ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କର ଆମେରିକା ଗସ୍ତକୁ ନେଇ ସାରା ଦୁନିଆର ନଜର ରହିଛି l ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତ ପୂର୍ବରୁ ସେଠାରେ ଭବ୍ୟ ପ୍ରସ୍ତୁତି ଚାଲିଛି l ମୋଦୀ ଙ୍କ ଭାଷଣ ଶୁଣିବା ପାଇଁ ସେଠାରେ ଥିବା ଭାରତୀୟ ମାନେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି l ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଆମେରିକାର ପ୍ରଥମ ମହିଳା ଜିଲ ବାଇଡେନ ଙ୍କ ନିମନ୍ତ୍ରଣ କ୍ରମେ ମୋଦୀ ଜୁନ ୨୧ରୁ ୨୪ ପର୍ଯ୍ୟନ୍ତ ଆମେରିକା ଗସ୍ତ କରିବେ l
ମିଳିଥିବା ସୂଚନା ଅନୁସାରେ ଏଠାରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ମେଗା ଶୋ ଜୁନ ୨୩ ତାରିଖରେ କରାଯିବ l ଏହି ପରିପ୍ରେକ୍ଷୀ ରେ ମୋଦି ୱାସିଙ୍ଗ ଟନ ଡିସି ରେ ରୋନାଲଡ ରୀଗନ ବିଲଡିଂ ଓ ଇଣ୍ଟରନେଶନାଲ ଟ୍ରେଡ଼ ସେଣ୍ଟର ରେ ପ୍ରବାସୀ ଭାରତୀୟ ଙ୍କୁ ସମ୍ବୋଧନ କରିବେ l
ଆସନ୍ତୁ ଜାଣିବା ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଆମେରିକା ଗସ୍ତରେ କିଛିଟା ମହତ୍ଵପୁର୍ଣ କାର୍ଯ୍ୟକ୍ରମ –
– ମୋଦୀ ଙ୍କ କାର୍ଯ୍ୟକ୍ରମ ଜୁନ ୨୩ ସନ୍ଧ୍ୟା ୭ଟା ରୁ ନେଇ ରାତି ୯ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l
– ପ୍ରସିଦ୍ଧ ଆଫ୍ରିକୀୟ-ଆମେରିକା ହଲିଉଡ଼ ଅଭିନେତ୍ରୀ ଓ ଗାୟିକା ମେରୀ ମିଲବେନ ଉପସ୍ଥିତ ରହିବେ l
– ଜନ ଗଣ ମନ ଓ ଓମ ଜୟ ଜଗଦୀଶ ହରେ ସଂଗୀତ ପରେ ଭାରତରେ ଖୁବ ପ୍ରଶଂସା ସାଉଁଟି ଥିଲେ l ଏହାଛଡା ସେ ନର୍ଥ ଲନ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ସହିତ ନବମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ରେ ଭାଗ ନେବେ l
– ଏହା ପୂର୍ବରୁ ଆମେରିକା ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ରୋନାଲ୍ଡ ରୀଗନ ସେଣ୍ଟର କାର୍ଯ୍ୟକ୍ରମ ର ଆୟୋଜକ ଡକ୍ଟର ଭରତ ବରଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଖୁବ ବଡ଼ ବୟାନ ଦେଇଛନ୍ତି l ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ସବୁଠୁ ଲୋକ ପ୍ରିୟ ସାର୍ବଜନିକ ବ୍ୟକ୍ତି ଅଟନ୍ତି l
– ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ଆମେରିକା ଗସ୍ତ ଖୁବ ବ୍ୟସ୍ତବହୁଳ ହୋଇଥିବା କାରଣରୁ ଏହି ସମୟରେ କିଛିଟା କାର୍ଯ୍ୟକ୍ରମ କୁ କମାଇ ଦିଆଯାଇଛି l
– ଆମେରିକାରେ ଡା଼ୟସ୍ପୋରା ଭାରତୀୟ ଙ୍କ ସଂଖ୍ୟା ପାଖାପାଖି ୫ ମିଲିୟନ ଅଟେ l ଏପରି ସ୍ଥିତିରେ ସମସ୍ତେ ମୋଦୀ ଙ୍କ ଭାଷଣ ଶୁଣିବା ପାଇଁ ଓ ଦେଖିବା ପାଇଁ ପହଂଚିବେ l
– ବିଶ୍ୱରେ ଭାରତୀୟ ଡା଼ୟସ୍ପୋରା ଙ୍କ ପାଇଁ ନରେନ୍ଦ୍ର ମୋଦୀ ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟନ୍ତି l ତେଣୁ ଭିଡ଼ ଅଧିକ ହେବାର ସମ୍ଭାବନା ରହିଛି ବୋଲି ପିଟିଆଇ ସୂତ୍ରରୁ ପ୍ରକାଶ l
– ଏହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନିକଟରେ କମ ସମୟ ରହିଥିବାରୁ ସେ ପ୍ରବାସୀ ଭାରତୀୟ ଙ୍କୁ ସାକ୍ଷାତ କରିବା ପାଇଁ ଅଲଗା ସମୟ ବାହାର କରିଛନ୍ତି ବୋଲି ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି l
– ଇହି ସାକ୍ଷାତକାର ରେ ପାଖାପାଖି ୧ହଜାର ଜଣାଶୁଣା ଲୋକ ସାମିଲ ହେବେ l
– ଜୁନ ୨୧ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ସଂଯୁକ୍ତ ରାଷ୍ଟ୍ର ମୁଖ୍ୟାଳୟ ରେ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ରେ ଶାମିଲ ହେବେ l ଯେଉଁଥିରେ ଭାଗ ନେବା ପାଇଁ ବହୁ ମାତ୍ରାରେ ଭାରତୀୟ ସମୁଦାୟ ସାମିଲ ରହିବେ l