Odisha news

କୋଭିଡ ହସ୍ପିଟାଲ ପରିଦର୍ଶନ କଲେ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା

0

ରାୟଗଡା,୧୦ ।୬ : ଦିଲ୍ଲୀରୁ ଫେରି ହୋମ କରେଣ୍ଟାଇନରେ ରହିଥିବା କଂଗ୍ରେସ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକାଙ୍କ କରେଣ୍ଟାଇନ ଅବଧି ସରିବା ପରେ ଆଜି ସାଂସଦ ଜେ.କେ.ପୁର ସ୍ଥିତ ଇ.ଏସ.ଆଇ. ହସ୍ପିଟାଲରେ କାର୍ଯ୍ୟକ୍ଷମ ହେବାକୁ ଥିବା କୋଭିଡ ହସ୍ପିଟାଲର ସ୍ଥିତି ଅନୁଧ୍ୟାନ କରିଛନ୍ତି । ସାଂସଦ ଶ୍ରୀଉଲ୍ଲାକା କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଆଲୋଚନା କରିଥିଲେ । ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଦେଖି ସାଂସଦ ଶ୍ରୀଉଲ୍ଲାକା ଖୁସି ବ୍ୟକ୍ତ କରିଥିଲେ ।

ଏଥି ଯଥାଶୀଘ୍ର ଯେପରି କୋଭିଡ ହସ୍ପିଟାଲ ପରିସରରେ କାର୍ଯ୍ୟକ୍ଷମ ହୋଇପାରିବ ସେ ନେଇ ଡାକ୍ତର ଏବଂ ଅନ୍ୟ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ସାଂସଦ ଶ୍ରୀଉଲ୍ଲାକା କରୋନା ମହାମାରୀର ମୁକାବିଲା ନିମନ୍ତେ କୋରାପୁଟ ଏବଂ ରାୟଗଡାକୁ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ୫୦ ଲକ୍ଷ ଟଙ୍କାରେ କେଉଁ ସବୁ ମେଡିକାଲ ଉପକରଣ କିଣାଯିବ ସେ ନେଇ ଏକ ବଜେଟ ପ୍ରସ୍ତୁତ କରାଯାଇଥିଲା । କୋଭିଡ ହସ୍ପିଟାଲର ଅଗ୍ରଗତି ନେଇ ସାଂସଦ ଶ୍ରୀଉଲ୍ଲାକା ରାୟଗଡା ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ ।

Leave A Reply

Your email address will not be published.