Odisha news

କାହିଁକି ଧାରଣ କରିବେ ମୋତୀ ରତ୍ନ ? ଜାଣନ୍ତୁ ଧାରଣ କରିବାର ଉପାୟ, ମୋତୀ ଧାରଣ କରିବାର ଲାଭ ଓ କ୍ଷତି

0

ଆମ ଭିତରୁ ଅଧିକାଂଶ ଲୋକ ମୋତୀ ଧାରଣ କରିବା ପାଇଁ ପସନ୍ଦ କରି ଥାଆନ୍ତି l ଆଜି ଏହା ଏକ ଷ୍ଟାଇଲ ରେ ମଧ୍ୟ ପରିଣତ ହୋଇ ଯାଇଛି l ମୋତୀ ଧାରଣ କରିବାର ଲାଭ ଓ କ୍ଷତି ମଧ୍ୟ ରହିଛି l ମୋତୀ ଙ୍କ ତୁଳନା ଚନ୍ଦ୍ରଙ୍କ ସହିତ କରାଯାଇ ଥାଏ l ଏହା ଶରୀରର ଜଳ ତତ୍ୱ ଓ କଫ କୁ ନିୟନ୍ତ୍ରିତ କରିଥାଏ l

ଆଜି ଆସନ୍ତୁ ଜାଣିବା ମୋତୀ ଧାରଣ କରିବାର ଲାଭ ବିଷୟରେ –
* ମେଷ, କର୍କଟ, ବିଛା ଓ ମୀନ ରାଶିର ବ୍ୟକ୍ତି ଧାରଣ କରିବା ଖୁବ ଲାଭ ଦାୟକ ଅଟେ l ଯେବେକି ସିଂହ, ତୁଳା, ଧନୁ ରାଶିର ବ୍ୟକ୍ତି ଜ୍ୟୋତିଷ ଙ୍କୁ ପରାମର୍ଶ କରି ମୋତୀ ଧାରଣ କରିବା ଆବଶ୍ୟକ l ଏହାକୁ ଧାରଣ କରିବା ଦ୍ୱାରା ମନରେ ସକାରାତ୍ମକ ଭାବନା ଉତ୍ପନ୍ନ ହୋଇଥାଏ l

* ମାନ୍ୟତା ରହିଛି ଯେ ଗୋଲ ଆକାରର ମୋତୀ ଉତ୍ତମ ହୋଇଥାଏ l ଏଭଳି ମୋତୀ ଧାରଣ କରିଥିବା ବ୍ୟକ୍ତି ବିଦ୍ୱାନ ହୋଇ ଥାଆନ୍ତି l

* ଯଦି କୌଣସି ବ୍ୟକ୍ତି ଲମ୍ବା କିମ୍ବା ଗୋଲ ଆକାରର ମୋତୀ ଧାରଣ କରିବା ଦ୍ୱାରା ଉତ୍ତମ ପୁତ୍ର ପ୍ରାପ୍ତି ହୋଇଥାଏ l

* ମୋତୀ ଧାରଣ କରିବା ଦ୍ୱାରା ମନ ସୁଦୃଢ଼ ହୋଇଥାଏ ଓ ମସ୍ତିଷ୍କ ପ୍ରଖର ହୋଇଥାଏ l ତା ସହିତ ଯାହାର ଚନ୍ଦ୍ର ମହାଦଶା ରହିଛି ତେବେ ସେମାନେ ମଧ୍ୟ ଧାରଣ କରିବା ଆବଶ୍ୟକ l

ମୋତୀ ଧାରଣ କରିବାର କ୍ଷତି –

* ଅଧିକ ଭାବୁକ ଲୋକ ଓ କ୍ରୋଧୀ ଲୋକମାନେ ଚାନ୍ଦି କିମ୍ବା ମୋତୀ ଧାରଣ କରିବା ଉଚିତ ନୁହେଁ l ଏହାଦ୍ୱାରା କ୍ରୋଧ ଓ ଭାବୁକତା ବୃଦ୍ଧି ହୋଇଥାଏ l

* ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ, ମିଥୁନ, କନ୍ୟା, ମକର ଓ କୁମ୍ଭ ରାଶିର ବ୍ୟକ୍ତି ମୋତୀ ଧାରଣ କରିବା ଉଚିତ ନୁହେଁ l

Leave A Reply

Your email address will not be published.