ଆମ ଭିତରୁ ଅଧିକାଂଶ ଲୋକ ପ୍ରାୟତଃ ଉଷୁମ୍ ଦୁଗ୍ଧ କୁ କୌଣସି ନା କୌଣସି ଜିନିଷ ସହିତ ମିଶାଇ ପିଇ ଥାଆନ୍ତି । କିନ୍ତୁ ପାନ ମଧୂରି କୁ ଉଷୁମ ଦୁଗ୍ଧ ସହିତ ମିଶାଇ ସେବନ କରିବା ଦ୍ୱାରା ମିଳିଥାଏ ଅଦ୍ଭୁତ ଲାଭ । ଆୟୁର୍ବେଦ ରେ ଦୁଗ୍ଧ କୁ ପାନ ମାଧୁରୀ ସହ ମିଶାଇ ପିଇବା ଦ୍ଵାରା ମିଳିଥାଏ ଚମତ୍କାର ସ୍ଵାସ୍ଥ୍ୟଗତ ଲାଭ ।
– ପେଟ ପାଇଁ ରାମବାଣ : ପେଟର ଯେ କୌଣସି ସମସ୍ୟା ରହୁଥାଉ ସେଥିପାଇଁ ଦୁଗ୍ଧ ଓ ପାନମଧୁରୀ ଖୁବ୍ ଉପଯୋଗୀ ଅଟେ । ପାନମଧୁରୀ ରେ ଏଷ୍ଟ୍ରୋ ଗଲ୍ ଓ ଏନେଥଲ ଭଳି ତତ୍ତ୍ଵ ରହିଛି । ଯାହା ଦ୍ଵାରା ପେଟରେ ଏସିଡିଟି, ଗ୍ୟାସ୍, ବାନ୍ତି, ଭଳି ସମସ୍ୟା ଦେଖା ଯାଇ ନ ଥାଏ ।
– ପ୍ରତିଦିନ ନିଜର ମଧ୍ୟାହ୍ନ ଭୋଜନ ପରେ ପାନମଧୁରୀ ଯୁକ୍ତ ଦୁଗ୍ଧ ପିଇବା ଉଚିତ୍ । ଏହା ଶରୀରର ମେଟାବୋଲିଯିମ କୁ ବଢାଇ ବାରେ ସାହାଯ୍ୟ କରିଥାଏ । ଏହାକୁ ସେବନ କରିବା ଦ୍ୱାରା କ୍ୟାଲୋରୀ ବର୍ଣ୍ଣ ହୋଇଥାଏ । ତେଣୁ ଓଜନ ହ୍ରାସ ହୁଏ ।
– ବ୍ରଣ ଓ ବିଭିନ୍ନ ପ୍ରକାର ଦାଗ ଓ ଚର୍ମ ଜନିତ ସମସ୍ୟାକୁ ଦୁର କରିଥାଏ ଦୁଗ୍ଧ ଓ ପାନମଧୁରୀ
। ତ୍ୱଚା ର ଟକ୍ସିନ କୁ ବାହାର କରିବାରେ ସାହାଯ୍ୟ କରିଥାଏ । ଯେଉଁ କାରଣରୁ ବ୍ଲଡ଼ ପ୍ୟୁରିଫାଇ ହୋଇଥାଏ ଓ ତ୍ଵଚରେ ଚମକ୍ ଆସିଥାଏ ।
ପ୍ରସ୍ତୁତ କରିବାର ପ୍ରଣାଳୀ:
ପ୍ରତିଦିନ ଗୋଟିଏ ଗ୍ଲାସ୍ କ୍ଷୀରରେ ୨ ଚାମଚ୍ ପାନମଧୁରୀ ମିଶାଇ ନିଆଁରେ ଫୁଟାଇ ଦିଅନ୍ତୁ। ଏହାକୁ ଉଷୁମ୍ ଉଷୁମ୍ ସେବନ କରନ୍ତୁ

Comments are closed.