Odisha news

୮୮ ପ୍ରବାସୀ ଶ୍ରମିକଙ୍କୁ ନିଜ ଜିଲ୍ଲାକୁ ପଠାଇଲା ଶ୍ରମ ବିଭାଗ ୩ଟି ବସରେ ଗଲେ ନବରଙ୍ଗପୁର ଓ ଯାଜପୁରକୁ

0

ବିରିଡି, ୦୯ା୦୫ ; ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଂଚଳକୁ କାମ ଧନ୍ଦା ଅନ୍ୱେଶଣରେ ଆସିଥିବା ନବରଙ୍ଗପୁର ଓ ଯାଜପୁର ଜିଲ୍ଲାର ୮୮ ପ୍ରବାସୀ ଶ୍ରମିକ କରୋନା ଲକଡାଉନ ଯୋଗୁଁ ଫସି ରହିଥିଲେ । ତାଙ୍କୁ ଗତ ସଂନ୍ଧ୍ୟାରେ ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି ।

ଉକ୍ତ ଶ୍ରମିକମାନେ ନବରଙ୍ଗପୁର ଓ ଯାଜପୁର ଜିଲ୍ଲାର ହୋଇଥିବା ବେଳେ ସେମାନଙ୍କୁ ୩ ଟି ବସରେ ଜଗତସିଂହପୁର ଠାରୁ ଛଡାଯାଇଛି । ଜିଲ୍ଲା ଶ୍ରମ ଅଧିକାରୀ ବାବା ଆନନ୍ଦ ଚନ୍ଦ୍ର ଦାସ ଏହି ଶ୍ରମିକମାନଙ୍କୁ ତାଙ୍କ ଜିଲ୍ଲାକୁ ପଠାଇବାରେ ବ୍ୟବସ୍ଥା କରିଥିଲେ । ଶ୍ରମିକ ମାନେ ଯିବା ପୂର୍ବରୁ ବ୍ୟବସ୍ଥା କରାଯାଇଥିବା ବସ ଗୁଡିକୁ ସାନିଟାଇଜର କରାଯିବା ସହ ସାମାଜିକ ଦୂରତା ରକ୍ଷା କରି ଯାତ୍ରା କରିବାକୁ ସମସ୍ତ ଶ୍ରମିକମାନଙ୍କ ଶ୍ରମଧିକାରୀ ଶ୍ରୀ ଦାସ ସଚେତନ କରିଥିଲେ ।

ଏହି ଶ୍ରମିକ ମାନଙ୍କୁ ବସୁମାତାର ସମ୍ପାଦକ ଗୟାଧର ମହାନ୍ତି ଓ ନବଜ୍ୟୋତି ସ୍ୱଚ୍ଛା ସେବୀ ଅନୁହ୍ଠାନର ସମ୍ପାଦକ କ୍ଷୀରୋଦ କୁମାର ଦାଶ ମାସ୍କ, ସାବୁନ, ବିସ୍କୁଟ ଓ ସାନିଟାଇଜର ଲିକୁଇଡ ସବୁ ବାଂଟିଥିଲେ । ନିରଂଜନ ବାରିକ ମଧ୍ୟ ସେମାନଙ୍କୁ ସଚେତନ କରାଇଥିଲେ ।

Leave A Reply