣା ମୋଗଲ ଗାର୍ଡେନ ବର୍ତ୍ତମାନ ଅମୃତ ଉଦ୍ୟାନ ଭାବରେ ହେବ ପରିଚିତ । କେନ୍ଦ୍ର ସରକାର ପକ୍ଷରୁ ଅମୃତ ମହୋତ୍ସବ କୁ ନଜର ରେ ରଖି ରାଷ୍ଟ୍ରପତି ଭବନ ସ୍ଥିତ ମୋଗଲ୍ ଗାର୍ଡେନ ର ନାମ ର ପରିବର୍ତ୍ତନ କରିଛନ୍ତି ।
ନାମ ପରିବର୍ତ୍ତନ ଘୋଷଣା ହେବା ପରେ ଦିଲ୍ଲୀ ନଗର ନିଗମ କର୍ମଚାରୀ ଙ୍କ ପକ୍ଷରୁ ” ମୋଗାଲ୍ ଗାର୍ଡେନ ” ନାମ ର ପୁରୁଣା ନାମ କୁ ହଟାଇ ନେଇଛନ୍ତି । ରାଷ୍ଟ୍ରପତି ଭବନ ପକ୍ଷରୁ ଜାରୀ ହୋଇଥିବା ସୂଚନା ଅନୁସାରେ କୁହାଯାଇଛି ଯେ ଜାନୁଆରୀ ୩୧ ରୁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ରହିବ ।
ଯେତେବେଳେ ଭାରତରେ ଇଂରେଜ ମାନେ ଶାସନ କରୁଥିଲେ ୧୯୧୧ ମସିହା ରେ ଭାରତର ରାଜଧାନୀ କଲିକତା ପରିବର୍ତ୍ତେ ଦିଲ୍ଲୀ ସ୍ଥାନାନ୍ତରିତ ହୋଇଥିଲା ସେତେବେଳେ ରାୟସିନା ହିଲ୍ କୁ କଟାଯାଇ ଭାଇସ୍ ରଏ ହାଉସ ( ବର୍ତ୍ତମାନ ର ରାଷ୍ଟ୍ରପତି ଭବନ) ତିଆରି କରାଯାଇ ଥିଲା । ଏହାକୁ ତିଆରି କରିବା ପାଇଁ ଇଂଲଣ୍ଡ ରୁ ବ୍ରିଟିଶ ବାସ୍ତୁକାର ସାର୍ ଏଡି ବନ୍ ଲୁଟି ୟନ୍ସ କୁ ଅଣା ଯାଇଥିଲା। ଯିଏକି ସେତେବେଳ ର ଭାଇଶ୍ ରାଏ ହାଉସ ର ଡିଜାଇନ୍ କରିଥିଲେ ।
୧୯୧୭ ରେ ଭାଇସ ରାଏ ହାଉସ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଭାଇଶ ରାଏ ହାଉସ ର ସୌନ୍ଦର୍ଯ୍ୟ କୁ ବୃଦ୍ଧି କରିବା ପାଇଁ ଗୋଟିଏ ବିଶେଷ ଉଦ୍ୟାନ କୁ ପ୍ରସ୍ତୁତ କରାଯାଇ ଥିଲା । ଯେଉଁଠାରେ ବିଭିନ୍ନ ପ୍ରକାରର ଫୁଲ ଓ ଫଳ ଗଛ ଲଗା ଯାଇଥିଲା । ଏହାପରେ ୧୯୨୮ ରେ ସଂପୂର୍ଣ୍ଣ ଭାବରେ ଏହି ବଗିଚା ଟି ତିଆରି ହୋଇ ଯାଇଥିଲା ।
୧୬ ବିଂଶ ଶତାବ୍ଦୀ ରେ ବାବର୍ ଙ୍କ ଆକ୍ରମଣ ପରେ ଦିଲ୍ଲୀ ରେ ମୋଗଲ ସାମ୍ରାଜ୍ୟ ର ଆରମ୍ଭ ହୋଇଥିଲା । ଏହାପରେ ହୁମାୟୁନ , ଆକବର , ଶାହାଜାହାନ୍ ଓ ଔରଙ୍ଗ ଜେବ ଦିଲ୍ଲୀ ଗାଦି କୁ ସମ୍ଭାଳି ଥିଲେ । ଏହି ସମୟରେ ଇଂରେଜ ମାନେ ଭାରତରେ ଅନେକ ବଗିଚା ତିଆରି କରିଥିଲେ । ଦିଲ୍ଲୀ ରେ ବିଶେଷ ଭାବରେ ୧ହଜାର ରୁ ଅଧିକ ଉଦ୍ୟାନ ତିଆରି କରାଯାଇ ଥିଲା । ଏହାପରେ ଇଂରେଜ ମାନେ ମୋଗଲ ପରମ୍ପରା କୁ ଇଂରେଜ ସୌନ୍ଦର୍ଯ୍ୟ ଶାସ୍ତ୍ର ସହିତ ମିଶାଇ ଦେଇଥିଲେ । ତେଣୁ ଏହାକୁ ଇଂରେଜ ମାନେ ଏହାର ନାମ ମୋଗଲ ଗାର୍ଡେନ ନାମ ରେ ନାମିତ କରିଥିଲେ । ମୋଗଲ ଗାର୍ଡେନ କୁ ୪ଭାଗରେ ବଣ୍ଟା ଯାଇଛି, ଚତୁର୍ଭୁଜା କାର ବାଗ , ଲମ୍ବା ବାଗ , ପରଦା ବାଗ ଓ ବୃତ୍ତାକାର ବାଗ ।
