ଆମ ହିନ୍ଦୁ ଧର୍ମରେ ୧୨ଟି ମାସର ଅଲଗା ଅଲଗା ମହତ୍ତ୍ଵ ରହିଛି । ଯାହାକୁ ଆମେ ପୌରାଣିକ ଦୃଷ୍ଟି କୋଣରୁ ଖୁବ୍ ଗୁରୁତ୍ଵ ଦେଇଥାଉ । ବର୍ତ୍ତମାନ୍ ଜ୍ୟେଷ୍ଠ ମାସ ସରିଯାଇଛି ଓ ଆଷାଢ଼ ମାସ ଆରମ୍ଭ ହୋଇଛି । ଏହି ଆଷାଢ଼ ମାସରେ ଶିବ ପୁଜନର ବିଶେଷ ମହତ୍ତ୍ଵ ରହିଛି । ଯଦି କେହି ଶୀଘ୍ର ଭକ୍ତଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ଥାଆନ୍ତି ସେ ହେଲେ ଭୋଳାନାଥ ।
ଭୋଳା ନାଥଙ୍କୁ ସନ୍ତୁଷ୍ଟ କରିବା ଖୁବ୍ ସହଜ ଅଟେ । ଆଷାଢ଼ ମାସ ସୋମବାରରେ ମଧ୍ୟ ଶିବ ଶଙ୍କର ଙ୍କୁ ବିଶେଷ ପୂଜାର୍ଚ୍ଚନା କରାଯାଇଥାଏ । ଶ୍ରାବଣ ମାସ ଭଳି ଆଷାଢ଼ ମାସରେ ଗୁରୁତ୍ଵ ରହିଥାଏ । ଶିବ ପୂଜାରେ ଶୁକ୍ଳ ପକ୍ଷ ଓ କୃଷ୍ଣ ପକ୍ଷର ସମାନ ମହତ୍ତ୍ଵ ରହିଛି ।
ଶିବ ପୂଜନ ବିଧି –
– ଆଷାଢ଼ ମାସ ସୋମବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ ସାରି , ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ସମସ୍ତ ମାନସିକ ପୂରଣ ହୋଇଥାଏ ।
– ଏହି ଦିନ ଶିବ ପୂଜା କରିବା ଦ୍ୱାରା ଘରର ଆର୍ଥିକ ସ୍ଥିତି ସୁଧୁରି ଥାଏ । ମାନ୍ୟତା ରହିଛି ଯେ ଆଷାଢ଼ ସୋମବାର ଦିନ ଯଦି ଷଣ୍ଢ କୁ ଦୁବ ଓ ଅରୁଆ ଚାଉଳ ଖାଇବାକୁ ଦିଆଯାଏ ତେବେ ବ୍ୟବସାୟ ଓ ଚାକିରୀ କ୍ଷେତ୍ରରେ ରିଷ୍ଟ ଖଣ୍ଡନ ହୋଇଥାଏ ।
– ଆଷାଢ଼ ସୋମବାର ରେ ଶିବଲିଙ୍ଗ ରେ ଜଳାଭିଷେକ କରିବା ଦ୍ୱାରା ଆର୍ଥିକ ସ୍ଥିତି ସୁଦୃଢ ହୋଇଥାଏ ଓ ଶରୀର ରୋଗମୁକ୍ତ ରହିଥାଏ ।
– ଜୀବନରେ ଚିନ୍ତାକୁ ଦୁର କରିବା ପାଇଁ ଆଷାଢ଼ ସୋମବାର ଦିନ ଦରିଦ୍ର ନାରାୟଣଙ୍କୁ ଯେ କୌଣସି ମିଠା ଜିନିଷ ସେବନ କରାନ୍ତୁ ।
– ନାରୀମାନେ ଏହିଦିନ ନିଜର ସ୍ଵାମୀଙ୍କ ପାଇଁ ଶିବଙ୍କ ନିକଟରେ ଯାହା ବର ମାଗି ଥାଆନ୍ତି ତାହା ଲାଭ କରି ଥାଆନ୍ତି । ତେଣୁ ଶିବଲିଙ୍ଗ ଉପରେ ଦୁଗ୍ଧ ଓ ବେଲପତ୍ର ଅର୍ପଣ କରିବା ଉଚିତ୍ । ତା ପରେ ଘରେ ଗୁରୁଜନ ମାନଙ୍କ ଆଶୀର୍ବାଦ ନେବା ଆବଶ୍ୟକ । ଯାହାଦ୍ଵାରା ଘରର ମଙ୍ଗଳ ହୋଇଥାଏ ।

Comments are closed.