ଭାରତରୁ ୭୪୮୬ କିଲୋମିଟର ଦୂରରେ ଗୋଟିଏ ଆଇଲ୍ୟାଣ୍ଡ ଅବସ୍ଥିତ, ଯାହାର ନାମ ହେଉଛି ବୋର୍ନିୟୋ l ଏହି ଆଇଲ୍ୟାଣ୍ଡ ଟି ଉପରେ ୩ଟି ଦେଶ ରହିଛନ୍ତି, ଯେଉଁ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବ୍ରୁନେଇ l ଏହା ଗୋଟିଏ ଇସ୍ଲାମିକ ଦେଶ ଅଟେ l ଯାହାର ଜନସଂଖ୍ୟା ମାତ୍ର ୪ ଲକ୍ଷ l ଏବଂ ଗୋଟିଏ ପଟରେ ସାଉଥ ଚାଇନା ସୀ ଏବଂ ଆଉ ଗୋଟିଏ ପଟରେ ମାଲେସିୟା ରହିଛି l କିନ୍ତୁ କାହିଁକି ମୋଦୀ ବ୍ରୁନେଇ ଗସ୍ତ କଲେ ଏବଂ ଏହି ସରିଆ କାନୂନ କୁ ମାନୁଥିବା ବ୍ରୁନେଇ ଭାରତ ପାଇଁ ଏତେ ମହତ୍ଵପୁର୍ଣ କାହିଁକି ? ଟ୍ୟାକ୍ସ ନନେଇ ମଧ୍ୟ ଏହି ଦେଶ କିଭଳି ନିଜ ଜନସାଧାରଣ ଙ୍କୁ ମାଗଣା ଶିକ୍ଷା ଓ ମାଗଣା ଚିକିତ୍ସା ଦେଇଥାଏ l
ବ୍ରୁନେଇ ରେ ସୁଲତାନ ଙ୍କ ଶାସନ ରହିଛି, ବର୍ତମାନ ଯିଏ ବ୍ରୁନେଇ ର ସୁଲତା ଅଛନ୍ତି ହସନାଲ ବୋଲକେୟା ଇବିନି ଉମର ଅଲି ସୈଫଉଦିନ ବ୍ରୁନେଇ ର ୨୯ ତମ ସୁଲତାନ ଅଟନ୍ତି, ୧୯୮୪ ରେ ଇଂରେଜ ମାନେ ଦେଶରୁ ଯିବା ପରେ ବ୍ରୁନେଇ ପ୍ରଧାନମନ୍ତ୍ରୀ ପଦବୀରେ ରହିଛି l ସବୁଠୁ ଦୀର୍ଘ ଦିନ ଶାସନ କରିଥିବା ଶାସକ ମାନଙ୍କ ମଧ୍ୟରୁ ସୁଲତାନ ହସନାଲ ହେଉଛନ୍ତି ଜଣେ l ବ୍ରୁନେଇ ଭଳି ଗୋଟିଏ ଛୋଟ ଦେଶରେ ସୁଲତାନ ସବୁଠୁ ଶକ୍ତିଶାଳୀ ଏବଂ ସବୁଠୁ ଧନୀ ମଧ୍ୟ ଅଟନ୍ତି l ସେ ୧୯୮୦ ପର୍ଯ୍ୟନ୍ତ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ଥିଲେ l ଫୋବର୍ସ ର ରିପୋର୍ଟ ଅନୁସାରେ ସୁଲତାନ ବଲକେୟl ସମୁଦାୟ ଅର୍ଥ ହେଉଛି ୨୮ ବିଲିୟନ ଡଲାର , ଏବଂ ସେ ନିଜ କେଶ କଟିବାରେ ୧୬ ଲକ୍ଷ ଟଙ୍କା ଖର୍ଚ୍ଚ କରି ଥାଆନ୍ତି l ଏହାଛଡା ତାଙ୍କ ହେୟାର ଷ୍ଟାଇଲିଷ୍ଟ ମାସକୁ ୨ଥର ପ୍ରାଇଭେଟ ଚାଟାର୍ଡ ପ୍ଲେନ ଆସିଥାଏ l ସୁଲତାନ ଙ୍କର