Odisha news

ମାନସିକ ଦୁଶ୍ଚିନ୍ତା ଓ ତାର ଉପଚାର

0
ମାନସିକ ଦୁଶ୍ଚିନ୍ତା ଗୋଟିଏ ଏପରି ସମସ୍ୟା ଯାହାକି ଅନେକ ଗୁଡ଼ିଏ ରୋଗ ର ଉତ୍ପତ୍ତି ହୋଇଥାଏ । ଯେପରିକି ମାନସିକ ଦୁଶ୍ଚିନ୍ତା ଯୋଗୁଁ ଉଚ୍ଚ ରକ୍ତଚାପ , ମଧୁମେହ , ନିଦ୍ରା ହୀନତା ଭଳି ବିଭିନ୍ନ ସମସ୍ୟା ଦେଖା ଦେଇଥାଏ । ଭଲ ନିଦ ନହେବା କାରଣରୁ ଚିଡି ଚିଡି ଲାଗିଥାଏ, ଥକା ଲାଗିଥାଏ, କାହିଁକି ନା ଗୋଟିଏ ଭଲ ନିଦ୍ରା ଅନେକ ଗୁଡ଼ିଏ ରୋଗ କୁ ଦୂର କରିଥାଏ । ଏପରି କିଛି ଯୋଗାସନ ରହିଛି ଯାହା କି ମାନସିକ ଦୁଶ୍ଚିନ୍ତା ଦୁର ହୋଇଥାଏ ।
– ପ୍ରତିଦିନ ବଜ୍ରାସନ କରିବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୁର ହୋଇଥାଏ । ବଜ୍ରାସନ କରିବା ପାଇଁ ଉପଯୁକ୍ତ ସମୟ ହେଲା ପ୍ରତିଦିନ ଭୋଜନ ପରେ କରିବା ଆବଶ୍ୟକ । ଏହାଦ୍ବାରା ଖାଦ୍ୟ ମଧ୍ୟ ହଜମ ହୋଇଥାଏ ।
ବଜ୍ରାସନ ରେ ବସିବା ପାଇଁ ପ୍ରଥମେ ଆଣ୍ଠୁ ମାଡ଼ି ବା ଆଣ୍ଠେଇ ବସନ୍ତୁ। ଏହାପରେ ନିଜର ବେକକୁ ସିଧା ରଖନ୍ତୁ । ଧିରେ ଧିରେ ନିଃଶ୍ୱାସ ଭିତରକୁ ନିଅନ୍ତୁ ଓ ବିଶ୍ୱାସ ଛାଡ଼ନ୍ତୁ ।
– ଯୋଗ ନିଦ୍ରା ଗୋଟିଏ ପୁରୁଣା ଉପାୟ ଅଟେ । ଏହା ମାନସିକ ଚିନ୍ତା କୁ କମ କରି ଭଲ ନିଦ୍ରା ଦେଇଥାଏ । ଏଥିପାଇଁ ଆପଣ ପ୍ରତିଦିନ ସବାସନ ରେ ଆରାମ କରନ୍ତୁ । ଦୀର୍ଘ ନିଶ୍ଵାସ ନିଅନ୍ତୁ ଓ ଧୀରେ ଧୀରେ ନିଶ୍ଵାସ ଛାଡ଼ନ୍ତୁ ।
– ମକରାସନ କରିବା ପାଇଁ ପେଟେଇ ହୋଇ ଶୋଇ ପଡନ୍ତୁ । ନିଜ ହାତକୁ ନିଜ ମୁଣ୍ଡ ତଳେ କ୍ରସ କରି ରଖନ୍ତୁ । ଏହାପରେ ଆଖିକୁ ବନ୍ଦ୍ କରନ୍ତୁ ଓ ଆରାମ କରନ୍ତୁ ।
– ଭ୍ରାମରି ପ୍ରାଣାୟମ ଆସନ କରିବା ପାଇଁ ଆରାମ ମୁଦ୍ରା ରେ ବସନ୍ତୁ । ନିଜର ଦୁଇ କାନକୁ ଆଙ୍ଗୁଠି ରେ ବନ୍ଦ୍ କରନ୍ତୁ । ନିଜ ମୁହିଁ ରେ ଓମ୍ ଉଚ୍ଚାରଣ କରନ୍ତୁ । ଏହି ଆସନ ୧୦ ମିନିଟ୍ କରନ୍ତୁ। ଏହା ମାନସିକ ଦୁଶ୍ଚିନ୍ତା ଦୁର କରିବା ସହିତ ଭଲ ନିଦ ହୋଇଥାଏ ।
Nalco
Leave A Reply