Odisha news

ସାଇକେଲରେ ଗୋଆରୁ ମୋହନା ପହଞ୍ଚିଲେ ପ୍ରବାସୀ ଓଡିଆ

0

ଆର,ଉଦୟଗିରି : ସୁଦୁର ଗୋଆରୁ ଟ୍ରେନ୍ ଟ୍ରାକ୍ ରେ ଚାଲି ଚାଲି ଓ ସାଇକେଲ ଯୋଗେ ପ୍ରବାସୀ ଓଡିଆ ଶ୍ରମିକ ଗଜପତି ଜିଲ୍ଲାର ମୋହନାରେ ପହଞ୍ଚିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ମୋହନା ବ୍ଲକର ଡେଙ୍ଗାମା କଲୋନୀର ମହେଶର ଶବର ଗୋଆରେ ଶ୍ରମିକ ଭାବେ କାମ କରିଥିଲେ । କରୋନା ଯୋଗୁଁ ସାରା ଭାରତରେ ଲକ୍ଡାଉନ୍ ଘୋଷଣାରେ ସବୁକିଛି ବନ୍ଦ ହେଲା । ମହେଶ୍ବର ଶବର ଗୋଆରେ ସମସ୍ତ ଶ୍ରମ ଭିତ୍ତିକ କାର୍ଯ୍ୟ ନପାଇ ନିଜ ସଂଚିତ ଅର୍ଥରେ କିଛି ଦିନ ଚଳିବା ପରେ ନିଜ ଭିଟାମାଟିକୁ ଫେରିବା ପାଇଁ ଠିକ୍ କଲା ।

ଟ୍ରେନ୍ ଓ ସମସ୍ତ ଯାନ ଚଳାଚଳ ବନ୍ଦ ଯୋଗୁଁ ଅନ୍ୟ କିଛି ରାସ୍ତା ନପାଇ ଟ୍ରେନ୍ ଟ୍ରାକ୍ରରେ ଚାଲିଚାଲି ସାତ ଦିନ ପରେ ଆନ୍ଧ୍ରରେ ରହୁଥିବା ସାଙ୍ଗ ନିକଟରେ ପହଞ୍ଚିଥିଲା । ସାଙ୍ଗ ଗୋଟିଏ ଦିନ ଆଶ୍ରୟ ନେଇ ନିଜର ଦୁଃଖଭରା କାହାଣୀକୁ ଜଣାଇ ଏକ ସାଇକେଲ କିଣି ଗ୍ରାମକୁ ଫେରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ସାଙ୍ଗ ଜଣକ ଏକ ସାଇକେଲ କିଣି ମହେଶ୍ବରକୁ ଦେଇଥିଲା ।

ଏହାପରେ ସାଇକେଲ ଧରି ମହେଶ୍ବର ୬ ଦିନ ଯାତ୍ରା କରି ମୋହନା ବ୍ଲକକୁ ରବିବାର ଦିନ ପହଞ୍ଚି ଥିଲା । ପରେ ମୋହନା ବ୍ଲକ ଅଧିକାରୀ ବଂଶିଧର ଖୋସଲାଙ୍କ ପରାମର୍ଶକ୍ରମେ ଲୁହାଗୁଡି ଆଦିବାସୀ ହାଇସ୍କୁଲ ଠାରେ ଜିଲ୍ଲା ପ୍ରଶାସନ ତରଫରୁ ଖୋଲା ଯାଇଥିବା କ୍ବାରାଣ୍ଟଇନ୍ ଗୃହକୁ ମହେଶ୍ବର ଗଲେ । ସରକାରୀ ନିୟମ ଅନୁଯାୟୀ କ୍ବାରାଣ୍ଟଇନ୍ ଗୃହରେ ଅବସ୍ଥାନ କରିବା ପରେ ଡେଙ୍ଗାମା କଲୋନୀ ଠାରେ ଥିବା ତାଙ୍କ ନିଜ ଗୃହକୁ ବେରିବା ସ୍ଥିର ହୋଇଛି ।

Leave A Reply