Odisha news

ଝଡିପୋକ ଧରିବାକୁ ଯାଇଥିବା ବେଳେ କାନ୍ଥ ପଡି ୫ ବର୍ଷର ନାବାଳିକା ମୃତ

0

ବାରିପଦା  : ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ କଳଶୀ ଭଙ୍ଗା ଗ୍ରାମରେ କାନ୍ଥ ପଡି ୫ବର୍ଷର ନାବାଳିକା ମୃତ ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ରସାନନ୍ଦ ମାଝୀଙ୍କ ପାଞ୍ଚ ବର୍ଷର ଝିଅ ମୌସୁମୀ ମାଝୀ । ସେ ଘର ପାଖ ପଡୋଶୀ ଫାଗୁରାମ ମୁର୍ମୁଙ୍କ ଘରେ ଝଡିପୋକ ଧରିବାକୁ ଯାଇଥିବାବେଳେ ତାଙ୍କ ଉପରେ ମାଟି କାନ୍ଥ ଭୁଶୁଡି ପଡିଥିଲା । ଫଳରେ ମୌସୁମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଶବକୁ ଜବତ କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଏନେଇ ଗୋରୁମହିଷାଣୀ ଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଛି ।

Nalco
Leave A Reply