Odisha news

ଦୀର୍ଘ ସମୟ ଧରି ମୋବାଇଲ ରେ ରିଲସ ଦେଖିବା ହେଉଛି ଜୀବନ ପାଇଁ କାଳ 

0
ଆଜିକାଲି ନିଜର ମାଇଣ୍ଡ କୁ ରିଲାକ୍ସ କରିବା ପାଇଁ ଫୋନ ର ସାହାରା ନେଉଛନ୍ତି l ମୋବାଇଲ ରେ ବିଭିନ୍ନ ୱେବ ସିରିଜ ଦେଖିବା ସହିତ ଇନ୍ଷ୍ଟଗ୍ରାମ ରେ ରୀଲ୍ସ ମଧ୍ୟ ଦେଖୁଛନ୍ତି l  ଆମେ ଭାବିଥାଉ ଯେ ୱେବ ସିରିଜ, ଭିଡିଓ ଓ ରୀଲ୍ସ ଇତ୍ୟାଦି ଦେଖି ଆମ ମନ ଶାନ୍ତ ହୋଇ ଯାଉଛି l  ଯେବେକି ବିଜ୍ଞାନ ଏହାକୁ ଗୋଟିଏ ରୋଗ ସହିତ ଯୋଡି ଦେଇଛି l ଯାହା ବିଷୟରେ ଆପଣ ଜାଣିବା ନିହାତି ଜରୂରୀ ଆଟେ l ବର୍ତମାନ ରୀଲ୍ସ ସ୍କ୍ରୋଲ କରିବା ସାଧାରଣ କଥା ହୋଇ ଗଲାଣି l କିନ୍ତୁ କିଛି ଲୋକ ଏହି ରୀଲ୍ସ  ଦେଖି ଦେଖି ଘଣ୍ଟା ଘଣ୍ଟା ନଷ୍ଟ କରି ଦେଉଛନ୍ତି ତାହା ବର୍ତମାନ ଚିନ୍ତାର କାରଣ ହୋଇଛି l
* ଏହା କେଉଁ ରୋଗ ? –
ହାବାର୍ଡ ମେଡିକାଲ ସ୍କୁଲ ର ଗୋଟିଏ ଅଧ୍ୟୟନ ଅନୁସାରେ , ଦୀର୍ଘ ସମୟ ପର୍ଯ୍ୟନ୍ତ ଆପଣ ରୀଲ୍ସ  ଦେଖିବା ଦ୍ୱାରା ‘ମାସ ସାଇକୋଜେନିକ ଇଲନେସ ‘ ନାମକ ରୋଗରେ ପୀଡିତ ହୋଇ ପାରନ୍ତି l ଏହି ରୋଗରେ ପୀଡିତ ହେବ ଦ୍ୱାରା ଅନେକ ଲକ୍ଷଣ ଦେଖା ଯାଇଥାଏ l ଯାହାକୁ ଲୋକେ ସାଧାରଣ ରୋଗ ଭାବି ଥାଆନ୍ତି l ଯେପରିକି କାହା ସହିତ କଥା ହେବା ସମୟରେ ଗୋଡ଼ ହଲାଇବା ଏହା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ l
*   ହୋଇପାରେ ADHD –
ଏଭଳି ଅନେକ ଲୋକ ଅଛନ୍ତି ଯିଏ କି କୌଣସି ଭିଡିଓ କୁ ସମ୍ପୂର୍ଣ ଦେଖି ପାରନ୍ତି ନାହିଁ ଓ ଲଗାତାର ଭିଡିଓ ପରିବର୍ତନ କରିବାରେ ଲାଗନ୍ତି l  ଅର୍ଥାତ ଗୋଟିଏ ଭିଡିଓ କୁ ସ୍ଥିର ହୋଇ ଦେଖିବା ସେମାନଙ୍କ ପକ୍ଷରେ ଅସମ୍ଭବ ହୋଇଥାଏ l ଏପରି ସ୍ଥିତିରେ ଲୋକ ମାନଙ୍କର କନ୍ସନଟ୍ରେଟ ବ୍ରେକ ହୋଇଥାଏ l ସେମାନଙ୍କର ଏହି ସ୍ଥିତି କୁ ଆଟେନ୍ସନ୍ ଡେ଼ଫିସିଟ ହାଇପରଆକ୍ଟିଭିଟି ଡ଼ିସ ଅର୍ଡର କୁହାଯାଇ ଥାଏ l ଯାହା ଅଧିକ ଯୁବକ ମାନଙ୍କ ନିକଟରେ ଦେଖିବାକୁ ମିଳୁଛି l
* ପିଠି ଓ ବେକରେ ଯନ୍ତ୍ରଣା –
ଏହାଛଡା କିଛି ଲୋକ ଏଭଳି ଅଛନ୍ତି ସୋସିଆଲ ମିଡିଆରେ ଅନ୍ୟର ପୋଷ୍ଟ ଉପରେ ଅଧିକ ଲାଇକ , ଭିୟୁଜ ଓ କମେଣ୍ଟ ଦେଖିବା ଚିନ୍ତାରେ ରୁହନ୍ତି ଯେଉଁ କାରଣରୁ ମାନସିକ ଉତେଜନା ଦେଖାଯାଏ l ଏବଂ ଆଉ କିଛି ଲୋକ ଏହାକୁ ନେଇ ଡିପ୍ରେସନ ର ଶିକାର ମଧ୍ୟ ହୋଇ ଯାଆନ୍ତି l  ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ମୋବାଇଲ ଖେଳେଇବ ଦ୍ୱାରା ପିଠି ଯନ୍ତ୍ରଣା ର ଶିକାର ହୋଇ ପାରନ୍ତି l  ଏହା ମେରୁଦଣ୍ଡ ଉପରେ ମଧ୍ୟ ପ୍ରଭାବ ପକାଇଥାଏ l ମାଈଗ୍ରେନ , ମୁଣ୍ଡ ବିନ୍ଧା ଓ ଡିପ୍ରେସନ ସମସ୍ୟା ମଧ୍ୟ ହୋଇଥାଏ l
– ଯାହା ଦ୍ୱାରା ଅଳସୁଆମୀ ବୃଦ୍ଧି ପାଉଛି
– ଏକାଗ୍ରତା ହ୍ରାସ ହେଉଛି
– ବେକାରୀ ସମସ୍ୟା ବୃଦ୍ଧି ପାଉଛି
Nalco
Leave A Reply