ଭୁବନେଶ୍ୱର : କୋଭିଡ୍ ହ ସ୍ପିଟାଲ ୍ ଏବଂ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକ ରେ ସ୍ୱାସ୍ଥ୍ୟସେବାକୁ ଦ ଢ଼ୃୀଭୂତ କରିବା ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଏବଂ କାର୍ଯ୍ୟକ୍ରମମାନ ଆୟୋଜନ କରିବା ପରେ ଏବେ ମକ୍ ଡି୍ରଲ୍ ମାଧ୍ୟମରେ ପ୍ରସ୍ତୁତିକୁ ଜୋରଦାର କରାଯାଉଛିା ଏହି ପରିପ୍ରେକ୍ଷୀରେ ପୁରୀର ଗୋପବନ୍ଧୁ ଆୟେୁ ର୍ବଦିକ୍ ମେଡିକାଲ ୍ କ ଲେ ଜସ୍ଥିତ ଜିଲ ୍ଲା କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଆଇଡି
ହସ୍ପିଟାଲ୍ଠାରେ ୨ଟି ମକ୍ ଡି୍ରଲ୍ ଅନୁଷ୍ଠିତ ହୋଇଛିା
ଏହି ଡି୍ରଲ୍ରେ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଏକ ସଂପୂର୍ଣ୍ଣ ଦଳ ସହ ସେ୍ୱଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲୋ ଏସ୍ସିବି ମେଡିକାଲ୍ କଲେଜ୍, କଟକର ଗୋଟିଏ ବିଶେଷଜ୍ଞ ଦଳ ଏବଂ ଜାତିସଂଘ ପପୁଲେସନ୍ ଫଣ୍ଡ, ୟୁନିସେଫ୍ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏହି ମକ୍ଡ୍ରିଲ୍ ଅନୁଷ୍ଠିତ ହୋଇଥିଲାା ଏହି ମକ୍ଡି୍ରଲ୍ରେ କୋଭିଡ୍ ମୁକାବିଲାର ବିଭିନ୍ନ ଦିଗ ଅର୍ଥାତ୍ ଏକକାଳୀନ ଅଧିକ ସଂଖ୍ୟକ ରୋଗୀ ଆସିଲେ ପରିସ୍ଥିତିର ସାମ୍ନା ଓ ରୋଗୀଙ୍କ ଯାଞ୍ଚ, ପୃଥକବାସ, ଚିକିତ୍ସା ଏବଂ ହସ୍ପିଟାଲ୍କୁ ରୋଗୀଙ୍କୁ ସ୍ଥାନାନ୍ତର ଆଦି ବିଭିନ୍ନ ବିଷୟରେ ମକ୍ଡ୍ରିଲ୍ କରାଯାଇଥିଲାା ସ୍ୱାସ୍ଥ୍ୟସେବାରେ ନିୟୋଜିତ କର୍ମଚାରୀମାନଙ୍କୁ ସଂକ୍ରମଣ ପ୍ରତିରୋଧ ପାଇଁ ଅଭ୍ୟାସ, ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ)ର ବ୍ୟବହାର, ହସ୍ପିଟାଲ୍ ବର୍ଜ୍ୟବସ୍ତୁର ପରିଚାଳନା ସଂପର୍କରେ ବିଶେଷ ତାଲିମ ଦିଆଯାଇଥିଲାା ପାରାମେଡିକ୍ସ, ଆମ୍ବୁଲାନ୍ସ ଚାଳକ, ରୋଗୀମାନଙ୍କୁ ସେବା କରୁଥିବା ସହାୟକ ଏବଂ ଚିକିତ୍ସା ସେବା ସହ ସଂପୃକ୍ତ ସମସ୍ତଙ୍କ ଭୂମିକା ସଂପର୍କରେ ମକ୍ ଡ୍ରିଲ୍ କରାଯାଇଥିଲାା
ଆଇଡ଼ି ହସ୍ପିଟାଲ୍ର ୮ ଜଣ ଡାକ୍ତର, ମେଡିକାଲ ଅଫିସର, ଆୟୁଷ ଚିକିତ୍ସକ ଏବଂ ପ୍ରାୟ ୧୫ ଜଣ ଷ୍ଟାଫ୍ ନର୍ସଙ୍କ ସହ ସହାୟତା କରୁଥିବା କର୍ମଚାରୀ ଏବଂ ଆମ୍ବୁଲାନ୍ସ ଦଳ ମକ୍ ଡି୍ରଲ୍ରେ ଭାଗ ନେଇଥିଲୋ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ନୀଳକ= ମିଶ୍ର ଏବଂ ପୁରୀର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାସ ଏହି ମକ୍ଡ୍ରିଲ୍ରେ ଉପସ୍ଥିତ ରହିବା ସହ କୋଭିଡ୍ ମୁକାବିଲାର ବିଭିନ୍ନ ଦିଗ ପ୍ରତି ଅଧିକ ଧ୍ୟାନ ଦେବା ସହ
କୋଭିଡ୍ ପରିଚାଳନାରେ କାର୍ଯ୍ୟରତ ସମସ୍ତଙ୍କ ଆତ୍ମବିଶ୍ୱାସ ବୃଦ୍ଧିରେ ଏହି ମକ୍ଡି୍ରଲ୍ ସହାୟକ ହେବ ବୋଲି କହିଥିଲୋ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଗକୁ ବିଭିନ୍ନ କୋଭିଡ୍ ହସ୍ପିଟାଲ୍ରେ ଏହିଭଳି ମକ୍ ଡ୍ରିଲ୍ କରିବା ନିମନ୍ତେ ଯୋଜନା କରାଯାଉଛିା