Odisha news

ଏମସିଏଲର କୋଇଲା ଉତ୍ପାଦନରେ ଆଜି ସର୍ବାଧିକ

ତାଳଚେର ତା ୦୫/୧୦ ମହମାନଦୀ କୋଲଫିଲଡ଼ସ୍ ଲିମିଟେଡ଼୍ ଆଜି ତାଳଚେର ଏବଂ ୟୁଭାଲି ଉପତ୍ୟକା କୋଇଲା କ୍ଷେତ୍ରରୁ ଓଡ଼ିଶା ଅନୁଗୋଳ, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଅବସ୍ଥିତ କୋଇଲା ଖଣିରୁ ୫.୪୫ଲକ୍ଷଟନ୍ କୋଇଲା ଉତ୍ପାଦନ କରି ସର୍ବାଧିକ ରେକର୍ଡ଼ କରିଛି । ରେଳ ମାଧ୍ୟମରେ ୩.୬୬ଲକ୍ଷଟନ୍ ସଡ଼କ ଦେଇ ୧.୪୫ ଲକ୍ଷଟନ୍ ଏବଂ ଏମଜିଆର ମୋଡ଼ ମାଧ୍ୟମରେ ୦.୩୪ଲକ୍ଷଟନ୍ କୋଇଲା ପରିବହନ କରି ଏମସିଏଲ ଏକ ମାଇଲଖୁଂଟ ହାସଲ କରିପାରିଛି । ସମୁଦାୟ ୫.୪୫ଲକ୍ଷଟନ୍ ମଧ୍ୟରୁ ୪.୧୫ଲକ୍ଷଟନ ୍‌ବିଦ୍ୟୁତ୍ କ୍ଷେତ୍ରକୁ ପଠାଯାଇଛି ଯାହା ସମୁଦାୟ କୋଇଲା ପଠାଯିବାର ୭୬.୧% ଅଟେ । ଏମସିଏଲ ଏହାର ଗ୍ରାହକମାନଙ୍କୁ ସମୁଦାୟ ୯୯ଟି ର‌୍ୟାକ୍ ପଠାଇ ଏହି ସଂଖ୍ୟା ହାସଲ କରିଥିବାରୁ ଚେୟାମ୍ୟାନକମ ପରିଚାଳନା ନିର୍ଦ୍ଦେଶକ ପିକେ ସିହ୍ନା ଏହି ସଫଳତା ହାସଲ କରିଥିବାରୁ ଏମସିଏଲ ସମସ୍ତ ଅଧିକାରୀ, କର୍ମଚାରୀ ଓ ଠିକାଶ୍ରମିକଙ୍କୁୁ ପ୍ରସଂଶା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଦିନରେ ଏମସିଏଲ ଏହି ରେକର୍ଡ଼କୁ ଅତିକ୍ରମ କରି ନୂତନ ମାଇଲ ଖୁଂଟରେ ପଂହଚିବାରେ ସକ୍ଷମ ହୋଇପାରିବ । ଗତ ଆର୍ଥିକ ବର୍ଷ ୨୦୨୦-୨୧ ଏମସିଏଲ ୧୪୮ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିଲା sଚଳିତ ଆର୍ଥିକ ବର୍ଷର୍ରେ ୧୬୩ ନିୟୁତ ଟନ ୍‌କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ବୋଲି ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟରେ ସୂଚନା ପ୍ରଦାନ କରିଛନ୍ତି ।

Shares