ଔରଙ୍ଗଜେବ ଗୁଜୁରାଟ ଦାହୋଦ ରେ ଅକ୍ଟୋବର ୧୪ ତାରିଖ ୧୬୧୮ ଜନ୍ମ ନେଇଥିଲେ l ସେ ମୁମତାଜ ଓ ସାହାଜାହାନ ଙ୍କ ପୁତ୍ର ଥିଲେ l ତାଙ୍କର ୪ଟି ପତ୍ନୀ ଥିଲେ l
ନିଜର କ୍ରୁର କାର୍ଯ୍ୟ କୁ ନେଇ ପରିଚିତ –
– ନିଜ ପିତାଙ୍କୁ ବନ୍ଦୀ କରି ରଖିଥିଲେ –
ଔରଙ୍ଗଜେବ ଙ୍କ ପିତା ସାହାଜାହାନ ୧୬୫୬ ରେ ଖୁବ ରୋଗ ଗ୍ରସ୍ତ ହୋଇ ଯାଇଥିଲେ l ଏହାପରେ ଔରଙ୍ଗଜେବ ଙ୍କର ତାଙ୍କ ଭାଇ ମାନଙ୍କ ସହିତ ମୋଗଲ ସାମ୍ରାଜ୍ୟ କୁ ନେଇ ଝଗଡା ହେବାରେ ଲାଗିଲା, ସମସ୍ତଙ୍କ ମଧ୍ୟରେ ସେ ଖୁବ ଶକ୍ତିଶାଳୀ ଥିଲେ l ଔରଙ୍ଗଜେବ ଏହାପରେ ନିଜ ପିତାଙ୍କୁ ବନ୍ଦୀ କରିନେଲେ l
– ବଡ ଭାଇଙ୍କ ହତ୍ୟା –
ସାହାଜାହାନ ଓ ମୁମତାଜ ଙ୍କ ୧୪ ତମ ସନ୍ତାନ ଔରଙ୍ଗଜେବ ଥିଲେ, ଯିଏକି ନିଜର ସବୁଠୁ ବଡ ଭଳି ଦାରା ସିକୋହ ଙ୍କୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ l ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା l
– ସାନଭାଇ ର ହତ୍ୟା –
ନିଜର ବଡ ଭାଇ କୁ ହତ୍ୟା କରିବା ପରେ ସବୁଠୁ ସାନ ଭାଇ ମୁରାଦ ବଖସ କୁ ବନ୍ଦୀ କରିଥିଲେ ଓ ନିଶା ଦେଇ ଦେଇ ତାର ମାନସିକ ସ୍ଥିତି ଖରାପ କରିଦେଇ ଥିଲା l ଏହାପରେ ସେ ନିଜ ପୁତୁରା ସୁଲେମାନ ସିକୋହ ସହିତ ମଧ୍ୟ ଏହି କାର୍ଯ୍ୟ କରିଥିଲା ଓ ପରେ ୨ଜଣ ଙ୍କର ହତ୍ୟା କରି ଦେଇଥିଲା l
– ଅଣ ମୁସ୍ଲିମ ଧର୍ମ ର ବିଲୋପ ପାଇଁ ଚେଷ୍ଟା –
ଆମେରିକା ଇତିହାସକାର ବିଲ୍ ଦ୍ୟୁରେଣ୍ଟ ନିଜ ପୁସ୍ତକ ‘ଆଉଆର ଓରିଏଣ୍ଟାଲ ହେରିଟେଜ ‘ ରେ ଲେଖିଛନ୍ତି ଯେ ଔରଙ୍ଗଜେବ ନିଜ ଜୀବନ ର ୫୦ ବର୍ଷ ଭାରତରେ ଇସ୍ଲାମ ଛଡା ଅନ୍ୟ ସମସ୍ତ ଧର୍ମକୁ ନଷ୍ଟ କରିବାରେ ଲଗାଇ ଦେଇଥିଲେ l
– ଧର୍ମାନ୍ତରି କରଣ ଅଭିଯାନ –
