Odisha news

ସଫଳତାର ଶିଡ଼ି ଚଢ଼ୁଛନ୍ତି ମୃଣାଳ

0

‘ସୁପର-୩୦’ ଓ ‘ବାଟ୍‌ଲା ହାଉସ୍‌’ ଭଳି ଫିଲ୍ମରେ ନଜର ଆସିଥିବା ମୃଣାଳ ଠାକୁରଙ୍କୁ ଆଉ ଏକ ବଡ଼ ଫିଲ୍ମ ମିଳିଛି । ସେ ଖୁବ୍‌ଶୀଘ୍ର ସୁପରହିଟ୍‌ ତାମିଲ ଫିଲ୍ମ ‘ଥାଡମ୍‌’ର ହିନ୍ଦୀ ରିମେକ୍‌ରେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଅପୋଜିଟ୍‌ରେ ନଜରକୁ ଆସିବେ । ଏଥିରେ ମୃଣାଳ ଜଣେ ପୋଲିସ ଅଫିସରଙ୍କ ଭୂମିକା ନିଭାଇବେ ଓ ସିଦ୍ଧାର୍ଥଙ୍କର ଡବଲ ରୋଲ୍‌ ରହିବ । ଚଳିତ ମାସ ଆରମ୍ଭରେ ମର୍ଡନ ମିଷ୍ଟ୍ରି ଉପରେ ଆଧାରିତ ଏହି ଥ୍ରୀଲର୍‌ ଫିଲ୍ମର ଘୋଷଣା କରାଯାଇଥିଲା । ଫିଲ୍ମର ଟାଇଟଲ୍‌ ସ୍ଥିର ହୋଇ ନ ଥିବାବେଳେ ୨୦ ନଭେମ୍ବରରେ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି । ସତ୍ୟ ଘଟଣା ଦ୍ୱାରା ପ୍ରେରିତ ଏହି ଫିଲ୍ମର ସୁଟିଂ ମେ’ରୁ ଆରମ୍ଭ ହେବାକୁ ଥିବାବେଳେ ଅଧିକାଂଶ ସୁଟିଂ ଦିଲ୍ଲୀରେ ହେବ । ମୃଣାଳ ‘ଆଙ୍‌ଖ ମିଚୌଲି’ର ସୁଟିଂ ଶେଷ କରିଛନ୍ତି । ସେ ସାହିଦ କପୁରଙ୍କ ଅପୋଜିଟ୍‌ରେ ‘ଜର୍ସି’ ଓ ରାକେଶ ଓମପ୍ରକାଶ
ମେହରାଙ୍କ ଫିଲ୍ମ ‘ତୁଫାନ’ରେ ଫରହାନ୍‌ ଅଖ୍‌ତରଙ୍କ ସହିତ ନଜରକୁ ଆସିବେ ।

Leave A Reply

Your email address will not be published.