Odisha news

ତାମିଲନାଡୁରୁ ଏକ ସ୍ୱତନ୍ତ୍ର ଟ୍ରେନରେ ବାରିପଦାରେ ପହଞ୍ଚିଲେ ମୟୂରଭଞ୍ଜର ୨୧୮ ଶ୍ରମିକ

0

ବାରିପଦା  : ତାମିଲନାଡୁରୁ ପ୍ରବାସୀମାନଙ୍କୁ ନେଇ ମଙ୍ଗଳବାର ଅପରାହ୍ନରେ ବାରିପଦା ଭଞ୍ଜପୁର ରେଲୱେ ଷ୍ଟେସନରେ ପହଞ୍ଚିଥିଲା ଏକ ସ୍ୱତନ୍ତ୍ର ଟ୍ରେନ ଏଥିଲାଗି ପୂର୍ବରୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ତଦାରଖ କାର୍ଯ୍ୟ ମଧ୍ୟ ଶେଷ ହୋଇଥିଲା ଟ୍ରେନଟି ପହଞ୍ଚିବା ମାତ୍ରେ ଜିଲ୍ଲାପ୍ରଶାସନର ଉଚ୍ଚପଦସ୍ତ ଅଧିକାରୀମାନଙ୍କ ପକ୍ଷରୁ ପ୍ରବାସୀମାନଙ୍କୁ ସ୍ୱାଗତ କରାଯିବା ସହ ସେମାନଙ୍କୁ ସେନିଟାଇଜ ମଧ୍ୟ କରାଯାଇଥିଲା ଏଥିସହ ଷ୍ଟେସନରେ ପୋଲିସ ଫୋର୍ସ ମୃତୟନ ହେବା ସହ ଭଞ୍ଜପୁର ରେଲୱେ ଷ୍ଟେସନରୁ ୫ଶହମିଟର ପରିସୀମାରେ ୧୪୪ ଧାରା ଜାରି କରାଯାଇଥିଲା ମୟୂରଭଞ୍ଜ ଜିଲ୍ଲାକୁ ମୋଟ୍ ୨୧୮ଜଣ ଶ୍ରମିକ ଏହି ଟ୍ରେନରେ ଆସିଥିଲେ ଏମାନଙ୍କ ସହ ସୁନ୍ଦରଗଡ ଜିଲ୍ଲାକୁ ମଧ୍ୟ ୬୬ଜଣ ଶ୍ରମିକ ଆସିଥିଲେ

ଏହି ଟ୍ରେନରେ କୁଳିଆଣା ବ୍ଲକକୁ ୬୯ଜଣ ଶ୍ରମିକ, ବାରିପଦା, ସାରସକଣା, କୁସୁମୀ ବ୍ଲକକୁ ୧୫ଜଣ ଲେଖାଏଁ ଶ୍ରମିକ, ଠାକୁରମୁଣ୍ଡା ବ୍ଲକକୁ୧୪ଜଣ ଶ୍ରମିକ, ବାଙ୍ଗିରିପୋଷି ବ୍ଲକକୁ ୯ଜଣ ଶ୍ରମିକ, ବହଳଦା ଉଦଳାକୁ ୮ଜଣ ଲେଖାଏଁ ଶ୍ରମିକ, ଖୁଣ୍ଟାକୁ ୭ଜଣ ଶ୍ରମିକ, ବିଜାତଳା ବ୍ଲକକୁ ୫ଜଣ ଶ୍ରମିକ, ବେତନଟୀ, କରଞ୍ଜିଆ, ଶୁକୃଳି ଶୁଳିଆପଦା ବ୍ଲକକୁ ୪ଜଣ ଲେଖାଏଁ ଶ୍ରମିକ, ଜାମଦା, ରାଇରଙ୍ଗପୁର ବ୍ଲକକୁ ୩ଜଣ ଲେଖାଏଁ ଶ୍ରମିକ, ଯଶିପୁର, ବଡସାହି, ବିଶୋଇ, ମୋରଡା ବ୍ଲକକୁ ୨ଜଣ ଲେଖାଏଁ ଶ୍ରମିକ ସେହିପରି  କପ୍ତିପଦା, ରାସଗୋବିନ୍ଦପୁର ତିରିଂ ବ୍ଲକକୁ ଜଣେ ଲେଖାଏଁ ଶ୍ରମିକ ଫେରିଥିଲେ ତାମିଲନାଡୁରୁ ୨୧୮ଜଣ ଫେରନ୍ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଯାନବାହାନରେ ନେଇ ନିଜ ନିଜ ବ୍ଲକ ନିକଟସ୍ଥ ଟିଏମସି କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ରଖାଯିବା ସହ ସେମାନଙ୍କର କୋଭିଡ୍ ପରୀକ୍ଷା କରାଯିବାର ମଧ୍ୟ ବ୍ୟବସ୍ଥା କରାଯାଇଛି

 

Nalco

Leave A Reply