ପୁଦିନା ପତ୍ରର ସ୍ୱାଦ ହିଁ ଏହାର ଏକ ପରିଚୟ ଅଟେ l ବିଶ୍ୱର ଅଧିକାଂଶ ସ୍ଥାନରେ ପୁଦିନା ପତ୍ର ମିଳିଥାଏ l ଭାରତରେ ପୁଦିନର ଚଟଣି ଘରେ ଘରେ ବ୍ୟବହାର କରାଯାଏ l ଆୟୁର୍ବେଦରେ ପୁଦିନକୁ ଔଷଧ ଭାବରେ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଏ l ଚାଲନ୍ତୁ ଏବେ ଜାଣିବା ପୁଦିନାରେ କେଉଁ କେଉଁ ଔଷଧୀୟ ଗୁଣ ଅଛି l
* କେଶ ଝଡ଼ିବାକୁ ଅଟକାଇଥାଏ -ପୁଦିନା ପତ୍ର ର ସୁଗନ୍ଧରେ ମଧ୍ୟ ଔଷଧୀୟ ଗୁଣ ଅଛି l ପୁଦିନା ପତ୍ରକୁ ନଡ଼ିଆ ତେଲ ରେ ପକାଇ ଗରମ କରି ଥଣ୍ଡା କରନ୍ତୁ ଏହାକୁ ନିୟମିତ କେଶ ମୂଳରେ ମାଲିସ କରି ଉଷୁମ ପାଣିରେ କେଶକୁ ଧୋଇ ଦିଅନ୍ତୁ ଏପରି କରିବା ଦ୍ୱାରା ଆପଣଙ୍କ କେଶ ପ୍ରାକୃତିକ ଉପାୟରେ ବଢିବାକୁ ଲାଗିବା l
* କାନ ବିନ୍ଧାରୁ ଆରାମ ଦେଇଥାଏ -ଆମ ଶରୀରରେ ଥଣ୍ଡା ରହିଲେ କାନରେ ଯନ୍ତ୍ରଣା ଅନୁଭବ ହୋଇଥାଏ l ଅଥବା ଅନ୍ୟ କୌଣସି କାରଣରୁ ସମୟ ସମୟ ରେ କାନର ବାହାର ପାର୍ଶ୍ୱ ଓ ଭିତର ପାର୍ଶ୍ୱ ରେ ଯନ୍ତ୍ରଣା ଅନୁଭବ ହୁଏ l ଏହି ସମୟରେ ଯଦି ଆମେ ପୁଦିନା ପତ୍ର ର ରସକୁ ବାହାର କରି ଦିନକୁ ୨ ଥର ୩ ବୁନ୍ଦା ଲେଖା କାନରେ ପକାଇବା ତେବେ କାନ ଯନ୍ତ୍ରଣାରୁ ମୁକ୍ତି ପାଇବା l
* ପୁଦିନାରେ ତିଆରି ଚାଆ ପିଇଲେ ମୁଣ୍ଡ ବିନ୍ଧା ଯନ୍ତ୍ରଣା ଦୂର ହୁଏ -ଏକ କପ ପାଣିକୁ ଚିନି ଓ ଚା ଗୁଣ୍ଡ ପକାଇ କିଛି ସମୟ ଫୁଟାନ୍ତୁ ତାପରେ ଏଥିରେ ୫ ଟି ପୁଦିନା ପତ୍ର ପକାଇ ଏକ ମିନିଟ ପର୍ଯ୍ୟନ୍ତ ଅଧିକ ଫୁଟାନ୍ତୁ l ଏହାକୁ ଛଣାରେ ଛାଣି ପିଇଲେ ମୁଣ୍ଡ ବିନ୍ଧା ଯନ୍ତ୍ରଣା ରୁ ଉପଶମ ମିଳିଥାଏ l
