ଆଜିକାଲି ଆଫଗାନିସ୍ତାନ ମଧ୍ୟ ପାକିସ୍ତାନ ଭଳି ଆର୍ଥିକ ଅନାଟନ ଦେଇ ଗତି କରୁଛି । ଏପରି ସ୍ଥିତି ରେ ଆଫଗାନିସ୍ତାନ ପାଇଁ ସାହାଯ୍ୟ ର ହାତ ବଢ଼ାଇଛି ଭାରତ । ଭାରତ ଆଫଗାନିସ୍ତାନ କୁ ୨୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇବାର ଘୋଷଣା କରିଥିଲା । ଭାରତ ପକ୍ଷରୁ ଏହି ସାହାଯ୍ୟ ର ହାତ ବଢ଼ାଇ ଥିବାକୁ ନେଇ ତାଲିବାନ୍ ଖୁସିରେ ଗଦ ଗଦ ହୋଇ ମୋଦୀ ସରକାର ଙ୍କ ର ପ୍ରଶଂସା କରିଛି ।
ତାଲିବାନ୍ ର ସ୍ପିକର ସୁହେଲ୍ ସାହିନ୍ କହିଛନ୍ତି ଯେ ” ୨୦ ହଜାର ମେଟ୍ରିକ୍ ଟନ୍ ଗହମ ର ସାହାଯ୍ୟ ପାଇଁ ଆଫଗାନିସ୍ତାନ ଭାରତର ଚିର ରୁଣି । ଏଭଳି ମାନବୀୟ ସାହାଯ୍ୟ ୨ଦେଶ ମଧ୍ୟରେ ସମ୍ବନ୍ଧ ମଜବୁତ୍ କରିବ । ଭାରତ ହେଉଛି ବିଶ୍ଵର ପ୍ରକୃତ ଲିଡର। ”
ଭାରତ ପକ୍ଷରୁ କୁହାଯାଇଛି ଯେ ‘ ଆଫଗାନିସ୍ତାନ ରେ ବର୍ତ୍ତମାନ ମାନବୀୟ ସଙ୍କଟ ଦେଖା ଦେଇଛି । ସେଠାରେ ଲୋକେ ଖାଇବାକୁ ରୁଟି ଖଣ୍ଡିଏ ମଧ୍ୟ ପାଉ ନାହାନ୍ତି । ଏହି କାରଣରୁ ଭାରତ ଆଫଗାନିସ୍ତାନ କୁ ୨୦ ମେଟ୍ରିକ୍ ଟନ୍ ଗହମ ପଠାଇବା ପାଇଁ ସ୍ଥିର କରିଛି । ‘
ଭାରତ ପକ୍ଷରୁ ଏହି ଗହମ ଇରାନ ସ୍ଥିତି ଚାହ ବାହାର ପୋର୍ଟ ମାଧ୍ୟମରେ ଆଫଗାନିସ୍ତାନ ପଠାଯିବ । ଭାରତ ସର୍ବଦା ଆଫଗାନିସ୍ତାନ କୁ ପୂର୍ବରୁ ମଧ୍ୟ ସାହାଯ୍ୟ କରି ଆସିଚି । ତାଲିବନ୍ ଯେବେଠୁ ଆଫଗାନିସ୍ତାନ କୁ ଅଧିକାର କରି ସାରିଛି ସେବେଠୁ ଆଫଗାନିସ୍ତାନ ର ଆର୍ଥିକ ସ୍ଥିତି ଦିନକୁ ଦିନ ଖୁବ୍ ଖରାପ୍ ହେବାରେ ଲାଗିଛି । ଏହା ପୂର୍ବରୁ ୨୦୨୦ ରେ ଭାରତ ଆଫଗାନସ୍ତାନକୁ ୭୫ ହଜାର ମେଟ୍ରିକ୍ ଟନ୍ ଶସ୍ୟ ସାହାଯ୍ୟ ଭାବରେ ପଠାଇ ଥିଲା । ୨୦୨୧ ରେ ଭାରତ ପାକିସ୍ତାନ ରାସ୍ତାରେ ୫୦ ହଜାର ମେଟ୍ରିକ୍ ଟନ୍ ଗହମ ପଠାଇ ଥିଲା ।
କିନ୍ତୁ ଭାରତ ବର୍ତ୍ତମାନ ମଧ୍ୟ ଆଫଗାନିସ୍ତାନ ରେ ତାଲିବାନ ଶାସନ କୁ ଗ୍ରହଣ କରି ପାରୁ ନାହିଁ ।ମଙ୍ଗଳବାର ଦିନ ଭାରତ ଓ ପାଞ୍ଚ ମଧ୍ୟ ଏସିଆ ଦେଶ ଆତଙ୍କ ବାଦ ଓ ଉଗ୍ର ବାଦ ଉପରେ ଚର୍ଚ୍ଚା କରିଥିଲେ ଓ ଏହାର କିପରି ମୁକାବିଲା କରାଯିବ ସେହି ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥିଲା ।
