ଟିମ୍ ମୋଦି ର ସବୁଠୁ ବଡ଼ ବିସ୍ତାର ପରେ ପ୍ରଥମ କ୍ୟାବିନେଟ୍ ମିଟିଂ ସମାପ୍ତ : ୨୩ ହଜାର କୋଟି ର ହେଲଥ୍ ଏମାର୍ଜେନ୍ସି ଘୋଷଣା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କର ମନ୍ତ୍ରୀ ମଣ୍ଡଳ ବିସ୍ତାର ହେବାପରେ ଗୁରୁବାର ସଂଧ୍ୟାରେ ପ୍ରଥମ କ୍ୟାବିନେଟ୍ ମିଟିଂ ଥିଲା । ମନ୍ତ୍ରୀମଣ୍ଡଳ ରେ ପରିବର୍ତନ ପରେ ଏହି ମିଟିଂ ରଖା ଯାଇଥିଲା । ଏହି ମିଟିଂ ଭର୍ଚୁଆଲ ହୋଇଥିଲା , ଏଥିରେ କ୍ୟାବିନେଟ୍ ର ୩୦ଜଣ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ । ମିଟିଂ ପରେ ୩ ଜଣ ମନ୍ତ୍ରୀ ପ୍ରେସ କର୍ଣ୍ଡଫରେନ୍ସ କରିଥିଲେ । ସେମାନେ ହେଲେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର , କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ଓ ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମଣ୍ଡ ବିୟ । ସେମାନେ ସୂଚନା ଦେଇଥିଲେ ଯେ ସରକାରଙ୍କ ପକ୍ଷରୁ ୨୩ହଜାର କୋଟି ଟଙ୍କାର ହେଲଥ ଏମର୍ଜେନ୍ସି ପ୍ୟାକେଜ ଘୋଷଣା କରାଯାଇଛି । ଏଥିରେ କେନ୍ଦ୍ର ସରକାରଙ୍କ ର ୧୫ହଜାର କୋଟି ଓ ରାଜ୍ୟ ସରକାରଙ୍କ ୮ହଜାର କୋଟି ଦିଆଯିବ ।
ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପକ୍ଷରୁ କୁହା ଯାଇଥିଲା ଭବିଷ୍ୟତ ରେ ଅକ୍ସି ଜେନ୍ ର ଅସୁବିଧା ଯେପରି ନହୁଏ , ଆବଶ୍ୟକୀୟ ଔଷଧ କମ୍ ନାହାଉ ଓ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପାଇଁ କଣ କରାଯାଇ ପାରିବ , ତାହାକୁ ଦୃଷ୍ଟିରେ ରଖି ଏହି ପ୍ୟାକେଜ ଘୋଷଣା କରାଯାଇଛି ।
Comments are closed.