Odisha news

ତେଇସିପୁର ସେବା ସମବାୟ ସମିତିରେ ମୁଗବିରି ମଣ୍ଡି ଖୋଲିଲା

ପିପିଲି-ପିପିଲି ବ୍ଲକ ଅର୍ନ୍ତଗତ ତେଇସିପୁର ସେବା ସମବାୟ ସମିତି ଠାରେ ସୋମବାର ଦିନ ମୁଗବିରି ଓ ଚିନାବାଦମ ମଣ୍ଡି ଖୋଲାଯାଇଛି । ଏହି ମଣ୍ଡିକୁ ପିପିଲି ବ୍ଲକ ଆମ୍ôା କମିଟି ଅଧ୍ୟକ୍ଷ ଧରଣୀଧର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମାର୍କଫେଡ ଆଂଚଳିକ ପରିଚାଳକ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଦୃର୍ଗାଚରଣ ଛୋଟରାୟ, ପିପିଲି ବ୍ଲକ ସଂପ୍ରସାରଣ ଅଧିକାରୀ ସୁରେନ୍ଦ୍ର କୁମାର ଦାଶ,ତେଇସିପୁର ସେବା ସମବାୟ ସମିତି ଭାରପ୍ରାପ୍ତ ସମ୍ପାଦକ ପ୍ରଫୁଲ୍ଲ କୁମାର ସ୍ୱାଇଁ,ତେଇସିପୁର ଗ୍ରାମ୍ୟ କୃଷି କର୍ମଚାରୀ ସମୀର କୁମାର ନାୟକ ଉପସ୍ଥିତ ରହିଥିଲେ । ପ୍ରଥମ ଦିନରେ ୩ଟିଚାଷୀ ମାନଙ୍କ ଠାରୁ ୧୦ କୁଇଣ୍ଟାଲ ମୁଗ କିଣାଯାଇଥିବା ମାର୍କଫେଡ ଆଂଚଳିକ ପରିଚାଳକ ଶ୍ରୀଛୋଟରାୟ ସୁଚନା ଦେଇଛନ୍ତି । ମୁଗ କୁଇଣ୍ଟାଲ ପିଛା ସାତହଜାର ଶହେ୯୬ଟଙ୍କା ରହିଥିବା ବେଳେ ବିରି କୁଇଣ୍ଟାଲ ଛଅହଜାର ଓ ଚିନାବାଦାମ ପାଂଚ ହଜାର ଦୁଇଶହ ୭୫ଟଙ୍କା ସରକାରୀ ମୁଲ୍ୟ କୁଇଣ୍ଟାଲ ପିଛା ଧାର୍ଯ୍ୟ କରାଯାଇଛି । ସୋମବାର ଓ ଶୁକ୍ରବାର ଏହି ଦୁଇ ଦିନ ଚାଷୀ ତେଇସିପୁର ସେବା ସମବାୟ ସମିତିରେ ଖୋଲାଯାଇଥିବା ମଣ୍ଡିରେ ମୁଗବିରି ଓ ଚିନାବାଦାମ ବିକ୍ରୟ କରିପାରିବେ ବୋଲି ସମ୍ପାଦକ ଶ୍ରୀ ସ୍ୱାଇଁଙ୍କ ଠାରୁ ପ୍ରକାଶ

IEC 2 years

Comments are closed.