ଔରଙ୍ଗଜେବ ଏତେ ଭୟଙ୍କର ଥିଲା କି ଅଣ ମୁସ୍ଲିମ ଧର୍ମ କୁ ବିଲୋପ କରିବା ପାଇଁ ନିଜର ଜୀବନ ଲଗାଇ ଦେଇଥିଲା l ସେ ହିନ୍ଦୁ ଓ ଶିଖ ଧର୍ମାବଲମ୍ବୀ ଲୋକଙ୍କୁ ଧର୍ମାନ୍ତରୀକରଣ ପାଇଁ ପୁରା ଜୋର ଲଗାଇ ଦେଇଥିଲା ଓ ସେମାନଙ୍କୁ ଦଣ୍ଡ ମଧ୍ୟ ଦେଉଥିଲା l ଜୈନ ଧର୍ମ ଗୁରୁ ଜିନ ପ୍ରସାଦ ଙ୍କର ଔରଙ୍ଗଜେବ ହତ୍ୟା କରି ଦେଇଥିଲା l
– ହିନ୍ଦୁ ପର୍ବପର୍ବାଣୀ ରେ ଲଗାଉ ଥିଲା ପ୍ରତିବନ୍ଧ –
ଔରଙ୍ଗଜେବ ନିଜ ରାଜ୍ୟରେ ହିନ୍ଦୁ ମାନଙ୍କ ପାଇଁ କଠିନ ରୁ କଠିନ ନିୟମ ତିଆରି କରୁଥିଲା l ସେହି ନିୟମ ରେ ହିନ୍ଦୁ ପର୍ବପର୍ବାଣି ଉପରେ ପ୍ରତିବନ୍ଧକ ଲାଗୁଥିଲା l
– ଅଣ ମୁସ୍ଲିମ ଙ୍କ ଉପରେ ଜଜିଆ ଟ୍ୟାକ୍ସ –
ଯେତେବେଳେ ଧର୍ମାନ୍ତରୀକରଣ ପାଇଁ ଅସଫଳ ରହିଥିଲା ସେତେବେଳେ ସେ ଯେଉଁ ହିନ୍ଦୁ ମୁସଲମାନ ଧର୍ମ ଗ୍ରହଣ କରୁ ନଥିଲା ତା ଉପରେ ଜଜିଆ ଟ୍ୟାକ୍ସ ଲଗାଇ ଶୁଳ୍କ ଆଦାୟ କରୁଥିଲା l
– ମନ୍ଦିର ଭାଙ୍ଗିବା ଅଭିଯାନ –
ଔରଙ୍ଗଜେବ ଏତେ ଧର୍ମାନ୍ଧ ଥିଲା ଯେ ଇସ୍ଲାମ ବ୍ୟତୀତ କୌଣସି ଧର୍ମ କୁ ପସନ୍ଦ କରୁନଥିଲା l ନିଜ ଶାସନ ସମୟରେ ଅନେକ ମନ୍ଦିର ଭାଙ୍ଗି ଥିଲା l ହିନ୍ଦୁ ମାନଙ୍କର ପ୍ରମୁଖ ତୀର୍ଥ ସ୍ଥାନ କାଶୀ ରେ ବିଶ୍ୱନାଥ ମନ୍ଦିର ଭାଙ୍ଗି ସେ ମସଜିଦ ନିର୍ମାଣ କରିଥିଲା l
– ହିନ୍ଦୁ ରାଜାଙ୍କ ହତ୍ୟା –
ଔରଙ୍ଗଜେବ ନିଜ ଶାସନ କାଳରେ ଅନେକ ହିନ୍ଦୁ ରାଜାଙ୍କ ଉପରେ ଅତ୍ୟାଚାର କରି ହତ୍ୟା କରିଥିଲା l ସେ ମେବର ର ରାଜା ରାଣା ସିଂହ ଙ୍କୁ ବନ୍ଦୀ କରି ହତ୍ୟା କରିଥିଲା l ଏହାଛଡା ମେରାଟ ର ରାଜା ସଂଭାଜୀ ଙ୍କ ମଧ୍ୟ ହତ୍ୟା କରିଥିଲା l
– ଗୁରୁ ତେଜ ବହାଦୁର ଙ୍କ ହତ୍ୟା –
ମୋଗଲ ମାନଙ୍କ ଧାର୍ମିକ ଅତ୍ୟାଚାର କୁ ଶିଖ ମାନେ ଖୁବ ସାମ୍ନା କରିଥିଲେ l ତେଣୁ ଶିଖ ମାନଙ୍କ ଉପରେ ଔରଙ୍ଗଜେବ ର ବିଶେଷ ରାଗ ଥିଲା, ଶିଖା ଧର୍ମଗୁରୁ ତେଜ ବହାଦୁର ଙ୍କୁ ମଧ୍ୟ ଔରଙ୍ଗଜେବ ହତ୍ୟା କରିଥିଲା l
