ଭଦ୍ରକ :ଭଦ୍ରକ ବିଧାୟକ ସଂଜୀବ ମଲ୍ଳିକ ଆଜି କରୋନା ଆକ୍ରାନ୍ତ । ଆଜି ଏଥିନେଇ ଖୋଦ୍ ବିଧାୟକ ଶ୍ରୀ ମଲ୍ଳିକ ଟ୍ୱିଟ୍ କରି ସମସ୍ତଙ୍କୁ ଅବଗତ କରାଇବା ସହ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଛନ୍ତି ।
ସେହିଭଳି ବିଧାୟକ ବଣୁ ମଲ୍ଳିକଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ୧୪ଦିନ ପାଇଁ ହୋମ କ୍ୱାରେନଟାଇନ୍ରେ ରହିବେ ବୋଲି ଜଣାଇଛନ୍ତି ।
ଅନ୍ୟପକ୍ଷରେ ଭଦ୍ରକ ବିଧାୟକ କରୋନା ଆକ୍ରାନ୍ତ ହେବା ଖବର ପ୍ରଚାରିତ ହେବା ପରେ ତାଙ୍କ ସମର୍ଥକ, ସମ୍ପର୍କୀୟ ଓ ଦଳୀୟ ମହଲରେ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।
