Odisha news

ଅନେକ ରୋଗର ରାମବାଣ ମେଥି

0

ମେଥି ଖାଦ୍ୟର ସ୍ୱାଦ ବଢ଼ାଇବା ସହିତ ଅନେକ ରୋଗରୁ ମୁକ୍ତି ଦେଇଥାଏ । ପ୍ରତିଦିନ ଭିନ୍ନ ଭିନ୍ନ ଉପାୟରେ ମେଥି ପ୍ରୟୋଗ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ । ମେଥିଦାନାର ପାଣି ମଧ୍ୟ ଔଷଧ ଭଳି କାମ କରେ । ଏହାଦ୍ୱାରା କୋଲେଷ୍ଟ୍ରଲ୍‌ ମାତ୍ରା କମ୍‌ ହେବା ସହ ସୁଗର୍‌ ନିୟନ୍ତ୍ରଣ ହୋଇଥାଏ । ମେଥିଦାନା ରକ୍ତରେ ସୁଗର୍‌ ମାତ୍ରା ନିୟନ୍ତ୍ରଣ କରିବା ସହିତ ଇନ୍‌ସୁଲିନ୍‌ ପ୍ରଭାବକୁ ଉତ୍ତମ କରିଥାଏ । ସେଥିପାଇଁ ଏହା ଡାଇବିଟିସ୍‌ ସମସ୍ୟା ପାଇଁ ଉପକାରୀ । ଆଣ୍ଠୁଗଣ୍ଠି ଦରଜ ହେଉଥିଲେ ମେଥି ଖାଇବା ଉଚିତ । ଏହି ଦାନା ଆର୍ଥରାଇଟିସ୍‌ରେ ଆରାମ ଦେଇଥାଏ । ମେଥି ହୃଦୟ ରୋଗ ପାଇଁ ଉପକାରୀ । ଏହାକୁ ଖାଇବା ଦ୍ୱାରା ହାର୍ଟ ଆଟାକ୍‌ ଆଶଙ୍କା କମ୍‌ ହୋଇଥାଏ । ମେଥି ଦାନା ପେଟ ସମସ୍ୟା ଦୂର କରିବା ସହିତ ଏସିଡିଟିରୁ ମୁକ୍ତି ଦେଇଥାଏ ।

Leave A Reply