ବୋଲଗଡ : ସାରା ରାଜ୍ୟରେ କରୋନା ମହାମାରୀ ତାର ଉଗ୍ରରୂପ ବିସ୍ତାର କରିଚାଲିଛି । ଏହାକୁ ଦୃଢ ମୁକାବିଲା କରିବାକୁ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି ।ଏହିପରୀପ୍ରେକ୍ଷୀରେ ବୋଲଗଡ ବ୍ଲକରବ ୧୯ଗୋଟି ପଞ୍ଚାୟତରେ ଥିବା କୋଭିଡ୍-୧୯ ସେଣ୍ଟରକୁ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ପକ୍ଷରୁ ପ୍ରତ୍ୟେକ ପଞ୍ଚାୟତରେ ଥିବା କୋଭିଡ୍ ସେଣ୍ଟରକୁ ୧୦୦ଗୋଟି ମାସ୍କ ସହିତ,ମୃଦୁ୍ୟ ପାନୀୟ ଓ ବିସ୍କୁଟ ଆଦି ଶୁକ୍ରବାର ବଣ୍ଟନ କରିଛନ୍ତି ।
ଏହି ଅବସରରେ ସଦର ମହକୁମାସ୍ଥିତ ଟାଉନ ହଲଠାରେ ସାମାଜିକ ଦୁରତା ରକ୍ଷାକରି ଆୟୋଜିତ କାର୍ଯ୍ୟକ୍ରମରେ ନିର୍ବଚନ ମଣ୍ଡଳୀ ସଭାପତି ଅଭିଶେକ୍ ସିଂ ସାମନ୍ତ ଯୋଗଦେଇ ବିଧାୟକଙ୍କ ପକ୍ଷରୁ ସମସ୍ତ ପଞ୍ଚାୟତରେ ଅବସ୍ଥିତ ସେଣ୍ଟରରେ ବଣ୍ଟନ କାରିଛନ୍ତି । ସଂପୃକ୍ତ କାର୍ଯ୍ୟକ୍ରମରେ ବିଧାୟକଙ୍କ ବ୍ଲକ ପ୍ରତିନିଧର ଦୁର୍ଯ୍ୟୋଧନ ସ୍ୱାଇଁ,କମିଟିସଭ୍ୟ ପ୍ରଦୀପ ଛୋଟରାୟ,ପ୍ରଫୁଲ ପ୍ରଧାନ, ବୀର ଦାସ,ନଳୀନି ବଡଜେନା,ରବୀନ୍ଦ୍ର କୁମାର ସୁବୁଦ୍ଧି,ଅଶ୍ୱିନୀ ପଟ୍ଟନାୟକ, କୃଷ୍ଣ ପ୍ରଧାନ, ଦିଲ୍ଲୀପ କୁମାର ଦତ୍ତ,ଶରତ କୁମାର ହୋତା,ବ୍ଲକ ଅଧ୍ୟକ୍ଷ ଗୋପାଳ ଚରଣ ବେହେରା ଓ ବାନାମ୍ବର ମାଝି ପ୍ରମୁଖ ସମେତ ସମସ୍ତ ପଞ୍ଚାୟତର ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ କରୋନାକୁ ମୁକାବିଲା କରି ଏହାକୁ ହଟାଇବାପାଇଁ ସମସ୍ତ ଜନପ୍ରତିନିଧି ଓ ଜନସାଧାରଣ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ବିଧାୟକ ଏକ ବାର୍ତ୍ତା ଦେଇଥିଲେ ।