ରାଜ୍ୟ ବିଜ୍ଞାନ ଓ କାରିଗରୀ,ସାଧାରଣ ଉଦ୍ୟୋଗ,ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କର ଅନୁଗୁଳ ଜିଲ୍ଲା ଗସ୍ତ : ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଦ୍ୱାରା ପ୍ଲାଜମା ଦାନ ଉପରେ ସମୀକ୍ଷା
ଅନୁଗୁଳ: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ଓ ଗୁରୁତର ଆକ୍ରାନ୍ତ ମାନଙ୍କୁ ସୁସ୍ଥ କରିବା ନିମନ୍ତେ ସରକାର ଦିଲ୍ଳୀ ଓ ମହାରାଷ୍ଟ୍ର ପରେ ଓଡ଼ିଶାରେ ୩ୟ ରାଷ୍ଟ୍ର ଭାବେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ କରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତ ମାନେ କିପରି ସ୍ୱତଃ ପ୍ରବୃତ ଭାବେ ପ୍ଲାଜମା ଦାନ କରିବେ ସେ ସମ୍ପର୍କରେ ସଚେତନତା ସୃଷ୍ଟି କରି ଅଧିକରୁ ଅଧିକ ଜୀବନ ରକ୍ଷାକାରୀ ରକ୍ତ ସଂଗ୍ରହ ନିମନ୍ତେ ପ୍ରତ୍ୟେକ ଜିଲ୍ଲା ପାଇଁ ସରକାର ଜଣେ ଲେଖାଏଁ ମନ୍ତ୍ରୀଙ୍କୁ ଦାୟିତ୍ୱ ଅର୍ପଣ କରିଛନ୍ତି ।
ଅନୁଗୁଳ ଜିଲ୍ଲା ପାଇଁ ଦାୟିତ୍ୱରେ ଥିବା ରାଜ୍ୟ ବିଜ୍ଞାନ ଓ କାରିଗରୀ, ସାଧାରର ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ସ୍ଥାନୀୟ ସର୍କିଟ ହାଉସ ଠାରେ ପ୍ଲାଜମା ଥେରାପି ଚିକିତ୍ସା ସମ୍ପର୍କରେ ସମୀକ୍ଷା କରକିଥିଲେ । ରାଜ୍ୟରେ ପ୍ରତିକୂଳ ପରିସ୍ତିତି ସତ୍ୱେ ସରକାର କୋଭିଡ୍ ପରିଚାଳନା କ୍ଷେତ୍ରରେ ଏକ ଉଲ୍ଲ୍ଖେନୀୟ ପଦକ୍ଷେପ ନେଇଛନ୍ତି । କୋଭିଡ୍ ଯୋଦ୍ଧାମାନଙ୍କର ତ୍ୟାଗପୂତ ସେବା ଓ ନିଷ୍ଠାପର ଦାୟିତ୍ୱ ସମ୍ପନ୍ନ ଦ୍ୱାରା ଆମ ରାଜ୍ୟରେ କୋଭିଡ୍ ପରିଚାଳନା ତ୍ୱରାନ୍ୱିତ ହେଉଛି ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି । ଅନୁଗୁଳ ଜିଲ୍ଲାରେ ଯେଉଁମାନେ ପ୍ଲାଜମା ଦାନ କରିବେ ସେମାନଙ୍କୁ ସଠିକ୍ ଭାବେ ଚିହ୍ନଟ କରିବା ନିମନ୍ତେ ଏକ ମେଡିକାଲ ଦଳ ଗଠନ କରିବା ସହ ସୁସ୍ଥ ହୋଇଥିବା କରୋନା ପଜିଟିଭ୍ ମାନଙ୍କୁ ନେଇ ଏକ ହ୍ୱାଟସ ଆପ ଗ୍ରୁପ କରି ସେମାନଙ୍କ ସହିତ ଯୋଗା ଯୋଗ ରଖିବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
ଜିଲ୍ଲାରେ କୋଭିଡ୍ ପରିଚାଳନାରେ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଉଦ୍ୟମକୁ ମନ୍ତ୍ରୀ ପ୍ରଶଂସା କରିଥିଲେ । ନିଜ ନିଜ ବିଧାନସଭା କ୍ଷେତ୍ରରେ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମାନଙ୍କୁ ପ୍ଲାଜମା ଦାନ ନିମନ୍ତେ ଉତ୍ସାହିତ କରିବାକୁ ଉପସ୍ଥିତ ବିଧାୟକ ମାନଙ୍କୁ ମନ୍ତ୍ରୀ ଅନୁରୋଧ କରିଥିଲେ । ଅନୁଗୁଳ ଜିଲ୍ଲା ପାଇଁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କରେ ଇଛୁକ ସୁସ୍ଥ ବ୍ୟକ୍ତି ମାନେ ଏହି ରକ୍ତଦାନ କରିବେ । ଯେଉଁ ମାନେ ପ୍ଲାଜମା ଦାନ କରିବେ ସେମାନଙ୍କ ପାଇଁ ଭୁବନେଶ୍ୱର ଠାରେ ୨ ଦିନ ରହିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ୨ ଜଣ ନୋଡାଲ ଅଫିସର ସେମାନଙ୍କୁ ନେବା ଆଣିବା ଦାୟିତ୍ୱରେ ରହିବେ । ଏହାଛଡା ଅନୁଗୁଳରେ ଜିଲ୍ଲା ଖଣିଜ ପାଣ୍ଠିରେ ଏକ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ନିମନ୍ତେ ଜିଲ୍ଲାପାଳ ସରକାରଙ୍କୁ ପ୍ରସ୍ତାବ ଦେବା ସହ ବିଭିନ୍ନ ଆନୁସଂଗୀକ ବ୍ୟବସ୍ଥା ଓ ତାଲିମ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଅନୁଗୁଳରେ ଖୁବଶିଘ୍ର ପ୍ରତିଷ୍ଠା ହେବ ଏକ ସାଇନ୍ସ ପାର୍କ । ଏଥିପାଇଁ ଆବା୍ୟକ ଜାଗା ଯୋଗାଇ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି ।
ସେହିପରି ଜିଲ୍ଲାରେ ଭିନ୍ନକ୍ଷମ ମାନଙ୍କର ସର୍ବେକ୍ଷଣ, କୃତିମ ଅଙ୍ଗପ୍ରତ୍ୟଙ୍ଗ ରୋପଣ ଓ ସେମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଜିଲ୍ଲା ଖଣିଜ ପାଣ୍ଠି ବିନିଯୋଗରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠା କରିବାକୁ ମନ୍ତ୍ରୀ ଅନୁରୋଧ କରିଥିଲେ । ଏହି ବୈଠକରେ ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପ-ବାଚସ୍ପତି ରଜନୀକାନ୍ତ ସିଂହ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ, ଓ ପାଲଲହଡା ବିଧାୟକ ମୁକେଶ କୁମାର ପାଲ ପ୍ରମୁଖ ଯୋଗ ଦେଇଥିଳେ । ପ୍ରାରମ୍ଭରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇବା ସହ ଜିଲ୍ଲାରେ ପ୍ଲାଜମା ଥେରାପି ବ୍ୟବସ୍ଥା ସରକାରଙ୍କର ଏକ ଅଭିନବ ପ୍ରୟାସ ବୋଲି ପ୍ରକାଶ କରିଥିଲେ ।
ଜିଲ୍ଲାରେ ୪ ଗୋଟି ଟିମ ଦ୍ୱାରା ୧୩ ହଜାର ୭୧୬ଟି ଆରଟି-ପିସିଆର ସ୍ୱାବ୍ ନମୁନା, ୧୨୦୦ଟି ଆଟିଂଜେନ୍ ଓ ୨୬ଟି ଟ୍ରୁନାଟ୍ କୋଭିଡ୍ ପରୀକ୍ଷା କରାଯାଇଛି । ଆଜି ସୁଦ୍ଧା ସମୁଦାୟ ୨୮୬ଟି ପଜିଟିଭ୍ ମଧ୍ୟରୁ ତାଳଚେର କୋଭିଡ୍ ହସ୍ପିଟାଲରେ ୭୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । ପ୍ଲାଜମା ହେଉଛି ରକ୍ତର ଏକ ଅଂଶ । ଜରେ ଆକ୍ରାନ୍ତଙ୍କର ସ୍ୱାବ୍ ନମୁନା ସଂଗ୍ରହର ୨୮ ଦିନ ପରେ ପ୍ଲାଜମା ସଂଗ୍ରହ ହୋଇପାରିବ । ଯେଉଁମାନେ ଏହି ପ୍ଲାଜମା ଦାନ କରିବେ ସେମାନଙ୍କର ବୟସ ୧୮ରୁ ୬୦ ବର୍ଷ ବୟସ ମଧ୍ୟରେ ହୋଇଥିବା ଆବଶ୍ୟକ ଓ ସେମାନଙ୍କର ମଧୁମେହ ଓ ଅନ୍ୟାନ୍ୟ ଜଟିଳ ରୋଗ ନଥିବ । ଜରେ ସୁସ୍ଥ ବ୍ୟକ୍ତି ୨୦୦ ମି.ଲି ପ୍ଳାଜମା ଦେଇ ପାରିବେ ଓ ସେଥିରେ ୨ ଜଣ ଗୁରୁତର କରୋନା ରୋଗୀଙ୍କର ଚିକିତ୍ସା ହୋଇପାରିବ । ପ୍ଲାଜମା ଦାନ କରୁଥିବା ସମସ୍ତ ସୁସ୍ତ ବ୍ୟକ୍ତିଙ୍କର ବ୍ଲଡ ଗ୍ରୁପିଙ୍ଗହେବା ସହ ଆଟିଂଜେନ ଟେଷ୍ଟ ବାଧ୍ୟତାମୂଳକ ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ଶେଷରେ ପିଡି ଦିଲିପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।