Odisha news

ଜିନ୍ଦଲରେ ମେଗା ରକ୍ତଦାନ ଶିବିର

ବ୍ୟାସନଗର : ଜିନ୍ଦଲ ଷ୍ଟେନଲେସ ଲିମିଟେଡ କଳିଙ୍ଗନଗର ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । “ଓଡିଶା ମୋ ପରିବାର ଜୀବନ ବିନ୍ଦୁ” ସହଯୋଗରେ ଆୟୋଜିତ ଶିବିରକୁ କାରଖାନା ମୂଖ୍ୟ ଆର.ଏସ. ବୈଦ୍ୟ ଉଦଘାଟନ କରଥିଲେ । ନିଃସ୍ୱାର୍ଥପର ମାନବସେବା ଉପରେ ଗୁରୁତ୍ୱ ପ୍ରଦାନ କରି କହିଥିଲେ । ଶିବିରରେ ଜିନ୍ଦଲ ଷ୍ଟେନ୍ଲେସ ଲିମିଟେଡରେ କାର୍ଯ୍ୟରତ୧୩୦ ଜଣ ପୁରୁଷ ଓ ମହିଳା କର୍ମଚାରୀ ମାନଙ୍କ ସହିତ ଠିକା କର୍ମଚାରୀ ମାନେ ମଧ୍ୟ ସ୍ୱେଚ୍ଛାକୃତ ଭାବରେ ଯୋଗ ଦାନ କରିଥିଲେ । କାର୍ଯ୍ୟକ୍ରମରେ କାରଖାନାର ବରିଷ୍ଠ ଅଧିକାରୀ ମାନେ ମଧ୍ୟ ରକ୍ତଦାନ କରିବା ସହିତ ରକ୍ତଦାତା ମାନଙ୍କୁ ଉସôାହିତ କରିଥିଲେ । କରୋନା ମହାମାରୀ ଭଳି ଦୁର୍ଦ୍ଦିନ ସମୟରେ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ପୁରଣ କରିବା ପାଇଁ ଜିନ୍ଦଲ ଷ୍ଟେନଲେସ ତରଫରୁ ଏହି କାର୍ଯ୍ୟକ୍ରମର ଅୟୋଜନ କରାଯାଇଥିଲା । ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଯାଜପୁର ଜିଲା ସଂଯୋଜକ ବିମଲ ଚନ୍ଦ୍ର ଦାସଙ୍କ ସହିତ ବିପ୍ଳବ ବିଜୟ ପଣ୍ଡା ଉପସ୍ଥିତ ରହିଥିବା ବେଳେ କାରଖାନାର ମାନବ ସମ୍ବଳ, ପ୍ରଶାସନିକ, ସିଏସଆର, ଓଏଚସି ଓ ବାହ୍ୟ ସଂମ୍ପର୍କ ବିଭାଗ ପରିଚାଳନା କରିଥିଲେ ।

Comments are closed.