Odisha news

ମାଇକ୍ରୋ ୱେବ ରେ ଭୁଲ ରେ ମଧ୍ୟ ଏହି ୪ଟି ଜିନିଷ ଗରମ କରିବା ଉଚିତ୍ ନୁହେଁ , ନଚେତ୍ ହୋଇପାରେ ଏହିସବୁ ରୋଗ

0
ବାସୀ ଖାଦ୍ୟ ପ୍ରାୟ ସମସ୍ତ ଙ୍କ ଘରେ ଦେଖିବାକୁ ମିଳିଥାଏ। ଅଧିକାଂଶ ଘରେ ବାସୀ ଖାଦ୍ୟ କୁ ପରଦିନ ଗରମ କରି ଖାଇ ଥାଉ । କିଛି ଲୋକେ ଗ୍ୟାସ୍ ଷ୍ଟୋଭ ରେ ଖାଦ୍ୟ ଗରମ କରିଥିବା ବେଳେ ଆଉ କିଛି ଲୋକେ ମାଇକ୍ରୋ ୱେବ ରେ ଖାଦ୍ୟ ଗରମ କରି ଥାଆନ୍ତି । ମାଇକ୍ରୋ ୱେବ ରେ ଗୋଟିଏ ମିନିଟ୍ ରେ ଖାଦ୍ୟ ଗରମ ହୋଇ ଯାଇଥାଏ , ତେଣୁ ପ୍ରାୟ ସମସ୍ତେ ମାଇକ୍ରୋ ୱେବ ର ସାହାଯ୍ୟ ନେଇ ଥାଆନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି ମାଇକ୍ରୋ ୱେବ ରେ ସମସ୍ତ ପ୍ରକାର ଖାଦ୍ୟ କୁ ଗରମ କରାଯିବା ଉଚିତ୍ ନୁହେଁ । ଆସନ୍ତୁ ଜାଣିବା କେଉଁ ସବୁ ଖାଦ୍ୟ କୁ ଗରମ କରିବା ଉଚିତ୍ ନୁହେଁ ।
* ଭାତ – ଭାତରେ ବେସୀ ଲେଶ୍ ସେରସ୍ ନାମକ ଗୋଟିଏ ବ୍ୟାକ୍ଟେରିଆ ରହିଥାଏ । ଯାହା ଫୁଡ୍ ପଏଯନୀଙ୍ଗ ର କାରଣ ହୋଇଥାଏ । ଭାତ ରନ୍ଧା ହେବା ପରେ ମଧ୍ୟ ଏହି ବ୍ୟାକ୍ଟେରିଆ ଜୀବିତ ରହି ଥାଆନ୍ତି ଓ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଏହାକୁ ରୁମ୍ ଟେମ୍ପରେଚର ରେ ରଖା ଯାଇଥାଏ ତେବେ ଅନେକ ମାତ୍ରାରେ ବଢ଼ି ଯାଇ ଥାଆନ୍ତି । ତେଣୁ ଏହି କାରଣରୁ ଭାତକୁ ଶୀଘ୍ର ଥଣ୍ଡା କରି ରଖିଦେବା ଜରୁରୀ । ପୁନର୍ବାର ଏହାକୁ ଚୁଲି ରେ ଗରମ କରି ଖାଇବା ଉଚିତ୍ । କଦାପି ମାଇକ୍ରୋ ୱେବ ରେ ଗରମ କରିବା ଉଚିତ୍ ନୁହେଁ ।
* ସିଝା ଅଣ୍ଡା – ସିଝା ଅଣ୍ଡା କୁ ପୁନର୍ବାର ମାଇକ୍ରୋ ୱେବ ରେ ଗରମ କରିବା ଦ୍ୱାରା ସେଥିରେ କର୍ଶିନୋ ଜେନିକ୍ ଟକ୍ସିନ ଉତ୍ପନ ହୋଇଥାଏ । ଯାହା ସ୍ବାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ।
* କଫି : ମାଇକ୍ରୋ ୱେବ ରେ କଫି କଦାପି ଦ୍ଵିତୀୟ ଥର ଗରମ କରିବା ଉଚିତ୍ ନୁହେଁ । କାହିଁକି ନା କଫି ଥଣ୍ଡା ହେବା ପରେ ଏସିଡ଼ିକ୍ ରେ ପରିଣତ ହୋଇ ଯାଇଥାଏ । କଫି କୁ ପୁନର୍ବାର ଗରମ କରିବା ପରିବର୍ତ୍ତେ ଆପଣ ଏହାକୁ ଗୋଟିଏ ଥର୍ମୋ ଫ୍ଲାକ୍ସ ରେ ରଖି ନିଅନ୍ତୁ ।
* ମାଛ : ମାଇକ୍ରୋ ୱେବ ମଇଶ୍ଚର୍ କୁ ଅବଜର୍ବ କରିଥାଏ । ତେଣୁ ଏଥିରେ ମାଛ ଗରମ କରିବା ଦ୍ଵାରା ଏହା ଡ୍ରାଏ ହୋଇ ଯାଇଥାଏ । ବିଶେଷ ଭାବରେ ଆମିଷ ଜିନିଷ କୁ ମାଇକ୍ରୋ ୱେବ ରେ ପୁନର୍ବାର ଗରମ କରିବା ଦ୍ୱାରା ଏହାର ପୋଷାକ ତତ୍ତ୍ଵ ନଷ୍ଟ ହୋଇଥାଏ ।

Leave A Reply