ବିଶ୍ୱର ଚିନ୍ତା ବଢ଼ାଇଲା ମଙ୍କିପକ୍ସ , କଣ ମଙ୍କିପକ୍ସ ସେକ୍ସୁଆଲି ଟ୍ରାନ୍ସମିଟେଡ଼ ଡିଜିଜ : ଜାଣନ୍ତୁ କଣ ରହିଛି ଏକ୍ସପର୍ଟ ଙ୍କ ମତ
ଆଫ୍ରିକା ରୁ ଆରମ୍ଭ ହୋଇଥିବା ମଙ୍କିପକ୍ସ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇ ଯାଇଛି l WHO ଏହି ଭାଇରସ କୁ ଇଣ୍ଟରନେଶନାଲ ପବ୍ଲିକ ହେଲଥ ଏମର୍ଜେନ୍ସି ଘୋଷଣା କରି ସାରିଛି, ଏହି ଭାଇରସ ତ୍ୱଚା ସମ୍ବନ୍ଧିତ ଅଟେ ଏବଂ ଯେଉଁ ବ୍ୟକ୍ତିର ତ୍ୱଚା ଏହି ଭାଇରସ ସମ୍ବନ୍ଧ ରେ ଆସିଥାଏ ସେ ମଧ୍ୟ ପ୍ରଭାବିତ ହୋଇଥାଏ l ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଯେ କଣ ଶାରୀରିକ ସମ୍ବନ୍ଧ ଦ୍ୱାରା ଏହି ରୋଗ ବ୍ୟାପି ଥାଏ l ଏହାକୁ ନେଇ ଏକ୍ସପର୍ଟ ଙ୍କ ଅଲଗା ଅଲଗା ମତ ରହିଛି l
କଣ କହୁଛି ଅଧ୍ୟୟନ –
ଅଧ୍ୟୟନ ଅନୁସାରେ ବର୍ତମାନ ସୁଦ୍ଧା ୯୮ % ମାମଲା ଯୌନ ସମ୍ବନ୍ଧ ଦ୍ୱାରା ଜଡିତ ଅଟେ l ମୁଖ୍ୟତଃ ଭାବରେ ପୁରୁଷ ମାନଙ୍କ ସହିତ ଯୌନ ସମ୍ବନ୍ଧ ରଖୁଥିବା ପୁରୁଷ ଏହାଦ୍ୱାରା ଅଧିକ ପୀଡିତ ହେଉଛନ୍ତି l ୨୦୨୨ ର ଶେଷ ପର୍ଯ୍ୟାୟ ରେ ଗୋଟିଏ ଷ୍ଟଡି ଅନୁସାରେ ମଙ୍କିପକ୍ସ କୁ ଗୋଟିଏ ବଡ଼ ସଂକ୍ରମଣ ଭାବରେ ଗ୍ରହଣ କରାଯାଇଛି l ଯଦି ଏଥିପାଇଁ ଉପଯୁକ୍ତ ଭ୍ୟାକସିନ ବାହାରିବ ତେବେ ମଙ୍କିପକ୍ସ କୁ ଅଯୟ ରେ ରଖିହେବ l
– କେରଳ ରେ ମଙ୍କିପକ୍ସ ମାମଲା କୁ ମ୍ୟାନେଜ କରିବା ରେ ସବୁଠୁ ଆଗରେ ରହିଛି l ରାଜ୍ୟ ରେ ସଂଯୁକ୍ତ ରାଜ୍ୟ ଆରବ ଏମିରଟସ ରୁ ଫେରୁଥିବା ଯାତ୍ରୀ ଙ୍କ ନିକଟରେ ପ୍ରଥମ ମାମଲା ଭାରତରେ ଦେଖିବାକୁ ମିଳିଥିଲା l ଏବଂ ଚଳିତ ବର୍ଷ ଜାନୁଆରୀ ରେ ଆଉ ୨ଟି ମାମଲା ସାମ୍ନାକୁ ଆସିଥିଲା l ତେଣୁ ଏଥିପାଇଁ କେରଳ ସରକାର ଉଚିତ ପଦକ୍ଷେପ ନେଇ ସ୍ଥିତି କୁ ନିୟନ୍ତ୍ରଣ କରିଥିଲେ l
– ମଙ୍କିପକ୍ସ ଯଦି ଲକ୍ଷଣ ଦେଖା ଯାଉଛି ଯେପରିକି ଜ୍ୱର ଆସିବା, ଦେହ ରେ ଫୋଟକା ପରି ଦେଖାଯିବା ତେବେ ନିଜକୁ ଆଇସୋଲେସନ କରି ତୁରନ୍ତ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l ଯାହାଦ୍ୱାରା ରୋଗ ଅଧିକ ଵ୍ୟାପୀବ ନାହିଁ l
– ଯଦି ଜ୍ୱର ନ ଆସି ମଧ୍ୟ ଫୋଟକା ଭଳି ଶରୀରରେ ଦେଖା ଯାଉଛି ତେବେ, ତାକୁ ସହଜ ରେ ନନେଇ ଡାକ୍ତରଙ୍କୁ ଦେଖାନ୍ତୁ l ଆପଣ ଭାବୁ ଥାଇ ପାରନ୍ତି ଏହା ଚିକେନ ପକ୍ସ ହୋଇଥାଇ ପାରେ କିନ୍ତୁ ଏହା ଭୁଲ ଅଟେ l