Odisha news

ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ

0

ଡିଜିଟାଲ ଯୁଗରେ ରାଜସ୍ଥାନରେ କିଛି ଇଲାକା ବହୁ ପଛରେ ଅଛି । ଦୌସା ମୁଖ୍ୟାଳୟରୁ ମାତ୍ର ୩୦ କିମି ଦୂର ରାନୋଲି ନିକଟରେ ସରେ, ଧୌଣ ଗାଁ ସମେତ ଆହୁରି ଡଜନେରୁ ଅଧିକ ଗାଁ ଅଛି ଯେଉଁଠି ଏବେ ସୁଦ୍ଧା ମୋବାଇଲ୍‌ ନେଟ୍‌ୱର୍କ ନାହିଁ । ମୋବାଇଲ୍‌ରେ କଥା ହେବା ପାଇଁ ପାହାଡ ଉପରେ ଛିଡ଼ା ହେବାକୁ ହୁଏ ନଚେତ୍‌ ଗାଁରୁ ୧୦ କିମି ଦୂର ଯିବାକୁ ପଡ଼େ । ଗାଁର ଯେଉଁ ସ୍ଥାନରେ ନେଟ୍‌ୱର୍କ ଆସୁଛି ଲୋକମାନେ ସେହି ସ୍ଥାନକୁ ଚିହ୍ନଟ କରି ରଖିଛନ୍ତି ।
ମୋବାଇଲ୍‌ ନେଟ୍‌ୱାର୍କ ନ ଥିବା ଯୋଗୁ ସ୍ୱାସ୍ଥ୍ୟ ବିଭାଗ ଓ ସ୍କୁଲ ପରିଚାଳକଭPì ସୂଚନା ପ୍ରଦାନ କରିବାରେ ଅସୁବିଧା ହେଉଛି । ଏ ସମସ୍ୟା ସମାଧାନ ହେଉ ନ ଥିବାରୁ ପ୍ରଶାସନ ଉପରେ ଲୋକମାନେ କ୍ଷୁବ୍ଧ । ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଲେ ମଧ୍ୟ ନେତାମାନେ ପରେ ଭୁଲି ଯାଆନ୍ତି । ଏହି ସବୁ ଇଲାକାରେ ଦୁର୍ଘଟଣା ହେଲେ ତତ୍କାଳ ଲୋକେ ଆମ୍ବୁଲାନ୍ସ କି ପୋଲିସ୍‌ ପାଖରେ ଖବର ପହଞ୍ଚାଇ ପାରନ୍ତି ନାହିଁ । ମୋବାଇଲ ନେଟ୍‌ୱର୍କ ନ ଥିବାରୁ ପି ଲ । ମ । େ ନ ଅନ୍‌ଲାଇନ୍‌ରେ ମଧ୍ୟ ପାଠ ପଢ଼ି ପାରୁ ନାହାନ୍ତି ।

Leave A Reply