ନୂଆଦିଲ୍ଲୀ : ତାମିଲନାଡୁର ତିରୁଚିରା ପଲ୍ଲୀରୁ ଗୋଟିଏ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁସାରେ ରାସ୍ତା କଡରେ ଗୋଟିଏ ଅଖା ଭିତରେ କିଛି ଜିନିଷ ପଶି ପଡିଥିବାର ସୂଚନା ଲୋକମାନେ ପୋଲିସକୁ ଦେଇଥିଲେ l ପୋଲିସ ଘଟଣା ସ୍ଥଳରେ ପହଂଚି ବସ୍ତଟିକୁ ଖୋଲିଥିଲା ଏହା ପରେ ଯାହା ଦେଖିଲା ଆଶ୍ଚର୍ଯ୍ୟ ହୋଇ ଯାଇଥିଲା l ସେହି ବସ୍ତାରେ ଖାଲି ଟଙ୍କା ଭର୍ତି ହୋଇଥିଲା ,ଯେତେ ଗଣିଲେ ମଧ୍ୟ ତାହା ସରି ନଥିଲା l
ପୋଲିସର କହିବା ମୁତାବକ ତାହା ପାଖାପାଖି ୧ କୋଟି ଟଙ୍କା ହେବ l ତାମିଲନାଡୁରେ ବିଧାନସଭା ମତଦାନ ଅପ୍ରେଲ ୬ ତାରିଖରେ ହେବାକୁ ଯାଉଛି ସେଥିପାଇଁ ମତଦାନ ଅଧିକାରୀ ମାନେ ମଧ୍ୟ ଘଟଣା ସ୍ଥଳରେ ପହଂଚି ପଇସା ବସ୍ତଟିକୁ ଜବତ କରିଥିଲେ l ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଦୁଇଜଣ ବ୍ୟକ୍ତି କିଛି ଜନସାଧାରଙ୍କ ମଧ୍ୟରେ ଝଗଡା କରୁଥିବାର ସୂଚନା ମିଳିଥିଲା l ପୋଲିସକୁ ଦେଖିବା ମାତ୍ରେ ସେମାନେ ସେଠାରୁ ପଳାଇ ଯାଇଥିଲେ l ସେହିଭଳି ପୋଲିସକୁ ରାସ୍ତା କଡ଼ରୁ ମଧ୍ୟ ଏକ କାର ନିକଟରେ ଗୋଟିଏ ବସ୍ତା ମିଳିଥିଲା l
ପୋଲିସ ଅଧିକାରୀ ମାନେ ଯେତେବେଳେ ଅଖାଟିକୁ ଖୋଲିଥିଲେ ତା ଭିତରୁ ବଣ୍ଡଲ ବଣ୍ଡଲ ଟଙ୍କା ବାହାରିଥିଲା l ପୋଲିସ କହିଛି ଯେ AIADMK ପାର୍ଟିର କିଛି ସଦସ୍ୟ ସେଠାରେ ଏକତ୍ରିତ ଥିଲେ ଓ ନିଜର ଗାଡିଟିକୁ ଅଟକାଇ ଥିଲେ l କିନ୍ତୁ ଉକ୍ତ ବ୍ୟକ୍ତିମାନେ କହିଛନ୍ତି ଯେ ଏହି ପଇସା ସେମାନେ ରଖି ନାହାନ୍ତି l ତେଣୁକରି ପୋଲିସ ପକ୍ଷରୁ ଏହା ସରକାରୀ ଫଣ୍ଡରେ ଜମା କରି ଦିଆଯାଇଛି l କେହି କେହି ମତ ଦେଉଛନ୍ତି ଯେ ମତଦାନ ପୂର୍ବରୁ ପଇସା ବର୍ଷ ହେଉଛି l
Comments are closed.