Odisha news

କାମ ଅନ୍ୱେଷଣରେ ଆସି ଫଶି ରହିଛନ୍ତି ପ୍ରବାସୀ ଶ୍ରମିକ ଭୋକ ଉପାସରେ ବିତୁଛି ଜୀବନ

0

ବିରିଡି, ୦୯ା୦୫ ; ଅନ୍ୟ ରାଜ୍ୟ ଓ ଅନ୍ୟ ଜିଲ୍ଲାରୁ କିଛି ପ୍ରବାସୀ ଶ୍ରମିକ ବିରିଡି ବ୍ଲକ ବାସନ୍ଦରା ଗ୍ରାମ ପଂଚାୟତକୁ କାମ ଅନ୍ୱେଷଣରେ ଆସି ଫଶି ରହିଥିବା ଦୃଷ୍ଟିକୁ ଆସିଛି । ମହାମାରୀ କରୋନା ପାଇଁ ଲକଡାଉନ ହୋଇଯିବା ଫଳରେ ମାସ ମାସ ଧରୀ କାମଧନ୍ଦା ବନ୍ଦ ହୋଇଯିବାରୁ ବର୍ତମାନ ବହୁ କଷ୍ଟରେ ଏବଂ ଭୋକ ଉପାସରେ ଜୀବନ ବିତାଉଥିବା କଥା ଏଠାରେ ଫଶି ରହିଥିବା ୨୧ ରୁ ଉଦ୍ଧ ପ୍ରବାସୀ ଶ୍ରମିକ ମାନେ କହିଛନ୍ତି । କରୋନା ପାଇଁ ଲକଡାଉନ ପରେ ବିରିଡି ବ୍ଲକର ୨୧ ଟି ଗ୍ରାମ ପଂଚାୟତରେ କେତେ ବାହାର ରାଜ୍ୟ ଓ ବାହାର ଜିଲ୍ଲା ରୁ ଆସି ନିଜ ଅଂଚଳକୁ ଫେରିନପାରି ଫସି ରହିଛନ୍ତି ।

ସେମାନଙ୍କର ଏକ ତାଲିକା ଜିଲ୍ଲା ପ୍ରଶାସନ ତରଫରୁ ବ୍ଲକ ପ୍ରଶାସନକୁ ମଗା ଯାଇଥିବା ବ୍ଲକ ପ୍ରଶାସନ ମଧ୍ୟ ପଂଚାୟତ ମାନଙ୍କରେ କାର୍ଯ୍ୟରତ ସରକାରୀ କର୍ମଚାରୀ ବା ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧରକାରୀ ଙ୍କ ଠାରୁ ସଂଗ୍ରହ କରାଯାଇଥରଲା । ଏହି ଭଳି ୯୯ ଜଣଙ୍କୁ ପ୍ରତିଦିନ ଖାଦ୍ୟ ପ୍ରଦାନ କରାଯାଉଥିବା ବେଳେ ବାସନ୍ଦରା ପଂଚାୟତର ନିର୍ବାହୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ବାସନ୍ଦରା ପଂଚାୟତରେ ଫଶି ରହିଥିବା ଛତିଶଗଡ ରାଜ୍ୟ ରାୟପୁର ମହାସମୁ ଜିଲ୍ଲାର ୧୩ ଜଣ ପ୍ରବାସୀ ଓଡିଆ ଓ ବଲାଙ୍ଗିର ଜିଲ୍ଲା ବେଲପଡା ସହି ଅଂଚଳର ୯ ଜଣ ପ୍ରବାସୀଙ୍କ ତାଲିକା କିଛି ମୃଷ୍ଟିମେୟ ଲୋକଙ୍କ ପ୍ରରୋଚନାରେ ପଡି ସେମାନଙ୍କ ତାଲିକା ବ୍ଲକ କାର୍ଯ୍ୟାଳୟର ନଜରକୁ ନ ଆଣିବାକୁ ସେମାନେ ମାସ ମାସ ଧରି ଭୋକ ଉପାସରେ ରହି ହିନସ୍ତା ହେଉଥିବା ଜଣାପଡିଛି ।

ଏହି ପ୍ରବାସୀ ମାନେ ମଧ୍ୟ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧରକାରୀ ଓ ସ୍ଥାନୀ ୟସରପଂଚଙ୍କୁ ବାରମ୍ବାର ଭେଟି ନିଜର ଗୁହାରୀ ଜନାଇଥିଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନଥିଲେ ବୋଲି ଛତିଶଗଡ ଆସିଥିବା ପ୍ରବାସୀ ଓମେନ୍ଦି ଟଣ୍ଡନ, ମହେନ୍ଦ୍ର ସୁନା, ତୁଳୁସା ମୁନା, ମଣି ସୁନା, ରାଜେଶ ସୁନା, ରାଜ ସୁନା, ଉମାକାନ୍ତ ତାଣ୍ଡି, ଯଶୋଦା ତାଣ୍ଡି, ଆକାଶ ତାଣ୍ଡି, ହରିମୁ ତାଣ୍ଡି କହିଛନ୍ତି । ତେବେ ଏହି ପ୍ରବାସୀମାନେ ଦିର୍ଘ ଦିନ ହେବ ବାସନ୍ଦରା ପଂଚାୟତରେ ରହି କାମଧନ୍ଦା କରୁଥିବା ବେଳେ ସେମାନଙ୍କ ତଥ୍ୟ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାହିଁକି ବ୍ଲକ ପ୍ରଶାସନକୁ ଜଣାଇ ନଥିଲେ ତଦନ୍ତ ସାପେକ୍ଷ ।

ଏ ସମ୍ପର୍କରେ ସଂପୃକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେମାନେ ପ୍ରାଇଭେଟ ଲୋକର କାମ କରୁଥିଲେ ଏବଂ ଆମ ନଜରକୁ ଆସିନଥିଲା ବୋଲି ବେପୁରୁଆ ମତ ରଖିଥିଲେ । ଅନ୍ୟପଟେ ବିଡିଓ ଜିବନ ଚନ୍ଦ୍ର ମଲ୍ଲିକ ଙ୍କୁ ପଚାରିବାରେ ସେ କହିଛନ୍ତି ମୁଁ ୨୪ ଘଂଟା ପୂର୍ବରୁ ଏ କଥା ଜାଣିଲି ମାତ୍ର ଏକଥା ଆଗରୁ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୋ ଦୃଷ୍ଟିକୁ ଅଣି ନଥିଲେ , ତେଣୁ କିଛି କରାଯାଇପାରିନଥିଲା ।

ଏଣିକି ଯେତେ ଦିନ ରହିବେ ସେମାନଙ୍କ ପାଇଁ ବ୍ୟବସ୍ତା କରାଯିବ ଓ ଉକ୍ତ ଶ୍ରମିକମାନଙ୍କୁ ତାଙ୍କ ଅଂଚଳକୁ ପାଠାଯିବାର ବ୍ୟବସ୍ଥା କରିବାକୁ ସେମାନଙ୍କୁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ କରିଛନ୍ତି ।

Leave A Reply