କାନପୁର : ମାଙ୍କଡ଼କୁ ଆଜୀବନ କାରାଦଣ୍ଡ ଦିଆଯିବା କଥା ଶୁଣା ନ ଥିଲା ! କାନପୁର ଚିଡ଼ିଆଖାନାର ଏକ ମାଙ୍କଡ଼ ସାରାଜୀବନ ବନ୍ଦୀ ରହିବ । ମିର୍ଜାପୁର ଜିଲ୍ଲାର ଜଣେ ତାନ୍ତ୍ରିକଙ୍କ ‘କଲୁଆ’ ନାମକ ମାଙ୍କଡ଼ ୨୫୦ରୁ ଅଧିକ ଲୋକଙ୍କୁ କାମୁଡ଼ି ଜଣଙ୍କୁ ମାରିଦେଇଛି । ତାନ୍ତ୍ରିକ ତାକୁ ନିୟମିତ ମଦ ପିଇବାକୁ ଦେଉଥିଲା । କିଛିଦିନ ମଧ୍ୟରେ ମାଙ୍କଡ଼ ନିଶାଡ଼ି ହୋଇଗଲା । ତାନ୍ତ୍ରିକର ମୃତୁ୍ୟ ପରେ ମଦ ନ ମିଳିବାରୁ କଲୁଆ ଆକ୍ରାମକ ହୋଇଗଲା ।ମିର୍ଜାପୁରରେ ଆତଙ୍କ ସୃଷ୍ଟି କରିବାରୁ କଲୁଆକୁ ଧରିବା ପାଇଁ ବନ ଓ ଚିଡ଼ିଆଖାନା ଟିମ୍କୁ ଡକାଯାଇଥିଲା । ଚିଡ଼ିଆଖାନାର ଡାକ୍ତର ମହମ୍ମଦ ନାସିର୍ କହିଛନ୍ତି, କିଛିମାସ ପାଇଁ ତାକୁ ଅଲଗା ରଖାଯାଇଛି, ପରେ ଯନ୍ତାକୁ ସ୍ଥାନାନ୍ତର କରାଯିବ । ତା ବ୍ୟବହାରରେ କୌଣସି ପରିବର୍ତ୍ତନ ଆସିନାହିଁ । ଏହା ନିଶ୍ଚିତ ଯେ କଲୁଆ ସାରାଜୀବନ ବନ୍ଦୀ ରହିବ । କଲୁଆ ଏବେ ୬ ବର୍ଷର । ତାକୁ ମୁକ୍ତ କରାଗଲେ ସେ ଯୁଆଡ଼େ ଯିବ କ୍ଷତି ପହଞ୍ଚାଇବ ।