Odisha news

ଅନୁଗୁଳରେ ପହଁଚିଂବ ପ୍ରଥମ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ : ୨୪ଟି ଜିଲ୍ଲାର ୧୬୫୦ ଜଣଙ୍କ ମଧ୍ୟରେ ଅନୁଗୁଳର ୬୩୪ ଜଣ ଅଛନ୍ତି

0

ଅନୁଗୁଳ: ଗୁଜୁରାଟର ଭଲସାତରୁ ୧୬୫୦ ଜଣ ପ୍ରବାସୀ ଓଡିଆ ମାନଙ୍କୁ ନେଇ ଗତ ୨୩ ତାରିଖରେ ବାହାରିଥିବା ଶ୍ରମିକ ସ୍ୱନ୍ତ୍ର ଟ୍ରେନ ସୋମବାର ସକାଳ ୫ଟା ସମୟରେ ଅନୁଗୁଳ ଷ୍ଟେସନରେ ପହଁଚିଂବ । ଏଥିରେ ୨୪ଟି ଜିଲ୍ଲା ସମେତ ୧୩ଟି ଉପଖଣ୍ଡର ୧୬୫୦ ଜଣ ପ୍ରବାସୀ ଓଡିଆଙ୍କ ମଧ୍ୟରେ ଅନୁଗୁଳର ସର୍ବାଧିକ ୬୩୪ ଜଣ ଅଛନ୍ତି ।

ଏହି ପ୍ରବାସୀ ଓଡିଆ ମାନେ ସହଜରେ ନିଜ ନିଜର ଗନ୍ତବ୍ୟ ସ୍ଥଳରେ କିପରି ପହଁଚିଂ ପାରିବେ ସେ ନେଇ ରବିବାର ଅପରାହ୍ନରେ ଜିଲ୍ଲାପାଳ ମନୋଜ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ସର୍କିଟ ହାଉସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମିନା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଶତପଥି, ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟ ଜିଲ୍ଲାକୁ ଯିବାକୁ ଥିବା ପ୍ରବାସୀ ଓଡିଆଙ୍କ ପାଇଁ ୩୦ଟି ବସ ବ୍ୟବସ୍ଥା ହୋଇଥିବା ବେଳେ ଅନୁଗୁଳର ବିଭିନ୍ନ ବ୍ଲକ ଅଚଂଳରେ ଶ୍ରମିକ ମାନଙ୍କୁ ପହଁଚାଂଇବା ନିମନ୍ତେ ୨୦ଟି ବସର ବ୍ୟବସ୍ଥା କରାଯାଇଛି । ପ୍ରବାସୀ ଶ୍ରମିକ ମାନଙ୍କୁ ସୁରୁଖୁରୁରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଂଇବା ନିମନ୍ତେ ୧୦୦ ଜଣ କର୍ମଚାରୀଙ୍କୁ ନେଇ ବିଭିନ୍ନ କାଉଟଂର ଅନୁଗୁଳ ଷ୍ଟେସନରେ ଖୋଲାଯିବ । ପ୍ରତି ୧୦୦ ଜଣ ପ୍ରବାସୀଙ୍କ ପାଇଁ ଗୋଟିଏ ଲେଖାଏଁ କାଉଟଂର ଖୋଲାଯିବ । ଶ୍ରମିକ ମାନେ ଟ୍ରେନରୁ ଓହ୍ଲାଇବା ପରେ ସେମାନଙ୍କର ସ୍କାନିଂ କରାଯିବ ।

ଏଥିପାଇଁ ୩ ଜଣ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି । ସୋମବାର ଶ୍ରମିକ ମାନେ ଟ୍ରେନରୁ ଓହ୍ଲାଇବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାତଃ ଭୋଜନ ଦିଆଯାଇ ଉଦ୍ଦିଷ୍ଟ ବସ ଯୋଗେ ସେମାନଙ୍କୁ ପଠାଇ ଦିଆଯିବ । ପ୍ରବାସୀ ମାନଙ୍କର ପଜିଂକରଣ ଓ ଆବଶ୍ୟକ ସୂଚନା ପ୍ରଦାନ ନିମନ୍ତେ ଡାକବାଜି ଯନ୍ତ୍ର ଯୋଗେ ସେମାନଙ୍କୁ ଅବଗତ କରାଯିବ । ଶ୍ରମିକ ମାନଙ୍କର ଗନ୍ତବ୍ୟ ସ୍ଥଳରେ ପହଚିଂବା ନିମନ୍ତେ ସମସ୍ତ ପ୍ରକାର ଆନୁସଂଙ୍ଗୀକ ବ୍ୟବସ୍ଥାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟରେ ନିୟୋଜିତ କର୍ମଚାରୀ ମାନେ ରାତି ୩ଟାରୁ ଅନୁଗୁଳ ଷ୍ଟେସନରେ ହୋଇଥିବା କାଉଟଂର ରେ ଉପସ୍ଥିତ ରହିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

Leave A Reply