ବିରିଡି ; କାଳ ବୈଶାଖି ଓ ଅଦିନିଆ ବର୍ଷା ଯୋଗୁଁ ବିରିଡି ବ୍ଲକରେ ଏକର ଏକର ମୁଗ ଚାଷ ଉଜୁଡି ଯାଇଥିବା ଦେଖିବାକୁ ମିଳୁଛି । ମୁଗ ଅମଳ ସମୟରେ ଏହି ଭଳି ସମସ୍ୟା ଦେଖା ଦେଇଥିବାରୁ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶହ ଶଷ ଚାଷି । ଏହି ଅଦିନିଆ ବର୍ଷାରେ ମୁଗ ବିଲ ମାନଙ୍କରେ ପାଣି ଜମି ରହିଛି । ପବନ ହେବା ଦ୍ୱାରା ମୁଗ ସବୁ ମାଟିରେ ପଡିଯାଇଥିବା ଦୃଶ୍ୟ ଚାଷିଙ୍କ ଚିନ୍ତା ବଢାଇ ଦେଇଛି । ଓପଡା ଯାଇଥିବା ମୁଗ ମଧ୍ୟ ବିଲରେ ପଡିରହିଛି । ଏହି ବିଲରେ ପଡିରହିଥିବା ମୁଗ ଗଛକୁ କିଛୀ ଚାଷି ଆଜି ସକାଳୁ ଉଠାଇ ସୁଖାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେଥିରୁ ମୁଗ ଅମଳ ହେବା ନେଇ ସନେ୍ଦହ କରାଯାଇଛି । କରୋନା ଲକଡାଉନ କୁ ସାମ୍ନା କରୁଥିବା ଚାଷି ଘୋର ଆର୍ଥୀକ ଅନାଟନ ନେଇ ଗତି କରିଆସୁଥିବା ବେଳେ ଅମଳ କ୍ଷମ ମୁଗ ଉଜୁଡିବାକୁ ବସିଥିବାରୁ ଚାଷିଙ୍କ ଚିନ୍ତା ବଢାଇ ଦେଇଛି ବୋଲି ସଢେଇଶାସନ ଗ୍ରାମର ଚାଷି ଅଶୋକ କୁମାର ସିଂହ, ସୌମ୍ୟ କାନ୍ତ ସିଂହ, ଅମୁଲ୍ୟ ମହାନ୍ତି, ଭରତ ଚନ୍ଦ୍ର ମହାନ୍ତି, ଚିତ ରଂଜନ ସିଂହ, ଜ୍ୟୋତି ରଂଜନ ସିଂ, ରାଧେସ୍ୱାମ ସାହୁ, ବାବାଜୀ ଚରଣ ସିଁ, ଲକ୍ଷ୍ମିଧର ସାହୁ, ହରେକୃଷ୍ଣ ସାହୁ ଓ ଅନ୍ୟମାନେ କରିଛନ୍ତି । ସେହିପରି ବିରିଡି ବ୍ଲକର ୨୨ ମୌଜା ସମେତ ବିଭିନ୍ନ ମୌଜାରେ ହୋଇଥିବା ମୁଗ ଚାଷ ଏହି ଅଦିନିଆ ବର୍ଷା ମାଡରେ ବ୍ୟାପକ କ୍ଷତି ଘଟାଇଥିବାରୁ ଏହାର କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ପ୍ରଦାନ ପାଇଁ ବହୁ ଚାଷି ଦାବି କରିଛନ୍ତି ।