Odisha news

ମିହିର ଦାସଙ୍କ ଶେଷକୃତ୍ୟ ଗାର୍ଡ଼ ଅଫ୍‌ ଅନର ସହ କଟକରେ ଆସନ୍ତାକାଲି ହେବ

0

କଟକ:  ଲୋକପ୍ରିୟ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ବୁଧବାର କଟକ ସତୀଚଉରା ଶ୍ମଶାନରେ ସଂପନ୍ନ ହେବ। ରାଜ୍ୟ ସରକାରଙ୍କ ତରଫରୁ ଗାର୍ଡ଼ ଅଫ୍‌ ଅନର ଦିଆଯାଇ ଅନ୍ତିମ ସଂସ୍କାର କରାଯିବ। ଏ ନେଇ ଓଏଫ୍‌ଡିସିର ଅଧ୍ୟକ୍ଷ ଅଭିନେତା କୁନା ତ୍ରିପାଠୀ ସୂଚନା ଦେଇଛନ୍ତି।

ଆଜି ଅପରାହ୍ଣରେ ଓଡ଼ିଶାର ଲୋକପ୍ରିୟ ଅଭିନେତା ମିହିର ଦାସଙ୍କର  ପରଲୋକ ହୋଇଯାଇଛି। ମାତ୍ର ୬୩ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ସେ। ଅସୁସ୍ଥତା ହେତୁ କଟକର ଏକ ଘରୋଇ ହସ୍ପିଟାଲରେ ସେ ୨୦୨୧ ଡ଼ିସେମ୍ବର ୭ ତାରିଖରୁ ଚିକିତ୍ସିତ ହୋଇଆସୁଥିଲେ। ସନ୍ଧ୍ୟାରେ ମିହିର ଦାସଙ୍କ ମରଶରୀରକୁ ଉକ୍ତ ଘରୋଇ ହସ୍ପିଟାଲରୁ ସିଡ଼ିଏ ସେକ୍ଟର-୮ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି ଓ ସେଠାରେ ତାଙ୍କର ଶେଷ ଦର୍ଶନ ଲାଗି ବ୍ୟବସ୍ଥା କରାଯାଇଛି।

ଦିବଂଗତ ମିହିର ଦାସଙ୍କ ଶେଷ ଦର୍ଶନ ପାଇଁ ଓଲିଉଡ଼ର କଳାକାରଙ୍କ ସମେତ ଯାତ୍ରା ଜଗତର କଳାକାର ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ଉପସ୍ଥିତ ରହିଛନ୍ତି। ମିହିର ଦାସଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା, ରାଜ୍ୟ ସିନେ ଆର୍ଟିଷ୍ଟ ଆସୋସିଏସନ ଆଦି ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.