ନୂଆଦିଲ୍ଲୀ : ଚୀନର ଜଣେ ବ୍ୟକ୍ତି ନିଜ ଏକୁଟିଆ ପଣକୁ ଦୂର କରିବା ପାଇଁ ଗୋଟିଏ କୁକୁର ପାଳିଥିଲେ l କିନ୍ତୁ ତିନିଦିନ ପରେ ତାଙ୍କ ସହିତ ଏପରି କିଛି ଘଟିଥିଲା ଯାହାକୁ ଜାଣି ସେ ଆଶ୍ଚର୍ଯ୍ୟ ହୋଇଗଲେ l କାରଣ ଯେଉଁ କୁକୁରଟିକୁ ସେ ପାଳିଥିଲେ ତାହାକୁ ସେ ତିନିଦିନ ପରେ ଗୋଟିଏ କୁକୁଡ଼ା ଛୁଆ ହିସାବରେ ଜାଣିଲେନି ,ତାହା ଅସଲରେ ଗୋଟିଏ ମୂଷା ଥିଲା l ମିଳିଥିବା ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଯେଉଁ କୁକୁର ଛୁଆଟିକୁ ପାଳିଥିଲେ ତାହା ବାସ୍ତବରେ ଗୋଟିଏ ମୂଷା ଥିଲା ,ଏହି ଘଟଣା ବିଷୟରେ ସେ ସାମାଜିକ ଗଣମାଧ୍ୟମରେ ଗୋଟିଏ ଭିଡିଓ ଜରିଆରେ ପୋଷ୍ଟ କରିଛନ୍ତି l ଏହି ମୂଷାତୀର ମୁହଁ ଦେଖିବାକୁ କୁକୁର ଭଳି l ଏହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି l
ଅଧିକାଂଶ ଲୋକ ମତ ଦେଇଛନ୍ତି ଏହି ଜୀବଟି କୁକୁର କି ମୂଷା ତାହା ଆମକୁ ଦ୍ବନ୍ଦରେ ପକାଉଛି l ଏହି ବିଷୟରେ ବ୍ୟକ୍ତି ଜଣଙ୍କ ସେତେବେଳେ ଜାଣିବାକୁ ପାଇଲେ ଯେତେବେଳେ ସେ ଗୋଟିଏ ପାହାଡିଆ ଅଞ୍ଚଳକୁ ନିଜ ସାଙ୍ଗ ସହିତ ଦେଖା କରିବାକୁ ଗଲେ l ସେଠାରେ ସେ ନିଜ ସାଙ୍ଗର ଘର ବାହାରେ ଗୋଟିଏ କୁକୁରକୁ ଦେଖିଥିଲେ ସେହି ସମୟରେ ସାମାନ୍ୟ ଅନ୍ଧାର ଥିଲା l ତେଣୁ ସେ ଜାଣି ପାରିନଥିଲେ ଏହା ମୂଷା ନା କୁକୁର ପରେ ଜଣାପଡ଼ିବାରୁ ତାଙ୍କ ସାଙ୍ଗ ତାଙ୍କୁ କ୍ଷମା ମାଗିଲେ l ସେ ଗୋଟିଏ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ କିଛି ଦିନ ପାଳିଲା ପରେ କୁକୁରଟି ମୂଷା ହୋଇଗଲା ,ଏହିପରି ମୁଁ ଭାବୁଛି l ମୁଁ ସାମାଜିକ ଗଣମାଧ୍ୟମରେ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ଆପଣ କୁହନ୍ତୁ ଏହା କୁକୁର ନା ମୂଷା ଏହା ପରେ ଲୋକମାନେ ଲେଖିଥିଲେ ଯେ ଯାହାକୁ ଆପଣ କୁକୁର ବୋଲି ଭାବୁଛନ୍ତି ତାହା “ବାଁମ୍ବୁ ରିୟାଟ ” ଏମାନେ କେବଳ ବାଉଁଶ ଖାଆନ୍ତି l ଚୀନରେ କେବଳ ବାଁମ୍ବୁ ରିୟାଟ ଦେଖିବାକୁ ମିଳିଥାଏ l
