Odisha news

ମୋଦି ସରକାରଙ୍କ ବିରୁଦ୍ଧରେ ରଣ ହୁଙ୍କାର ଦେଲେ ସମସ୍ତ ଚାଷୀ ସଂଗଠନ

0

ଛତ୍ରପୁର ୧୪/୧୨ : ମୋଦି ସରକାରଙ୍କ କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନର ପ୍ରତ୍ୟାହାର ସମେତ ବିଭିନ୍ନ ଦାବୀ ନେଇ ଛତ୍ରପୁର ଠାରେ ଜିଲ୍ଲାର ସମସ୍ତ କୃଷି ତଥା ଚାଷୀ ସଙ୍ଗଠନ ପକ୍ଷରୁ ମୋଦି ସରକାରଙ୍କ ବିରୋଧରେ ଏକତ୍ର ହୋଇ ରଣ ହୁଙ୍କାର ଦେଇଛନ୍ତି । ସ୍ଥାନୀୟ ଲକ୍ଷ୍ମଣ ଭବନଠାରୁ ଶହ ଶହ ଚାଷୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଛତ୍ରପୁର ସହର ପରିକ୍ରମା କରି ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି । କେନ୍ଦ୍ର ସରକାର ତୁରନ୍ତ ନୂତନ କୃଷି ଆଇନ ବିଲକୁ ପ୍ରତ୍ୟାହାର କରିବା ନିମନ୍ତେ ସମସ୍ତେ ଏକ ସ୍ୱରରେ ସ୍ୱର ଉତ୍ତୋଳନ କରିଛନ୍ତି । ଏଥିରେ ଅଖିଳ ଭାରତ କୃଷକ ସଭାର ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ, ଓଡ଼ିଶା କୃଷକ ସଭାର ପି.ହରିକୃଷ୍ଣ ରେଡ୍ଡି, ଅଖିଳ ଭାରତ କୃଷକ ମଜଦୂର ସଂଘର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୁଲ୍ରା ରୟନ ମହାସଭାର ସମ୍ପାଦକ ସୀମାଂଚଳ ନାହାକ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ସହସମ୍ପାଦକ ନୀଳକଣ୍ଠ ଦାସ, ରାଜ୍ୟ ନେତା ଏନ.ନାରାୟଣ ରେଡ୍ଡି, ଛତ୍ରପୁର ଜୋନାଲ ସମ୍ପାଦକ ଏସ.କ୍ରୀଷ୍ଣା ରେଡ୍ଡି, ଗଞ୍ଜାମ ଜୋନାଲ ସମ୍ପାଦକ ବୃନ୍ଦାବନ ପଲେଇ,କେ.ଏଲେୟା,କାମଦେବ ନାହାକ,ପ୍ରଫୁଲ୍ଲ ପାଣିଗ୍ରାହୀ,ଏଆଇକେକେଏସ୍ ର ଶଙ୍କର ସାହୁ, ଫରୱାର୍ଡ଼ ବ୍ଲକର ସମରଜିତ ମହାନ୍ତି ଓ ସନ୍ତୋଷ କୁମାର ସାହୁ, ସିପିଏମର ବସନ୍ତ ନନ୍ଦ, କୈଳାଶ ଷଡ଼ଙ୍ଗୀ, ଦିଲ୍ଲୀପ ଛୋଟରାୟ, ମାନବ ଅଧିକାର ସୁରକ୍ଷା ମଂଚର ଅବନି ଗୟା, ଗୁରୁଦେବ ବେହେରା, କଂଗ୍ରେସ ନେତା ଭାଗିରଥି ବେହେରା, ଗଣପତି ବାରିକ, ନବନିର୍ମାଣ କୃଷକ ସଙ୍ଗଠନର ଇଜୁ ଅମିନ ଖାଁ, ବହୁଜନ କ୍ରାନ୍ତି ମୋର୍ଚ୍ଚାର ସୁମା ଦାସ, ଉକ୍ରଳ ମହିଳା ସମିତିର ରାଜ୍ୟଉପସଭାନେତ୍ରୀ ଏନ.ଭାନୁମତୀ ରେଡ୍ଡୀଙ୍କ ସମେତ ଜିଲ୍ଲାର ବହୁ କୃଷକ ସଙ୍ଗଠନମାନେ ସାମିଲ ହୋଇଥିଲେ ।

Leave A Reply