ନିଜସ୍ୱ ବୋଇଙ୍ଗ ୭୪୭ ବିମାନ ରହିଛି , ଏହି ବିମାନ ଟିରେ ସୁନାର ୱାସ ବେସିନ ଏବଂ ସୁନାର ଝରକା ରହିଛି l ଏହି ବିମାନର ଚଟାଣ ରେ ସୁନା ତାରର ଗାଲିଚା ବିଛା ଯାଇଛି l ଏବଂ ତାଙ୍କ ମହଲ ର ମୂଲ୍ୟ ୫୦ ବିଲିୟନ ଏବଂ ଏହାର ନାମ ଇସ୍ତାନା ନୁରୁଲ ଇମାନ l ଏହି ମହଲ ର କାନ୍ଥରେ ସୁନାର ପାଣି ଚଢା ଯାଇଛି l ୨୦ ଲକ୍ଷ ବର୍ଗ ଫୁଟ ରେ ବିସ୍ତିର୍ଣ ଏହି ମହଲ ଟି ଗିନିଜ ବୁକ ଅଫ ୱାର୍ଲଡ ରେକର୍ଡ ରେ ସ୍ଥାନ ପାଇଛି l
ବ୍ରୁନେଇ ର ଅର୍ଥ ବ୍ୟବସ୍ଥା କୁ ସୁଦୃଢ କରିଛି ତେଲ , ଏଠାରେ ଇଂରେଜ ମାନେ ପ୍ରଥମ ତେଲ ଖଣି ଖୋଲିଥିଲେ l ଏହି ତୈଳ ଉତ୍ପାଦନ କୁ ନେଇ ବ୍ରୁନେଇ କୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ମିଳିଛି l ତେଲ ସହିତ ପ୍ରାକୃତିକ ଗ୍ୟାସ ଉତ୍ପାଦନ ରେ ଏହି ଦେଶ ଖୁବ ଆଗରେ ଯାହାକି ବ୍ରୁନେଇ ର ଅର୍ଥ ବ୍ୟବସ୍ଥାର ମେରୁଦଣ୍ଡ l ବ୍ରୁନେଇ ର GDP ୧୬୬୮.୧୫ କୋଟି ଆମେରିକୀୟ ଡଲାର ଅଟେ l
ବ୍ରୁନେଇ ରେ ସ୍ୱାସ୍ଥ୍ୟ ଓ ଶିକ୍ଷା ମାଗଣାରେ ଉପଲବ୍ଧ ହୋଇଥାଏ l ନିଜର ଅର୍ଥ ବ୍ୟବସ୍ଥା ପାଇଁ ବ୍ରୁନେଇ ଦକ୍ଷିଣ ପୂର୍ବ ଏସିଆର କ୍ଷେତ୍ରୀୟ ରାଜନୀତି ରେ ଗୋଟିଏ ପ୍ରମୁଖ ଖେଳାଳି ଅଟେ l
ବ୍ରୁନେଇ କୁ ତାର ଟ୍ୟାକ୍ସ ପଲିସୀ ପାଇଁ ଟ୍ୟାକ୍ସ ହେବେନ କୁହାଯାଇ ଥାଏ l ସେଥିପାଇଁ ନିବେଶକ ଓ ବ୍ୟବସାୟୀ ବ୍ରୁନେଇ ପ୍ରତି ଆକର୍ଷିତ ହୋଇ ଥାଆନ୍ତି l ଏଠାରେ ପର୍ସନlଲ ଇନକମ ରେ କୌଣସି ଟ୍ୟାକ୍ସ ଲାଗି ନଥାଏ l ଏହି ନିୟମ ଦେଶରେ ରହୁଥିବା ଉଭୟ ପ୍ରବାସୀ ଓ ନାଗରିକ ଙ୍କ ଉପରେ ଲାଗୁ ହୋଇଛି l ବୃନେଇ ରେ କରେନସି ଏକ୍ସଚେଞ୍ଜ କୁ ମନିଟର କରାଯାଇ ନଥାଏ , ତେଣୁ ଏଠାରେ ଦେଶର ପୁଞ୍ଜି କୁ ଦେଶ ବାହାରକୁ ନେବାରେ ଓ ଆଣିବାରେ ସୁବିଧା ହୋଇଥାଏ l