ବଅଁରପାଳ: କଟାଂବଣିଆ ତାନାରେ କାର୍ଯ୍ୟରତ ମହିଳା ଏସଆଇ ପ୍ରବାସୀ ଶ୍ରମିକଙ୍କୁ ମାଡ ଘଟଣାରେ ଏସଡିପିଓ ତଦନ୍ତ କରିଥିବାର ଜଣାପଡିଛି । ପ୍ରବାସୀ ଶ୍ରମିକ ମାନଙ୍କୁ ଠିକାଦାର ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିବା ବେଳେ ସୋମବାର ସେମାନେ ନିଜ ରାଜ୍ୟକୁ ଫେରିବେ ବୋଲି ଜଣାପଡିଛି । ତେବେ ଶ୍ରମିକ ମାନଙ୍କୁ ମାଡ ମାରିବା ଘଟଣାରେ କଣ ପଦକ୍ଷେପ ଗ୍ରହଣ କରାଯାଉଛି ତାକୁ ନେଇ ସ୍ଥାନୀୟ ଲୋକ ଚାହିଁ ବସିଛନ୍ତି ।
କଟାଂବଣିଆସ୍ଥିତ ଟାଟା ବିଏସଏଲ କାରଖାନାରେ ଥିବା ଠିକା ସଂସ୍ଥା ରେଡିକାଷ୍ଟରେ ଛତିଶଗଡ଼ ରାଜ୍ୟର ଶ୍ରମିକ ମାନେ କାର୍ଯ୍ୟ କରୁଥିଲେ । ମାର୍ଚ ମାସରୁ କାମ ବନ୍ଦ ଯୋଗୁଁ ଭୋକ ଉପାସରେ ଦିନ କାଟୁଥିବା ବେଳେ ଠିକା ସଂସ୍ଥା ଦରମା ଦେବା ତ ଦୂରର କଥା ନିଜ ରାଜ୍ୟକୁ ଫେରିଯିବା ପାଇଁ କୋ÷ଣସି ପଦକ୍ଷେପ ଗ୍ରହଣ କରିନଥିଲା । ଶ୍ରମିକ ମାନେ ଦୀର୍ଘ ୨ ମାସ ଭୋକ ଉପାସରେ ରହିବା ପରେ ଠିକାସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିବାକୁ ୧୦ରୁ ଅଧିକ ଶ୍ରମିକ କଟାଂବଣିଆ ଥାନାକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ମହିଳା ଏସଆଇ ଏଫଆଇଆର ରଖିବା ତ ଦୂରର କଥା ୬ ଜଣ ଶ୍ରମିକ ଚନ୍ଦନ ଦାସ, ମାହିକ ଶେଖ୍, ଶେଖ୍ ମୁକ୍ତାର ଖାଁ, ସିଦ୍ଧିକ ଅଖତାର, ଆରମ ଶେଖ, ଓ ଇଜିହାର ଖାଁକୁ ନିସ୍ତୁକମ ମାଡ ମାରି ଲହୁଲୁହାଣ କରି ଦେଇଥିଲେ ।
ଏହି ଘଟଣାକୁ ମୋବାଇଲରେ ଭିଡିଓ ରେକଡିଂ କରୁଥିବା ୪ ଜଣଙ୍କର ମୋବାଇଲ ଛଡାଇ ନେଇଥିଲେ । ଏହି ଘଟଣାକୁ ନେଇ ସବୁଠି ଚର୍ଚା ଚାଲିଥିବା ବେଳେ ମହିଳା ଏସଆଇଙ୍କ ବ୍ୟବହାରକୁ ନେଇ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଢ଼େଙ୍କାନାଳ ଏସଡିପିଓ ଶ୍ରୀହର୍ଷ ମିଶ୍ର ରବିବାର ଦିନ କଟାଂବଣିଆ ଥାନାକୁ ତଦନ୍ତ କରିବାକୁ ଆସି ସମସ୍ତ ପ୍ରକାର ତଥ୍ୟ ବିଷୟରେ ଅବଗତ ହୋଇଛନ୍ତି । ଠିକା ସଂସ୍ଥା ପକ୍ଷରୁ ଶ୍ରମିକ ମାନଙ୍କୁ ୧ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ବେଳେ ସୋମବାର ଦିନ ସେମାନଙ୍କୁ ନିଜ ରାଜ୍ୟକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଥିବାର ଜଣାପଡିଛି । ସଂମ୍ପୃକ୍ତ ଏସଆଇ ଥାନାରେ ଯୋଗଦେବା ପରେ ନିଜ ବ୍ୟବହାର ଯୋଗୁଁ ସ୍ଥାନୀୟ ଅଚଂଳବାସୀଙ୍କ ମଧ୍ୟରେ ଅସନ୍ତୋଷର ନିଆଁ କୁହୁଳିବାରେ ଲାଗିଛି । ପୁଲିସ ଜନସାଧାରଣଙ୍କ ମଧ୍ୟରେ ଉତମ ସମ୍ପର୍କ ନେଇ ପୁଲିସ ଡିଜି ବାରମ୍ବାର ନିଦେ୍ର୍ଦଶ ଦେଉଥିବା ବେଳେ ମହିଳା ଏସଆଇ ଏହାକୁ ତୁଛ ମନେକରି ନିଜ ମର୍ଜିରେ ଦବଙ୍ଗଗିରି ଚଳାଇଥିବାର ଜଣାପଡିଛି । ସଂମ୍ପୃକ୍ତ ମହିଳା ଏସଆଇ ଙ୍କୁ ଅନ୍ୟତ୍ର ବଦଳି କରା ନଗଲେ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଏକ ବଡଧରଣର ଆନେ୍ଦାଳନ କରିବା ପାଇଁ ମସୁଧା ଚାଲିଥିବାର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ।