ନୂଆଦିଲ୍ଲୀ : ଥାଇଲାଣ୍ଡରେ ମାଙ୍କଡ ମାନେ ଏମିତି ଉତ୍ପାତ କଲେ ଯେ ସେଠାକାର ସରକାରଙ୍କୁ ଗୋଟିଏ ଅଦ୍ଭୁତ ଫଇସଲା ନେବାକୁ ପଡିଲା l ସରକାରଙ୍କ ଆଦେଶ ପରେ ବନ୍ୟଜନ୍ତୁ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରୁଥିବା ବିଭାଗ ୨୦୦ ରୁ ଅଧିକ ମାଙ୍କଡଙ୍କର ଗୁପ୍ତାଙ୍ଗକୁ କାଟି ଦିଆଯାଇଛି l ଏହା ଏଥିପାଇଁ କରା ଯାଇଛି ସେଠାରେ ମାଙ୍କଡ ମାନଙ୍କର ପ୍ରଜନନ ପ୍ରକ୍ରିୟାକୁ କମ କରାଯାଇ ପାରିବ ,ଏବଂ ତାଙ୍କର ଆତଙ୍କ ଉପରେ ରୋକ ଲଗାଯାଇ ପାରିବ l ଲକଡାଉନ ସମୟରେ ଥାଇଲାଣ୍ଡରେ ମାଙ୍କଡ ମାନଙ୍କର ସଂଖ୍ୟା ବୃଦ୍ଧି ହେବାକୁ ଲାଗିଲା ଓ ମାଙ୍କଡ ମାନେ ବିଭିନ୍ନ ସହରରେ ପଶି ଲୋକ ମାନଙ୍କୁ ଖୁବ ହଇରାଣ ହରକତ କଲେ l

ଡେଲି ମେଲର ରିପୋର୍ଟ ଅନୁସାରେ ବନ୍ୟଜନ୍ତୁ ବିଭାଗ ଲୋକମାନଙ୍କୁ ହଇରାଣ କରୁଥିବା ୨୦୦ ମାଙ୍କଡ଼ଙ୍କୁ ପିଞ୍ଜରା ଭିତରେ ବନ୍ଦ କରି ବେହୋସ କରିଥିଲା ଓ ପରେ ତାଙ୍କର ଗୁପ୍ତାଙ୍ଗକୁ କଟା ଯାଇଥିଲା l ଏହା ଏଥିପାଇଁ କରାଗଲା କାରଣ ମାଙ୍କଡ ମାନେ ତାଙ୍କର ବଂଶ ବୃଦ୍ଧି କରି ପାରିବେ ନାହିଁ l ଏହି ମାଙ୍କଡ ମାନଙ୍କୁ ଜାଣିବା ପାଇଁ ଏମାନଙ୍କ ଦେହରେ ଏକ ବିଶେଷ ପ୍ରକାର ଚିହ୍ନ ମଧ୍ୟ ଲାଗ ଯାଇଛି l ଭବିଷ୍ୟତରେ ଯଦି ଏପରି କୌଣସି ସମସ୍ୟା ଆଉଥରେ ଦେଖା ଦେବା ତେବେ ଏହି ମାଙ୍କଡ ମାନଙ୍କୁ ଜାଣିହେବ l ବନ୍ୟବିଭାଗର ଜଣେ ଅଧିକାରୀ କହିଛନ୍ତି ଆମକୁ ମାଙ୍କଡ ମାନଙ୍କର ସଂଖ୍ୟାକୁ କମ ନିୟନ୍ତ୍ରିତ କରିବାର ଥିଲା ,କାରଣ ସେମାନେ ଲୋକମାନଙ୍କ ଘରେ ପଶି ଖାଦ୍ୟ ପଦାର୍ଥ ନେଇ ଆସିବା ସହିତ ଆକ୍ରମଣ ମଧ୍ୟ କରୁଥିଲେ ତେଣୁ ଆମେ ଏହିପରି ପଦକ୍ଷପ ନେଲୁ l

LEAVE A REPLY

Please enter your comment!
Please enter your name here