Odisha news

ଓଡ଼ିଆଙ୍କ ପ୍ରିୟ ରାତ୍ରୀ ଭୋଜନ ଦୁଗ୍ଧ – ରୁଟି ସ୍ୱାସ୍ଥ୍ୟର ଗନ୍ତାଘର , ମିଳିଥାଏ ଚମତ୍କାର ଲାଭ

0
ଭାରତ ର ଅଲଗା ଅଲଗା ସ୍ଥାନ ରେ ଅଲଗା ଅଲଗା ଖାଇବା ଜିନିଷ ଖିଆ ଯାଇଥାଏ । ସେହିଭଳି ଓଡ଼ିଶା ରେ କିଛି ଲୋକ ତରକାରୀ ସହିତ ରୁଟି ଖାଇବାକୁ ପସନ୍ଦ କରି ଥାଆନ୍ତି, କିମ୍ବା ଆଉକିଛି ଲୋକ କ୍ଷୀର ସହିତ ରୁଟି ଖାଇବାକୁ ପସନ୍ଦ କରନ୍ତି । ବିଶେଷ ଭାବରେ ଓଡ଼ିଶା ର ଲୋକ ମାନେ ଦୁଗ୍ଧ ସହିତ ରୁଟି ଖାଇବାକୁ ପସନ୍ଦ କରନ୍ତି । ଏମିତି ରେ ଦୁଗ୍ଧ ଗୋଟିଏ ପୌଷ୍ଟିକ ଖାଦ୍ୟ ଭାବରେ ଗ୍ରହଣ କରାଯାଇ ଥାଏ । କିନ୍ତୁ ଆମ ମାନଙ୍କ ମଧ୍ୟରୁ ଅନେକ ଜାଣି ନଥିବା ଯେ ଦୁଗ୍ଧ ଓ ରୁଟି ଖାଇବା ଦ୍ବାରା ଆମକୁ କେଉଁ ସବୁ ଲାଭ ମିଳିଥାଏ ।
ଏହା ସତ୍ୟ ଅଟେ ଯେ ଦୁଗ୍ଧ ଗୋଟିଏ ପୌଷ୍ଟିକ ଆହାର ଭାବରେ ଜଣାଶୁଣା ଅଟେ । ଏଥିରେ କ୍ୟାଲସିୟମ , ଫ୍ୟାଟ୍, କାର୍ବୋହାଇଡ୍ରେଟ , ଭିଟାମିନ ସହିତ ଅନେକ ପୋଷାକ ତତ୍ତ୍ଵ ଭରପୁର ମାତ୍ରାରେ ରହିଛି । ଏହି କାରଣରୁ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ରାତିରେ ଦୁଗ୍ଧ ସେବନ ପାଇଁ କହି ଥାଆନ୍ତି । କିନ୍ତୁ ଆମ ଓଡ଼ିଶାରେ ଆମେ ବିଶେଷ ଭାବରେ ଦେଖି ଥାଉ ଯେ ରୁଟି ସହିତ ଦୁଗ୍ଧ ସେବନ ପାଇଁ ଅଧିକ ଗୁରୁତ୍ବ ଦିଆଯାଇ ଥାଏ ।
* ଦୁଗ୍ଧ ପୋଷାକ ତତ୍ତ୍ଵ ରେ ଭରପୁର ଅଟେ, ଏହା ସହିତ ରୁଟି ମିଶାଇ ସେବନ କରିବା ଦ୍ୱାରା ଆମ ଶରୀର ରେ ଭିଟାମିନ , ମିନେରାଲସ୍ , କ୍ୟାଲସିୟମ ର କମି ଦୂର ହୋଇଥାଏ । ରାତିରେ ଦୁଗ୍ଧ ସହିତ ରୁଟି ସେବନ କରିବା ଦ୍ୱାରା ଶରୀର କୁ ଜରୁରୀ ନ୍ୟୁଟ୍ରୀଏଣ୍ଟସ ମିଳିଥାଏ । ତେଣୁ ରାତିରେ ଦୁଗ୍ଧ ସହିତ ରୁଟି ଖାଇବା ଆବଶ୍ୟକ ।
* ରାତିରେ ବିଶେଷ ଭାବରେ ରୁଟି ଓ କ୍ଷୀର ଖାଇବା ଦ୍ବାରା ପେଟ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ । ଯେପରିକି କୋଷ୍ଠ କଠୀନ୍ୟ, ଅପଚ , ଗ୍ୟାସ୍ ଭଳି ସମସ୍ୟା ଦୂର ହୋଇଥାଏ । କ୍ଷୀର ସହିତ ରୁଟି ଖାଇବା ଦ୍ବାରା ପେଟ ସଫା ରହିଥାଏ ।
* ଯଦି ଆପଣ ଅତ୍ୟଧିକ କାମ କାରଣରୁ ଚିନ୍ତା ଓ ମାନସିକ ଚାପ ର ଶିକାର ହେଉଛନ୍ତି ତେବେ ଦୁଗ୍ଧ ସହିତ ରୁଟି ଖୁବ୍ ଲାଭ ଦାୟକ ଅଟେ । ରାତିରେ ଦୁଗ୍ଧ ଓ ରୁଟି ଖାଇବା ଦ୍ବାରା ମାନସିକ ସ୍ତର ରେ ରିଲାକ୍ସ୍ ଲାଗିଥାଏ , ଉତେଜନା ହ୍ରାସ ହୋଇଥାଏ ଓ ଭଲ ନିଦ ହୋଇଥାଏ । ଏହାଛଡା ଦୁଗ୍ଧ ରୁଟିର କମ୍ବିନେଶନ ଅନ୍ତ ପାଇଁ ଖୁବ୍ ହିତକାରୀ ।
* ଯଦି ଆପଣ ଦୁର୍ବଳତା ର ଶିକାର ହେଉଛନ୍ତି ତେବେ ନିୟମିତ ଦୁଗ୍ଧ ସହିତ ରୁଟି ସେବନ କରନ୍ତୁ । ତେଣୁ ଯଦି ଆପଣ ନିୟମିତ ଭାବେ ଦୁଗ୍ଧ ସହିତ ରୁଟି ରାତିରେ ସେବନ କରିବେ ତେବେ ଆପଣଙ୍କ ଦୁର୍ବଳତା ଦୂର ହେବ ।
* ଯଦି ନିୟମିତ ରାତିରେ ଦୁଗ୍ଧ ସହିତ ରୁଟି ସେବନ କରିବେ ତେବେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିବ । ଶରୀରକୁ ଆରାମ ମିଳିବ । ମନ ପ୍ରଫୁଲ୍ଲ ରହିବା ସହିତ ଶରୀର ର କାର୍ଯ୍ୟ ଦକ୍ଷତା ବୃଦ୍ଧି ପାଇବ ।
Leave A Reply