Odisha news

ଏମକେସି ହାଇସ୍କୁଲରେ ଗୁରୁଦିବସ ପାଳିତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲାର ସର୍ବପୂରାତନ ଉଚ୍ଚ ବିଦ୍ୟାଳୟ ମହାରାଜା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରାକ୍ତନ ଶିକ୍ଷକ, ପ୍ରାକ୍ତନ ଛାତ୍ର, ଅଭିଭାବକ, ବର୍ତ୍ତମାନର ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିପୁଳ ଉସôାହ ଉଦୀପନା ମଧ୍ୟରେ ଗୁରୁଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଗୋବିନ୍ଦ ଚନ୍ଦ୍ର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ହିମାଂଶୁ ଶେଖର ଦାସ, ସୁଦର୍ଶନ ପଣ୍ଡା, ଅବସରପ୍ରାପ୍ତ ଶିକ୍ଷକ ଡଃ ନୀଳକଣ୍ଠ ମିଶ୍ର, ଆଦିତ୍ୟ କୁମାର ପ୍ରହରାଜ୍, ଭାରତୀ ଭୂଷଣ ନାୟକ, ପ୍ରାକ୍ତନ ଛାତ୍ର ବୃନ୍ଦାବନ ଦାଶ, ଅଶୋକ ଆଚାର୍ଯ୍ୟ, ଡଃ ମନୋଜ ଚାନ୍ଦ, ବିଜୟ କୁମାର ପତି, ଅଭିଭାବକ ଚିତ୍ତରଞ୍ଜନ କର ଓ ରାମଚନ୍ଦ୍ର ଘୋଷ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସର୍ବପଲ୍ଲୀ ରାଧାକ୍ରିଷ୍ଣନନ୍ଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ସହ ଗୁରୁଶିଷ୍ୟ ପରମ୍ପରା ସର୍ବୋପରି ବିଦ୍ୟାଳୟ ସହ ତାଙ୍କର ସ୍ମୃତି ସମ୍ପର୍କରେ ଆଲୋକପାତ କରିଥିଲେ । ଶିକ୍ଷକ ଅମିତାଭ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ଗାୟତ୍ରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନେ ଗୁରୁପୂଜା କରିଥିଲେ । ବିଦ୍ୟାଳୟର ଶିକ୍ଷକ ରାଜୀବ ଲୋଚନ ଜେନା, ମନୋଜ ପରିଡା, ପ୍ରଦୀପ ଦଣ୍ଡପାଟ, ଉପେନ୍ଦ୍ର ବେହେରା, ଅମୂଲ୍ୟ କୁମ୍ଭକାର, ଶିକ୍ଷୟିତ୍ରୀ ପଂରହା ସୁରୁର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Nalco
Leave A Reply