Odisha news

ନାରୀ ମାନଙ୍କ ଭଳି ବେଶ ହୁଅନ୍ତି ସ୍ବାମୀ , ମହିଳା ହେଲେ କୋର୍ଟ ର ଦ୍ବାରସ୍ଥ

0
ନୂଆଦିଲ୍ଲୀ : ମଧ୍ୟ ପ୍ରଦେଶ ର ଇନ୍ଦୋର ରୁ ସ୍ବାମୀ ସ୍ତ୍ରୀ ଙ୍କ ର ଗୋଟିଏ ଅଦ୍ଭୁତ ମାମଲା ସାମ୍ନାକୁ ଆସିଚି । ଦିଲେଶ୍ୱର୍ ନାମକ ବ୍ୟକ୍ତିଙ୍କ ଉପରେ ତାଙ୍କ ପତ୍ନୀ ଗମ୍ଭୀର ଆରୋପ ଲଗାଇଛନ୍ତି, ତାଙ୍କ ପତ୍ନୀ କହିଛନ୍ତି ଯେ ସନ୍ଧ୍ୟା ହେବା ମାତ୍ରକେ ତାଙ୍କ ସ୍ବାମୀ ନାରୀ ମାନଙ୍କ ଭଳି ବେଶ ହୋଇ ଥାଆନ୍ତି ଓ ତାଙ୍କ ସହିତ ସମ୍ବନ୍ଧ ରଖନ୍ତି ନାହିଁ ଓ ଅନ୍ୟ ଏକ କୋଠରୀ ରେ ଅଲଗା ଶୋଇ ଥାଆନ୍ତି । ମହିଳାଙ୍କ ସ୍ବାମୀ ପେଶା ରେ ଜଣେ ଇଞ୍ଜିନିୟର ଅଟନ୍ତି ।
ଏହି ମାମଲା କୁ ନେଇ ମହିଳା ଜଣଙ୍କ ଜିଲ୍ଲା କୋର୍ଟ ରେ ନ୍ୟାୟ ପାଇଁ ଆବେଦନ କରିଛନ୍ତି । ଏହାର ଶୁଣାଣି କରି ମାନ୍ୟବର କୋର୍ଟ ପୀଡିତା ପତ୍ନୀ ଙ୍କୁ ଭରଣ ପୋଷଣ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ ପୀଡିତା ମହିଳାଙ୍କ ବିବାହ ୨୯ ଅପ୍ରେଲ ୨୦୧୮ ରେ ଆରୋପି ଇଞ୍ଜିନିୟର ଦିଲେଶ୍ୱର ଙ୍କ ସହିତ ହୋଇଥିଲା । ମହିଳାଙ୍କ ସୂଚନା କିଛିଦିନ ପାଇଁ ତାଙ୍କୁ ଶ୍ଵଶୁର ଘର ଲୋକ ଭଲରେ ରଖିଥିଲେ । କିଛିଦିନ ପରେ ସ୍ବାମୀଙ୍କ ସହିତ ମିଶି ଶ୍ଵଶୁର ଘର ର ଅନ୍ୟ ସଦସ୍ୟ ମାନେ ତାଙ୍କୁ ଏଣୁତେଣୁ ଅନେକ କଥା କହିଲେ ଓ ପୀଡିତା ଙ୍କ ସୂଚନା ଅନୁସାରେ ଦୈନନ୍ଦିନ ଖର୍ଚ୍ଚ ମଧ୍ୟ ତାଙ୍କୁ ନିଜ ପରିବାର ନିକଟରୁ ମାଗିବାକୁ କହିଥିଲେ ।
ତାଙ୍କ ସ୍ଵାମୀ ପେଶାରେ ଜଣେ ଇଞ୍ଜିନିୟର ହୋଇଥିବା କାରଣରୁ ତାଙ୍କୁ ଇନ୍ଦୋର ନେଇ ଆସିଥିଲେ ଓ ପ୍ରତାଡିତ କରିଥିଲେ । ସନ୍ଧ୍ୟା ହେବା ମାତ୍ରକେ ମଥାରେ ବିନ୍ଦି , ଓଠରେ ଲିପଷ୍ଟିକ୍, କାନରେ ଅଳଙ୍କାର ଧାରଣ କରି ମାନସିକ ଭାବରେ ନିର୍ଯାତନା ଦେଉଥିଲା । ମହିଳା ଜଣଙ୍କ ନିଜ ସ୍ଵାମୀଙ୍କ ଏଭଳି ବେଶ ର ଭିଡିଓ ପ୍ରସ୍ତୁତ କରିବା ସହ ଫଟୋ ମଧ୍ୟ ଉଠାଇ ଦେଇଥିଲେ । ଏହାପରେ ତାଙ୍କୁ ୨୦୨୦ ରେ ତାଙ୍କ ବାପ ଘରେ ଛାଡ଼ି ଦେଇ ଆସିଥିଲେ । ଏହାକୁ ନେଇ ମହିଳା ଜଣଙ୍କ ପ୍ରଥମେ ଥାନାର ଦ୍ୱାରସ୍ଥ ହୋଇ ଥିଲେ । ଏହାପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ତାଙ୍କ ସ୍ଵାମୀ ତାଙ୍କୁ ମାସିକ ଖର୍ଚ୍ଚ ବାବଦ ରେ ୩୦ ହଜାର ଟଙ୍କା ମାସକୁ ଦେବେ ।
Leave A Reply

Your email address will not be published.