Odisha news

ସାଂସଦ ଡା.ରାଜଶ୍ରୀ ମଲ୍ଲିକଙ୍କ ତିର୍ତ୍ତୋଲର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ

0

ତିର୍ତ୍ତୋଲ :  ସାଂସଦ ଡା. ରାଜଶ୍ରୀ ମଲ୍ଲିକ ଗୁରୁବାର ତିର୍ତ୍ତୋଲ ଗ୍ରସ୍ତରେ ଆସି ବିଭିନ୍ନ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିିର ପରିଦର୍ଶନ କରିଛନ୍ତି । ଇବ୍ରିସିଂ ପଞ୍ଚାୟତର ଜୟକୃଷ୍ଣ ବିଦ୍ୟାପୀଠ ପରିସର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଯାଇଥିଲେ । ସେଠାରେ ସ୍ଥାନୀୟ ସରପଞ୍ଚ ବେଦଶ୍ରୀ ବନ୍ଦନା ଦାସ କୋବିଡ ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ତାଙ୍କୁ ଅବଗତ କରିଥିଲେ  । ଉପସ୍ଥିତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ ଶିବିର ପରିଚାଳନା ଓ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ସଙ୍ଗରୋଧ ପାଇଁ ଆସୁଥିବା ପ୍ରବାସୀ ଓଡିଆ ମାନଙ୍କୁ ଯୋଗାଇଦେଉଥିବା ସେବା ସମ୍ପର୍କରେ ସାଂସଦଙ୍କୁ ବିସ୍ତୃତ ଭାବେ ବିବରଣୀ ଦେଇଥିଲେ ।

ପରେ ଡା. ମଲ୍ଲିକ ସଙ୍ଗରୋଧରେ ରହୁଥିବା ଅନ୍ତେବାସୀଙ୍କ କଥା ହେବା ସହ ସ୍ୱେଛାସେବୀ ସଙ୍ଗଠନ ବସୁମାତା ଦ୍ୱାରା ପ୍ରଦତ୍ତ ମାସ୍କ ଓ ସାବୁନ ଆଦି ସେମାନଙ୍କୁ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶିଣୀ ବିଶ୍ୱାଳ, ‘ବସୁମାତା’ର ସମ୍ପାଦକ ଗୟାଧର ମହାନ୍ତି, ସମାଜସେବୀ ସୁକାନ୍ତ ଦାସ, ପୂର୍ବତନ ଜିଲାପରିଷଦ ସଭ୍ୟ ଇଂ ପ୍ରସନ୍ନ ମଲ୍ଲିକ, ସମାଜସେବୀ ଗୌରାଙ୍ଗ ଦାସ, ରଞ୍ଜନ ବିଶ୍ୱାଳ, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଡା.ମଲ୍ଲିକ ଗରାମ, ତୁଳଙ୍ଗ, କଟରା ଆଦି ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନ କରିବା ସହ ସେଠାରେ ସଙ୍ଗରୋଧରେ ରହୁଥିବା ପ୍ରବାସୀଙ୍କ ଭଲମନ୍ଦ ପଚାରି ବୁଝିବା ସେମାନଙ୍କୁ ମାସ୍କ ବଣ୍ଟନ କରିଥିଲେ । ଇବ୍ରିସିଂ ପଞ୍ଚାୟରତ ସମେତ ଏସବୁ ପଞ୍ଚାୟତର ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିସରକୁ ସ୍ୱେଛାସେବୀ ସଙ୍ଗଠନ ବସୁମାତାର ସମ୍ପାଦକ ଗୟାଧର ମହାନ୍ତିଙ୍କ ତତ୍ୱାବଧାନରେ ଏହି ବିଶୋଧନ କରାଯିବା ସହ ସଂଗଠନ ତରଫରୁ ପ୍ରଦତ୍ତ ମାସ୍କ, ସାବୁନ ସାଂସଦ ଡା.ମଲ୍ଲିକ ଙ୍କ ଦ୍ୱାରା ପ୍ରବାସୀଙ୍କୁ ପ୍ରଦାନ କରାଯାଇଥିଲା ।

Leave A Reply