Odisha news

ମାଙ୍କଡ଼ ଝାମ୍ପି ନେଲା କରୋନା ରକ୍ତ ନମୁନା

0

ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ମେରଠ୍‌ ମେଡିକାଲ୍‌ କଲେଜରେ ମାଙ୍କଡ଼ମାନେ ଆତଙ୍କ ସୃଷ୍ଟି କରିଛନ୍ତି । ଗୋଟିଏ ମାଙ୍କଡ଼ ଲାବ୍‌ ଟେକ୍ନିସିଆନ୍‌ଙ୍କଠାରୁ କରୋନା କିଟ୍‌ ଝାମ୍ପି ନେଇଥିବା ବେଳେ ଆଉ ଗୋଟିଏ ମାଙ୍କଡ଼ ଲାବ୍‌ରୁ କରୋନାଭାଇରସ୍‌ ସଂକ୍ରମିତ ରକ୍ତ ନମୁନା ଉଠାଇ ନେଇଛି । ଘଟଣାର ଭିଡିଓ ଏବେ ଚାରିଆଡ଼େ ଭାଇରାଲ ହେଉଛି । ଭିଡ଼ିଓରୁ ଦେଖିବାକୁ ମିଳୁଛି ମାଙ୍କଡ଼ଟି ସାମ୍ପଲ୍‌ କଲେକସନ୍‌ କିଟ୍‌କୁ ଗଛରେ ବସି ଚୋବାଉଛି । କଲେଜ୍‌ ପ୍ରିନ୍‌ସିପାଲ୍‌ ସ୍ପଷ୍ଟୀକରଣ ଦେଇ କହିଛନ୍ତି, ତାହା କରୋନା ରୋଗୀଙ୍କ ସାମ୍ପଲ୍‌ ନ ଥିଲା ବରଂ ଡେଲି ଚେକ୍‌ଅପ୍‌ ରୋଗୀଙ୍କ ସାମ୍ପଲ ଥିଲା । ତେବେ ଯେଉଁ ତିନିଜଣ କରୋନା ରୋଗୀଙ୍କ ସାମ୍ପଲ ମାଙ୍କଡ଼ ଛଡ଼ାଇ ନେଇଛି ସେମାନଙ୍କଠାରୁ ପୁଣି ଥରେ ସ୍ୱାବ୍‌ ସଂଗ୍ରହ କରାଯାଇଛି । ମାଙ୍କଡ଼ଙ୍କ ଉକ୍ସଊାତ ବନ୍ଦ କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିିଁ ।

Leave A Reply

Your email address will not be published.