Odisha news

ଗ୍ଲୋବାଲ ଲିଡ଼ର୍ସ ତାଲିକାରେ ରେ ପୁଣି ଚମକିଲେ ପ୍ରଧାନମନ୍ତ୍ରୀ ମୋଦୀ, ୨୨ଟି ଦେଶକୁ ପକାଇଲେ ପଛରେ

0
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି l କେବଳ ଭାରତ ନୁହେଁ ମୋଦୀ ଙ୍କ ଲୋକ ପ୍ରିୟତା ବିଶ୍ୱରେ ମଧ୍ୟ ଦେଖିବାକୁ ମିଳୁଛି l ଆମେ ଏହି କଥା କହୁନାହୁଁ , ବରଂ ମର୍ନିଙ୍ଗ କନ୍ସଲଟ ର ନୂତନ ସର୍ଭେ ରେ ଏହା ଦେଖିବାକୁ ମିଳିଛି l ଏହି ସର୍ଭେ ଅନୁସାରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକପ୍ରିୟତା ମାମଲାରେ ୨୨ଟି ଦେଶର ନେତାଙ୍କୁ ପଛରେ ପକାଇ ଦେଇଛନ୍ତି l ତାଜା ସୂଚନା ଅନୁସାରେ ମୋଦୀ ସରକାର ଙ୍କୁ ୭୮ ପ୍ରତିଶତ ଆପୃଭାଲ ରେଟିଙ୍ଗ ମିଳିଛି l
ସୂଚନା ଯୋଗ୍ୟ ଯେ ମର୍ନିଙ୍ଗ କନ୍ସଲଟ ର ସୂଚନା ଅନୁସାରେ ଜାନୁଆରୀ ୨୬ ରୁ ୩୧ ମଧ୍ୟରେ ହୋଇଥିଲା l ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ପରେ ଦ୍ଵିତୀୟ ସ୍ଥାନ ରେ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର ରହିଛନ୍ତି l ମେକ୍ସିକୋ ରାଷ୍ଟ୍ରପତି ଙ୍କ ଅପ୍ରୂଭଲ ରେଟିଙ୍ଗ ୬୮ ପ୍ରତିଶତ ରହିଛି l ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲବାନିଜ ରହିଛନ୍ତି, ଯାହାଙ୍କ ରେଟିଙ୍ଗ ୫୮ % ରହିଛନ୍ତି l ଚତୁର୍ଥ ସ୍ଥାନରେ ଇଟାଲୀ ର ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ରହିଛନ୍ତି l ମେଲୋନୀ ଙ୍କ ରେଟିଙ୍ଗ ୫୨ ପ୍ରତିଶତ ରହିଛି l ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୬ଷ୍ଟ ସ୍ଥାନରେ ରହିଛନ୍ତି, ତାଙ୍କୁ ମିଳିଛି ୪୦ ପ୍ରତିଶତ ରେଟିଙ୍ଗ l ଭାରତୀୟ ମୂଳ ରୁଷି ସୁନକ ଏହି ତାଲିକାର ୧୦ମ ସ୍ଥାନରେ ଅଛନ୍ତି l
ୱାର୍ଲଡ ଲିଡର ଙ୍କ ମଧ୍ୟରେ ତାଙ୍କୁ ୩୦ ପ୍ରତିଶତ ଅଟେ l ଫ୍ରାନ୍ସ ରାଷ୍ଟ୍ରପତି ଈମାନୁଏଲ ମାକ୍ରୋ ଏହି ତାଲିକାର ୧୧ ତମ ସ୍ଥାନରେ ରହିଛନ୍ତି l ତାଙ୍କୁ ୨୯ ପ୍ରତିଶତ ରେଟିଙ୍ଗ ମିଳିଛି l morning consult ପ୍ରତିଦିନ ୨୦ ହଜାର ରୁ ଅଧିକ ଗ୍ଲୋବାଲ ଇଣ୍ଟରଭିୟୁ କରିଥାଏ l ଗ୍ଲୋବାଲ ଲିଡର ମାନଙ୍କୁ ନେଇ ଏହି ଇଣ୍ଟରଭିୟୁ ରେ ମିଳିଥିବା ଜବାବ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇ ଥାଏ l ଆମେରିକାରେ ମର୍ନିଙ୍ଗ କନ୍ସଲଟ ର ସାମ୍ପୁଲ ସାଇଜ ୪୫ ହଜାର ରହିଛି l ସେହି ସ୍ଥାନରେ ଅନ୍ୟ ଦେଶରେ ସାମ୍ପଲ ସାଈଜ ୫ ଶହ ରୁ ୫ହଜାର ମଧ୍ୟରେ ରହିଛି l ପ୍ରତ୍ୟେକ ଦେଶରେ ଆୟୁ, ଲିଙ୍ଗ, କ୍ଷେତ୍ର ଓ କିଛି ଦେଶରେ ଶିକ୍ଷା ଆଧାର କ୍ଷେତ୍ରରେ ସର୍ଭେକୁ ମହତ୍ୱ ଦିଆଯାଇଛି l
Nalco
Leave A Reply