Odisha news

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷ କିଣି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି

0

ନୂଆଦିଲ୍ଲୀ : ବିଶ୍ୱ ମହିଳା ଦିବସରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମହିଳା ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓ ଏହି ଅବସରରେ ମହିଳାଙ୍କ ହାତରେ ପ୍ରସ୍ତୁତ ଜିନିଷକୁ ଅତି ଖୁସିରେ କିଣିଛନ୍ତି l ମିଳିଥିବା ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ଜାଗ୍ରତ କରିବା ପାଇଁ ତାଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପ୍ରକାରର ଜିନିଷକୁ ଅତି ଆଦରରେ କିଣିଛନ୍ତି l ସେ ତାମିଲନାଡୁର ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ଡିଜାଇନ କରାଯାଇଥିବା ସାଲ କିଣିଛନ୍ତି ,ଏହି ସାଲ ଟୋଡା ଜନଜାତିର କାରିଗରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି l ଏହି ସାଲକୁ ନେଇ ସେ ନିଜ ଟ୍ୱିଟର ଆକାଉଣ୍ଡରେ ଖୁବ ପ୍ରଶଂସା କରିଛନ୍ତି l ତା ସହିତ ଆଦିବାସୀ ମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ଫଟୋଚିତ୍ରକୁ କିଣିଛନ୍ତି l

ଯେଉଁ ଫଟୋଚିତ୍ରଟି କିଣିଛନ୍ତି ତାହାର ମୂଲ୍ୟ ୫୬୭ ଟଙ୍କା l ପ୍ରଧାନମନ୍ତ୍ରୀ ମୋଦି ଭାରତର ପରମ୍ପରା ଓ ସଂସ୍କୃତିକୁ ନେଇ ସର୍ବଦା ଗର୍ବ କରିଥାନ୍ତି ,ସେଥିପାଇଁ ସେ ଗୋଟିଏ ନଗା ସାଲ କିଣିଛନ୍ତି ଯାହାର ମୂଲ୍ୟ ୨୮୦୦ ଟଙ୍କା l ଏହା ପରେ ସେ ଖଦିରେ ପ୍ରସ୍ତୁତ ପେଣ୍ଟିଙ୍ଗ ମଧ୍ୟ କିଣିଥିଲେ ଓ କହିଥିଲେ ଖଦି ହେଉଛି ଭାରତର ପରିଚୟ l ପଶ୍ଚିମବଙ୍ଗର ମହିଳା ମାନଙ୍କର ହାତ ତିଆରି ଗାମୁଛା କିଣିଛନ୍ତି ଓ କହିଛନ୍ତି ଏହା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ହାତରେ ପ୍ରସ୍ତୁତ ହୋଇଥିବା ଭାରତର ମା ଓ ଭଉଣୀ ମାନଙ୍କ ଜିନିଷକୁ ପ୍ରସ୍ତୁତ କରି ଗର୍ବ ଅନୁଭବ କରୁଛି l ଶେଷରେ ପ୍ରଧାନମନ୍ତ୍ରୀ ମୋଦି ନିଜ ଟ୍ୱିଟର ଆକାଉଣ୍ଡରେ ଲେଖିଛନ୍ତି ଯେ ଅନ୍ତରାଷ୍ଟ୍ରୀୟ ମହିଳା ଦିବସରେ ମୁଁ ଭାରତର ନାରୀ ଶକ୍ତିକୁ ସମ୍ମାନ ଜଣାଉଛି l

Leave A Reply