* ଦାନ୍ତ ବିନ୍ଧା ରୁ ମୁକ୍ତି ଦିଏ -ଦାନ୍ତ ବିନ୍ଧା ର ସମସ୍ୟା ସମସ୍ତଙ୍କ ପାଖରେ ଦେଖା ଦେଇଥାଏ l ପୁଦିନା ପତ୍ରକୁ ଶୁଖାଇ ତାର ଗୁଣ୍ଡ କରି ନିଅନ୍ତୁ l ଦାନ୍ତ ବିନ୍ଧା ସମୟରେ କିଛି ତୁଳାରେ ପୁଦିନା ପତ୍ର ଗୁଣ୍ଡକୁ ଗୁଡ଼ାଇ ଦାନ୍ତ ମୁଳରେ ରଖନ୍ତୁ କିଛି ସମୟ ଏହିପରି ରଖିବା ପରେ ଦାନ୍ତ ବିନ୍ଧାରୁ ଅରାମ ମିଳିବ l
* ବଦହଜମି ରୁ ଆରାମ ଦେଇଥାଏ -ବେଳେବେଳେ ଆମେ ମାନେ ଲୋଭ ରେ ପଡି ଅଧିକ ମାତ୍ରାରେ ଖାଦ୍ୟ ଖାଇଦେଉ l ଏହା ଦ୍ୱାରା ଆମର ଏସିଡ଼ିଟି ହୋଇ ପେଟରେ ବିଭିନ୍ନ ପ୍ରକାର ଅସୁବିଧା ଦେଖା ଦିଏ l ଏହି ସମୟରେ ଆମେ ପୁଦିନାରସ -୧00 ମିଲି ,ଅଦାରସ-୧00 ମିଲି ଓ ଖଣ୍ଡେ ହରିଡ଼ାକୁ ପାଣିରେ ସିଝାଇବା ,ଥଣ୍ଡା ହୋଇଗଲା ପରେ ଲେମ୍ବୁ ରସ-୧00 ମିଲି ଲିଟର ମିଶାଇ ରଖିଦେବା l ଏହି ମିଶ୍ରଣକୁ ୨0 ମିଲି ଲେଖା ଦିନକୁ ୩ ଥର ପିଇଲେ ପେଟର ସମସ୍ତ ସମସ୍ୟା ଦୂର ହେବ l
* ବାନ୍ତି ପାଇଁ ମହୋଷଧି -ଯଦି କେବେ ଏସିଡ଼ିଟି ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ବାନ୍ତି ହୋଇଥାଏ ତେବେ ପୁଦିନା ପତ୍ରକୁ ପାଣିରେ ଫୁଟାନ୍ତୁ ,ତାପରେ ୫ କିମ୍ବା ୬ ବୁନ୍ଦା ଲେମ୍ବୁ ରସ ଓ ଏକ ଚାମଚ ମହୁ ମିଶାଇ ଦିନକୁ ୪ ଥର ପିଅନ୍ତୁ l ଏପରି କରିବା ଦ୍ୱାରା ବାନ୍ତି କମିଯାଇଥାଏ l
* ଗରମ ଦିନେ ପୁଦିନା ଶରୀରକୁ ଥଣ୍ଡା ରଖେ – ଏମିତିରେ ଆମେମାନେ ଗରମ ଦିନରେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାଉ l କିନ୍ତୁ କୃତ୍ରିମ ପାନୀୟ ଅପେକ୍ଷା ପ୍ରାକୃତିକ ପାନୀୟ ଦେହ ପାଇଁ ହିତକର l ପୁଦିନା ପତ୍ରକୁ ବାଟି ରଖନ୍ତୁ ,ଦହି ,ଲୁଣ ,ଚିନି ,ଲେମ୍ବୁରାସ ଓ ଜିରାଗୁଣ୍ଡ ଏକ ପତ୍ରରେ ମିଶାନ୍ତୁ l ଏହି ମିଶ୍ରଣକୁ ପୁଦିନା ପତ୍ର ବଟା ସହିତ ମିଶାଇ ପାଣି ଢ଼ାଳନ୍ତୁ ଏପରି କରି ପିଇଲେ ଗରମ ଦିନରେ ପେଟ ଥଣ୍ଡା ରହିବ ସହିତ ଶରୀର ମଧ୍ୟ ଥଣ୍ଡା ରହିଥାଏ l