Odisha news

ମହାରାଷ୍ଟ୍ର ରୁ ହଟିବ ମୋଗଲ ଶାସକ ଔରଙ୍ଗଜେବ ଙ୍କ କବର : ଘନେଇଲା ରାଜନୀତି

0

ସମାଜବାଦୀ ପାର୍ଟି ସାଂସଦ ଅବୁ ଆଜମୀ ଔରଙ୍ଗଜେବ ଙ୍କୁ ନେଇ ଦେଇଥିବା ବୟାନ ପରେ ବର୍ତମାନ ମୋଗଲ ଶାସକ ଙ୍କ କବର ହଟିବା କୁ ନେଇ ଦାବି ଜୋର ଧରିଛି, ମୋଗଲ ଶାସକ ଔରଙ୍ଗଜେବ ଙ୍କ କବର ମହାରାଷ୍ଟ୍ର ର ସଂଭାଜୀ ନଗର ରେ ରହିଛି, କେବଳ ମହାରାଷ୍ଟ୍ର ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନୁହନ୍ତି ରାଜ୍ୟର ବିଭିନ୍ନ ପାର୍ଟି ଶିବସେନା, MNS ଏବଂ ଏପରିକି କଂଗ୍ରେସ ମଧ୍ୟ ଔରାଙ୍ଗଜେବ ଙ୍କ କବର ହଟାଇବାକୁ ଦାବି କରିଛି, ଏହାକୁ ନେଇ ସମସ୍ତ ଦଳର ବୟାନ ସାମ୍ନାକୁ ଆସିଛି l

ଦେବେନ୍ଦ୍ର ଫଡନାଭିସ କହିଛନ୍ତି କଂଗ୍ରେସ ସରକାର ସମୟ ରୁ ଔରାଙ୍ଗଜେବ ଙ୍କ କବର କୁ ଭାରତୀୟ ପ୍ରତ୍ନତତ୍ୱ ବିଭାଗ ରେ ସଂରକ୍ଷଣ ମିଳିଛି l ମୋଗଲ ଶାସକ ଙ୍କ କବର କୁ ଆମେ ମଧ୍ୟ ହଟାଇବାକୁ ଚାହୁଁଥିଲୁ , କିନ୍ତୁ ଏହାକୁ ପ୍ରତ୍ନତତ୍ୱ ବିଭାଗ ରେ କଂଗ୍ରେସ ସ୍ଥାନ ଦେଇଥିବାରୁ ଆମେ ଚୁପ ରହିଛୁ l କଂଗ୍ରେସ ଏହାର ଉତ୍ତରରେ କହିଛି ଦେବେନ୍ଦ୍ର ଫଡନାଭିସ ୩ଥର ମୁଖ୍ୟମନ୍ତ୍ରୀ ହେବା ସତ୍ୱେ ମଧ୍ୟ ଏଭଳି ମନ୍ତବ୍ୟ ଦେବା ଦୁଃଖ ଦାୟକ ଅଟେ l

ଭାଜପା ନେତା ସୁଧୀର ମୁନଙ୍ଗିଟିବାର କହିଛନ୍ତି ଯେ କଂଗ୍ରେସ ଔରାଙ୍ଗ ଜେବ ଙ୍କ କବର କୁ ରଖିବାକୁ ଚାହୁଁଚି, କିନ୍ତୁ ବର୍ତମାନ ମହାରାଷ୍ଟ୍ର ସରକାର ତାକୁ ହଟାଇବାକୁ ଚାହୁଁଚି , ଏପରିକି ସେ ଔରଙ୍ଗଜେବ ଙ୍କୁ ଦ୍ଵିତୀୟ ଦୁଷ୍ଟ ରାବଣ ର ଆଖ୍ୟା ମଧ୍ୟ ଦେଇଛନ୍ତି l ଶିବସେନା ଭାଜପା ର ସମର୍ଥନ କରି କହିଛି ଯେ ଏଥିପାଇଁ ବର୍ତମାନ ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାର ଙ୍କୁ ଅବଗତ କରାଇ ଏହି କବର ଏଠାରୁ ଉଠାଇବା ଜରୁରୀ l

Leave A Reply